ETV Bharat / bharat

ପେଗାସସକୁ ନେଇ ସୁପ୍ରିମକୋର୍ଟଙ୍କ ଶକ୍ତ ଟିପ୍ପଣୀ; ସୋସିଆଲ ମିଡିଆରେ ଡିବେଟ ମନା

author img

By

Published : Aug 11, 2021, 9:39 AM IST

ପେଗାସସ ମାମଲାର ଶୁଣାଣି ପୂର୍ବରୁ ଶକ୍ତ ଟିପ୍ପଣୀ ଦେଇଛି ସୁପ୍ରିମକୋର୍ଟ । ମାମଲାର ଗୁରୁତ୍ବ ଦୃଷ୍ଟିରୁ ସୋସିଆଲ ମିଡିଆରେ ବିତର୍କ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ...

ଶକ୍ତ ଟିପ୍ପଣୀ ଦେଇଛି ସୁପ୍ରିମକୋର୍ଟ
ଶକ୍ତ ଟିପ୍ପଣୀ ଦେଇଛି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶରେ ଏବେ ପେଗାସସ ସ୍ପାଇୱେର ମାମଲାକୁ ନେଇ ବଢିବାରେ ଲାଗିଛି ବିବାଦ । ସଡକରୁ ସଂସଦ ପର୍ଯ୍ୟନ୍ତ ଲାଗି ରହିଛି ହଟ୍ଟଗୋଳ । ମାମଲା ଏବେ ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମକୋର୍ଟରେ ଯାଇ ପହଞ୍ଚିଛି । ତେବେ ମାମଲାର ଶୁଣାଣି ପୂର୍ବରୁ ଶକ୍ତ ଟିପ୍ପଣୀ ଦେଇଛି ସୁପ୍ରିମକୋର୍ଟ । ମାମଲାର ଗୁରୁତ୍ବ ଦୃଷ୍ଟିରୁ ସୋସିଆଲ ମିଡିଆରେ ବିତର୍କ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟ ମୁ୍ଖ୍ୟ ବିଚାରପତି ଜଷ୍ଟିସ ଏନଭି ରମଣା, ବିଚାରପତି ଜଷ୍ଟିସ ଭିନୀତ ସରନ ଓ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠରେ ଶୁଣାଣି ହୋଇଛି । ମାମଲାକୁ ନେଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ୧୦ ଜଣ ଆବେଦନକାରୀ । ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ସାମ୍ବାଦିକ ଏନ ରାମ, ଶଶୀ କୁମାର ଓ ପ୍ରଜ୍ଞା ଗୁହା ଠାକୁର ରାଜନେତା ଜନ ବ୍ରିଟା ଏବଂ ଯଶବନ୍ତ ସିହ୍ନା । ଏହି ମାମଲାକୁ ନେଇ ସୋସିଆଲ ମିଡିଆରେ ଚାଲୁଥିବା ବିତର୍କ ନେଇ ଆପତ୍ତି ପ୍ରକାଶ କରିଛନ୍ତି ଜଷ୍ଟିସ ଏନଭି ରମଣା । ଆବେଦନକାରୀଙ୍କୁ ଅନୁଶାସନ ପାଳନ କରିବା ଲାଗି ତାଗିଦ କରିଛନ୍ତି ସୁପ୍ରିମକୋର୍ଟ ।

ଆବେଦନକାରୀଙ୍କୁ ବିରାରପତି କହିଛନ୍ତି କି ପ୍ରସଙ୍ଗ ନେଇ ସୀମା ଉଲ୍ଲଙ୍ଘନ କରିବା ଅନୁଚିତ । ସମସ୍ତଙ୍କ ଆବେଦନ ଶୁଣାଯିବ । ଆମେ ବିତର୍କ ପକ୍ଷରେ ନାହୁଁ ହେଲେ ମାମାଲା କୋର୍ଟରେ ଥିବା ଯାଏଁ ବାହାରେ କୌଣସି ମାଧ୍ୟମରେ ବିତର୍କ କରିବା ଅନୁଚିତ । ସାମାଜିକ ଗଣମାଧ୍ୟମ ପରିବର୍ତ୍ତେ ବିତର୍କର ଉଚିତ ମାଧ୍ୟମ ବାଛନ୍ତୁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏହା ସହିତ ଏହି ମାମଲା ନେଇ ହେବାକୁ ଥିବା ଶୁଣାଣିକୁ ପରବର୍ତ୍ତୀ ସପ୍ତାହକୁ ଘୁଞ୍ଚାଇ ଦେଇଛନ୍ତି କୋର୍ଟ ।

ସୂଚନାଥାଉ କି, ପେଗାସସ ମାମଲାରେ ସାମ୍ବାଦିକ, ଓକିଲ,ସାମାଜିକ କର୍ମକର୍ତ୍ତା ଓ ଏଡିଟର୍ସ ଗଲ୍ଫ ଇଣ୍ଡିଆ ପକ୍ଷରୁ ଏସଆଇଟି ତଦନ୍ତ ପାଇଁ ଆବେଦନ ପାଇଁ ସୁପ୍ରିମକୋର୍ଟରେ ଆବେଦନ ହୋଇଛି । ପେଗାସସ ଇସ୍ରାଇଲ ଦ୍ବାରା ପ୍ରସ୍ତୁତ ସ୍ପାଇୱେର ଯାହା ଦ୍ବାରା ଏକାଧିକ ରାଜନେତା, ଗଣମାଧ୍ୟମ ପ୍ରତିନିଧିଙ୍କ ଫୋନ ହ୍ୟାକ କରି ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରାଯାଇଥିବା ଅଭିଯୋଗ ହୋଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.