ETV Bharat / bharat

Adani vs Hindenburg: ଏକ୍ସପର୍ଟ କମିଟି ଗଠନ କଲେ ସୁପ୍ରିମକୋର୍ଟ, ଦୁଇ ମାସ ଭିତରେ ରିପୋର୍ଟ ଦେବାକୁ ସେବିକୁ ନିର୍ଦ୍ଦେଶ

author img

By

Published : Mar 2, 2023, 12:59 PM IST

ସୁପ୍ରିମକୋର୍ଟରେ ଆଦାନୀ ଗ୍ରୁପ-ହିଣ୍ଡନବର୍ଗ ରିପୋର୍ଟ ମାମଲା । ଏକ୍ସପର୍ଟ କମିଟି ଗଠନ କଲେ ସୁପ୍ରିମକୋର୍ଟ । ତଦନ୍ତ କରି ଦୁଇ ମାସ ଭିତରେ ରିପୋର୍ଟ ଦେବାକୁ ସେବିକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

SC sets up 6-member committee on Hindenburg report

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଆଜି ଆଦାନୀ ଗ୍ରୁପ ଓ ହିଣ୍ଡନବର୍ଗ ରିପୋର୍ଟ ମାମଲାର ବିଚାର ହୋଇଛି । ସର୍ବୋଚ୍ଚ ଅଦାଲତ ଏହି ମାମଲାରେ ତଦନ୍ତ ପାଇଁ ଏକ ୬ ଜଣିଆ ଏକ୍ସପର୍ଟ କମିଟି ଗଠନ କରିଛନ୍ତି । ଏହି କମିଟି ଷ୍ଟକ ମାର୍କେଟର ନିୟାମକ ପ୍ରଣାଳୀର ବିସ୍ତୃତ ସମୀକ୍ଷା କରିବେ । ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଏଏମ୍ ସାପରେ କମିଟିର ମୁଖ୍ୟ ଭାବେ ନିଯୁକ୍ତି ହୋଇଥିବାବେଳେ ଅନ୍ୟାନ୍ୟ ସଦସ୍ୟଙ୍କ ମଧ୍ୟରେ ଓପି ଭଟ୍ଟ, ଜଷ୍ଟିସ କେପି ଦେବଦତ୍ତ, କେଭି କମାତ, ନନ୍ଦନ ନିଲେକନି ଏବଂ ସୋମାଶେଖର ରହିଛନ୍ତି ।

ଏହାସହିତ ହିଣ୍ଡନବର୍ଗ ରିପୋର୍ଟ ଓ ଆଦାନୀ ଗ୍ରୁପ ମାମଲାର ତଦନ୍ତ କରି ଦୁଇ ମାସ ମଧ୍ୟରେ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ ଭାରତୀୟ ପ୍ରତିଭୂତି ଓ ବିନିୟମ ବୋର୍ଡ (SEBI)କୁ ନିର୍ଦ୍ଦେଶ ଦେଇଛନ୍ତି । ଆଦାନୀ ଗ୍ରୁପ ନିୟମ ଉଲ୍ଲଘଂନ ହୋଇଛି କି ନାହିଁ ତାହାର ତଦନ୍ତ ହେବ । ସେବି ହିଣ୍ଡନବର୍ଗ ରିପୋର୍ଟ ଏବଂ ଆଦାନୀ ଗ୍ରୁପ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରିବ । ସୁପ୍ରିମକୋର୍ଟ ପ୍ରଧାନମନ୍ତ୍ରୀ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବରେ ଜଷ୍ଟିସ ପିଏସ ନରସିଂହା ଏବଂ ଜେବି ପାର୍ଦିୱାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ହିଣ୍ଡନବର୍ଗ ରିପୋର୍ଟ ଅନୁସାରେ ଆଦାନୀ ଗ୍ରୁପ ଷ୍ଟକ ମୂଲ୍ୟ ହେରଫେର ଓ ଆକାଉଣ୍ଟିଂ ଜାଲିଆତି କରିଛି ନା ନାହିଁ ସେନେଇ ସେବି ଯାଞ୍ଚ କରି ଆସନ୍ତା ଦୁଇ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବ ।

ଏହାମଧ୍ୟ ପଢନ୍ତୁ: ଦିଲ୍ଲୀରେ ଦୁଇ ଦିନିଆ G-20 ବିଦେଶ ମନ୍ତ୍ରୀଙ୍କ ବୈଠକ, ସମ୍ବୋଧିତ କଲେ ମୋଦି

ପ୍ରକାଶଥାଉ କି, ହିଣ୍ଡନବର୍ଗ ରିପୋର୍ଟକୁ ନେଇ ସାରା ଦେଶରେ ବିବାଦ ତେଜିବାରେ ଲାଗିଛି । ବିରୋଧି ଦଳ ଏହାକୁ ପ୍ରସଙ୍ଗ କରି ମୋଦି ସରକାରଙ୍କୁ ଘେରୁଛନ୍ତି । ବିରୋଧି ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । ଏକ ଯୁଗ୍ମ ସଂସଦୀୟ କମିଟି ଗଠନ କରାଯାଇ ତଦନ୍ତ କରାଯିବାକୁ ଦାବି କରାଯାଉଛି । ଆମେରିକୀୟ ରିସର୍ଚ୍ଚ ସଂସ୍ଥା ହିଣ୍ଡନବର୍ଗ ଦ୍ବାରା ପ୍ରକାଶିତ ରିପୋର୍ଟ ଯୋଗୁଁ ଆଦାନୀ ଗ୍ରୁପର ବ୍ୟାପକ କ୍ଷତି ହୋଇଛି । ଷ୍ଟକ କ୍ରାସର ସମ୍ମୁଖୀନ ହୋଇଛି କମ୍ପାନୀ । ପ୍ରତିଦିନ ଆଦାନୀ ଗ୍ରୁପର ତାଲିକାଭୁକ୍ତ କମ୍ପାନୀଗୁଡିକର ଶେୟାର ମୂଲ୍ୟ ତଳକୁ ଖସୁଛି । କେବଳ ଆଦାନୀ ଗ୍ରୁପ ନୁହେଁ ଏଥିରେ ନିବେଶ କରିଥିବା ଭାରତୀୟ ଜୀବନ ବୀମା ନିଗମ(LIC) ଓ ଏସବିଆଇ ମଧ୍ୟ ହଜାର ହଜାର କୋଟି କ୍ଷତି ସହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.