ETV Bharat / bharat

PM Security Breach: ଗଠନ ହେଲା ନୂଆ କମିଟି, ଅବସରପ୍ରାପ୍ତ ଜଜ୍‌ଙ୍କ ନେତୃତ୍ୱରେ ହେବ ତଦନ୍ତ - ସୁପ୍ରିମକୋର୍ଟରେ ପ୍ରଧାନମନ୍ତ୍ରୀ ସୁରକ୍ଷା ବ୍ୟବସ୍ଥା ତ୍ରୁଟି ଶୁଣାଣି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତରେ ବେଳେ ସୁରକ୍ଷା ବ୍ୟବସ୍ଥାରେ ଦେଖାଯାଇଥିବା ତ୍ରୁଟି (PM Security Breach ) ଦେଖାଯାଇଥିଲା । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି ସମ୍ପର୍କିତ ପିଟିସନର ଆଜି (ସୋମବାର) ସୁପ୍ରିମକୋର୍ଟରେ ପୁନଃ ଶୁଣାଣି ହୋଇଛି (SC hearing PM Modi security breach) । ଅଧିକ ପଢନ୍ତୁ

ଆଜି ପୁନର୍ବାର ସୁପ୍ରିମକୋର୍ଟରେ ଶୁଣାଣି
ଆଜି ପୁନର୍ବାର ସୁପ୍ରିମକୋର୍ଟରେ ଶୁଣାଣି
author img

By

Published : Jan 10, 2022, 11:19 AM IST

Updated : Jan 10, 2022, 1:09 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତରେ ବେଳେ ସୁରକ୍ଷା ବ୍ୟବସ୍ଥାରେ ଦେଖାଯାଇଥିବା ତ୍ରୁଟି (PM Security Breach) ଦେଖାଯାଇଥିଲା । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି ସମ୍ପର୍କିତ ପିଟିସନର ଆଜି (ସୋମବାର) ସୁପ୍ରିମକୋର୍ଟରେ ପୁନଃ ଶୁଣାଣି ହୋଇଛି (SC to hear PM Modi security breach) । ଏହାପୂର୍ବରୁ ଗତ ଜାନୁଆରୀ ୭ ତାରିଖରେ ପ୍ରଥମ ଶୁଣାଣି ହୋଇଥିଲା ।

ଶୁଣାଣିର ପ୍ରଥମ ଦିନରେ ତଦନ୍ତକୁ ସ୍ଥଗିତ ରଖିବାକୁ ପଞ୍ଜାବ ଓ କେନ୍ଦ୍ରୀୟ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଏହା ସହ ପିଏମଙ୍କ ଗସ୍ତର ବିସ୍ତୃତ ରିପୋର୍ଟ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ସୋମବାର ଯାଏ ତଦନ୍ତ କାର୍ଯ୍ୟ ସ୍ଥଗିତ ରଖିବା ସହ ପଞ୍ଜାବ ରେଜିଷ୍ଟ୍ରାର ଜେନେରାଲ ଓ ହରିୟାଣା ହାଇକୋର୍ଟଙ୍କୁ ପିଏମଙ୍କ ଗସ୍ତର ବିସ୍ତୃତ ରିପୋର୍ଟ ସଂରକ୍ଷିତ ରଖିବାକୁ କହିଥିଲେ ସର୍ବୋଚ୍ଚ ନ୍ୟାୟାଳୟ ।

ଆଜି ପୁନଃର୍ବାର ଶୁଣାଣିରେ ମଧ୍ୟ ଚାଲିଥିବା ତଦନ୍ତକୁ ସ୍ଥଗିତ କେନ୍ଦ୍ର ଓ ପଞ୍ଜାବ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ପାଇଁ ନୂଆ କମିଟି ଗଠନ କରଛନ୍ତି ସୁପ୍ରିମକୋର୍ଟ । ଜଣେ ଅବସରପ୍ରାପ୍ତ ଜଜ୍‌ଙ୍କ ନେତୃତ୍ୱରେ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ । ଗଠିତ କମିଟିରେ ହାଇକୋର୍ଟ ରେଜିଷ୍ଟ୍ରାର, ଏନ୍‌ଆଇଏ ଡିଜି ଓ ପଞ୍ଜାବ ପୋଲିସର ଅତିରିକ୍ତ ଡିଜି ରହିବେ ।

ସୂଚନାନୁସାରେ, ଜାନୁଆରୀ ୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ପଞ୍ଜାବର ଫିରୋଜପୁର ଗସ୍ତରେ ବାହାରିଥିଲେ । ଯିବା ବାଟରେ କୃଷକମାନଙ୍କ ଆନ୍ଦୋଳନ ଚାଲିଥିଲା । ଫଳରେ ମୋଦିଙ୍କ କାରକେଡ ଏକ ଫ୍ଲାଏଓଭର ଉପରେ ୨୦ ମିନିଟ ଫସି ରହିଥିଲା । ଏହାପରେ କାର୍ଯ୍ୟକ୍ରମ ବାତିଲ କରି ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରି ଯାଇଥିଲେ । ଏହାକୁ ନେଇ ଆରମ୍ଭ ହୋଇଯାଇଥିଲା ବାକଯୁଦ୍ଧ । ପଞ୍ଜାବରେ କ୍ଷମତାସୀନ କଂଗ୍ରେସ ଉପରେ ବିଜେପି ଦୋଷ ଲଦିଥିଲା । ଏହାପରେ ପୂରା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା ।

ଦେଶର ପ୍ରଧାନ ବିଚାରପତି ଏନ.ଭି ରମନାଙ୍କ ଅଧକ୍ଷତାରେ ଗଠିତ ଖଣ୍ଡପୀଠ ଏନେଇ ପଞ୍ଜାବ ସରକାରଙ୍କୁ ନୋଟିସ କରିଥିଲେ । ଯାହାର ପ୍ରଥମ ଶୁଣାଣି ଜାନୁଆରୀ ୭ ତାରିଖରେ ହୋଇଥିଲା । ଘଟଣାକୁ ସାଂଘାତିକ ତ୍ରୁଟି ବୋଲି କହି ପଞ୍ଜାବ ସରକାରଙ୍କଠାରୁ ଜବାବ ମାଗିଥିଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ । କେନ୍ଦ୍ର ଗୃହ ମନ୍ତ୍ରାଣାଳୟ ପକ୍ଷରୁ ୩ ଜଣିଆ ଟିମ୍‌ ଗଠିତ ହୋଇଥିଲା ।

@ANI

Last Updated : Jan 10, 2022, 1:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.