ETV Bharat / bharat

Lawyers Agitation: ଓଡିଶା ପୋଲିସକୁ ସର୍ବୋଚ୍ଚ କୋର୍ଟଙ୍କ ଭର୍ତ୍ସନା, DG ଏବଂ IGPଙ୍କୁ ହାଜର ନିର୍ଦ୍ଦେଶ

author img

By

Published : Dec 12, 2022, 4:12 PM IST

Updated : Dec 12, 2022, 4:58 PM IST

ଓକିଲ ଆନ୍ଦୋଳନ ନେଇ ପୋଲିସ ଡିଜିଙ୍କୁ ସର୍ବୋଚ୍ଚ କୋର୍ଟଙ୍କ ଭର୍ତ୍ସନା (SC raps Odisha DGP over lawyers agitation)। କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ସ୍ଥିତି ନିୟନ୍ତ୍ରଣରେ ବିଫଳ ପୋଲିସ । ଭିସିରେ ହାଜର ହେବେ ପୋଲିସ ଡିଜି ଓ ଆଇଜି । ଅଧିକ ପଢନ୍ତୁ

lawyers agitation: ପୋଲିସକୁ ସର୍ବୋଚ୍ଚ କୋର୍ଟଙ୍କ ଭର୍ତ୍ସନା, ହାଜର ହେବେ ଡିଜିପ ଓ ସମ୍ବଲପୁର ଏସପି

ହାଇଦ୍ରାବାଦ: ରାଜ୍ୟରେ ଜାରି ରହିଥିବା ଓକିଲ ଆନ୍ଦୋଳନ ନିୟନ୍ତ୍ରଣ ପ୍ରସଙ୍ଗରେ ପୋଲିସ ଡିଜିଙ୍କୁ ଭର୍ତ୍ସନା କଲେ ସର୍ବୋଚ୍ଚ କୋର୍ଟ (SC raps Odisha DGP over lawyers agitation)। ଓକିଲ ଆନ୍ଦୋଳନକୁ ନିୟନ୍ତ୍ରଣ କରିବାରେ ପୋଲିସ ବିଫଳ ହୋଇଥିବା ନେଇ କୋର୍ଟ ପୋଲିସ ମହାନିର୍ଦ୍ଦେଶକ ଓ ଉତ୍ତରାଞ୍ଚଳ ଆଇଜି (Sambalpur IGP)ଙ୍କୁ ଭର୍ତ୍ସନା କରିଛନ୍ତି । କେବଳ ଏତିକି ନୁହେଁ ଉଭୟ ଅଧିକାରୀଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର ହେବା ପାଇଁ ମଧ୍ୟ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ମାମଲାରେ ନିକଟରେ ହୋଇଥିବା ଶୁଣାଣିରେ ସର୍ବୋଚ୍ଚ କୋର୍ଟ ଆନ୍ଦୋଳନରୁ ଓହରୁନଥିବା ଓକିଲଙ୍କ ବାର ଲାଇସେନ୍ସ ଖାରଜ କରିବା ପାଇଁ ବାର କାଉନସିଲ ଅଫ ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି କୋର୍ଟ ପରିସରରେ ବିଚାରପତି, ନ୍ୟାୟିକ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହ ଆବଶ୍ୟକ ହେଲେ ଆନ୍ଦୋଳନକାରୀ ଓକିଲଙ୍କୁ ଗିରଫ କରିବା ପାଇଁ କୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ (SC raps Odisha DGP over lawyers agitation)।

ତେବେ ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ମଧ୍ୟ ଏବେ ମଧ୍ୟ ଆନ୍ଦୋଳନରେ ସେପରି ସୁଧାର ଆସିନାହିଁ । ଓକିଲମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଫଳରେ କୋର୍ଟ କାର୍ଯ୍ୟରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ଲୋକେ ନ୍ୟାୟିକ ସେବା ପାଇ ପାରୁନାହାନ୍ତି । ହେଲେ ପୋଲିସ ଏହାର ନିୟନ୍ତ୍ରଣରେ ବିଫଳ ହୋଇଥିଲେ ସୁଦ୍ଧା କୋର୍ଟକୁ ସ୍ଥିତି ସମ୍ପର୍କରେ ଅବଗତ କରିନାହିଁ ବୋଲି ସର୍ବୋଚ୍ଚ କୋର୍ଟ କହିଛନ୍ତି । ଯଦି ଏପରି ଅବସ୍ଥା ଲାଗି ରହେ ଓ ପ୍ରଦେଶ ପୋଲିସ ସ୍ଥିତି ନିୟନ୍ତ୍ରଣ କରିବାରେ ବିଫଳ ରହେ, ତେବେ କେନ୍ଦ୍ରୀୟ ଫୋର୍ସ ଲଗାଯିବ ବୋଲି ସର୍ବୋଚ୍ଚ କୋର୍ଟ କହିଛନ୍ତି । ଉଭୟ ପୋଲିସ ଡିଜି ଓ ଆଜିଙ୍କ କାର୍ଯ୍ୟଶୈଳୀକୁ ଭର୍ତ୍ସନା କରିବା ସହ ଉଭୟ ଅଧିକାରୀଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର ହେବା ପାଇଁ ନିର୍ଦ୍ଦେଶ ମିଳିଛି ।

ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ବଲପୁର ସମେତ ବିଭିନ୍ନ ସ୍ଥାନରେ ଓକିଲ ଆନ୍ଦୋଳନ ଜାରି ରହିଛି । ଯାହାକୁ ନେଇ ସର୍ବୋଚ୍ଚ କୋର୍ଟରେ ଏକ ପିଟିସନ ଦାଏର କରାଯାଇଥିଲା । ରାଜ୍ୟରେ ଏକାଧିକ ବେଞ୍ଚ ସ୍ଥାପନ ବାସ୍ତବିକ ଦୃଷ୍ଟିକୋଣରୁ ସମ୍ଭବପର ନୁହେଁ ଦର୍ଶାଇ ଓକିଲମାନେ ସ୍ବାଭାବିକ ଭାବେ କାର୍ଯ୍ୟରେ ଯୋଗ ଦେବାକୁ ସର୍ବୋଚ୍ଚ କୋର୍ଟ କହିଥିଲେ । ଯଦି ସେମାନେ ଆନ୍ଦୋଳନ ପ୍ରତ୍ୟାହାର ନକରି ନ୍ୟୟିକ ବ୍ୟବସ୍ଥାରେ ଅଚଳାବସ୍ଥା ସୃଷ୍ଟି କରନ୍ତି, ତେବେ ସେମାନଙ୍କ ଲାଇସେନ୍ସ ଖାରଜ କରିବା ସହ ସେମାନଙ୍କୁ ଗିରଫ କରିବା ପାଇଁ ସର୍ବୋଚ୍ଚ କୋର୍ଟ କହିଥିଲେ ।

ଆଜି ପରବର୍ତ୍ତୀ ଶୁଣାଣିରେ ନିର୍ଦ୍ଦେଶ ସତ୍ତ୍ବେ ମଧ୍ୟ ଅଚଳାବସ୍ଥା ଜାରି ରହିବା ଓ ପୋଲିସର କାର୍ଯ୍ୟାନୁଷ୍ଠାନ ନିଷ୍କ୍ରିୟତା ନେଇ କ୍ଷୁବ୍ଧ ହୋଇଛନ୍ତି ସୁପ୍ରିମ କୋର୍ଟ । ଡିଜିପି ଓ ଆଇଜିପିଙ୍କୁ ହାଜର ନିର୍ଦ୍ଦେଶ ସହ ଆବଶ୍ୟକ ପଡିଲେ କେନ୍ଦ୍ରୀୟ ଫୋର୍ସ ମୁତୟନ କରିବା ପାଇଁ ମଧ୍ୟ କୋର୍ଟ ଚେତାବନୀ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 12, 2022, 4:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.