ETV Bharat / bharat

ଦିଲ୍ଲୀ ଦଙ୍ଗା: ଅଭିଯୁକ୍ତଙ୍କ ଜାମିନ ରଦ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ପ୍ରତ୍ୟାଖ୍ୟାନ

author img

By

Published : Jun 18, 2021, 4:25 PM IST

ଦିଲ୍ଲୀ ଦଙ୍ଗାରେ 3 ଅଭିଯୁକ୍ତଙ୍କ ଜାମିନ ରଦ୍ଦ ଦାବି ମାମଲା । ଜାମିନ ରଦ୍ଦ କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ...

ଦିଲ୍ଲୀ ଦଙ୍ଗା: ଅଭିଯୁକ୍ତଙ୍କ ଜାମିନ ରଦ୍ଧ କରିବାକୁ ସୁପ୍ରିମକୋର୍ଟଙ୍କ ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗାରେ 3 ଅଭିଯୁକ୍ତଙ୍କୁ ହାଇକୋର୍ଟରୁ ମିଳିଥିବା ଜାମିନ ରଦ୍ଦ କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ହେଲେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ହାଇକୋର୍ଟଙ୍କ ଏହି ଆଦେଶ ଆଧାରରେ ସାରା ଦେଶର କୌଣସି ବି ସ୍ଥାନରେ UAPA ମାମଲାରେ ଛାଡ ମଗାଯାଇପାରିବ ନାହିଁ ।

ବିଚାରପତି ଏହି ବିଷୟରେ ଆଶ୍ଚର୍ଯ୍ୟ ହୋଇଛନ୍ତି ଯେ ହାଇକୋର୍ଟ ଜାମିନ ମାମଲାରେ 125 ପୃଷ୍ଠାର ଆଦେଶ ଦେଇଛନ୍ତି । କେହି ବି ୟୁଏପିଏର ବୈଧତାକୁ ଚ୍ୟାଲେଞ୍ଜ କରିନଥିଲେ । ତଥାପି ହାଇକୋର୍ଟ ଆଇନର ବ୍ୟାଖ୍ୟା କରିଛନ୍ତି । ଏହାର ସମ୍ବିଧାନିକତା ଉପରେ ପ୍ରଶ୍ନ ଉଠାଇଛନ୍ତି ।

ସୁପ୍ରିମକୋର୍ଟ ଏହି ନିଷ୍ପତ୍ତିର ବ୍ୟାପକ ବିନ୍ଦୁ ଉପରେ ବିସ୍ତୃତ ଶୁଣାଣିର ଆବଶ୍ୟକତା ଥିବା କହିଛନ୍ତି । ବିଚାରପତି ଦିଲ୍ଲୀ ପୋଲିସର ଯାଚିକା ଉପରେ 3 ଅଭିଯୁକ୍ତ ନତାଶା ନରୱାଲ, ଦେବାଙ୍ଗନା କଲିତା ଓ ଆସିଫ ତହ୍ନାଙ୍କୁ ନୋଟିସ ଜାରି କରିଥିଲେ ।

ଜବାବ ପାଇଁ 4 ସପ୍ତାହର ସମୟ ଦେଇ କୋର୍ଟ କହିଛନ୍ତି 19 ଜୁଲାଇରୁ ଆରମ୍ଭ ହେଉଥିବା ସପ୍ତାହରେ ମାମଲାରଲ ଶୁଣାଣି ହେବ । ଜୁନ 15ରେ ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ ସିଦ୍ଧାର୍ଥ ମୃଦୁଲ ଏବଂ ଅନୁପ ଭମ୍ବାନୀଙ୍କ ଖଣ୍ଡପୀଠ ନତାଶା, ଦେବଙ୍ଗନା ଏବଂ ଆସିଫଙ୍କୁ ଜାମିନ ଦେଇଥିଲେ । ବିଚାରପତି କହିଥିଲେ ଯେ ପୋଲିସ ପକ୍ଷରୁ ଦିଆଯାଇଥିବା ଏଫଆଇଆର ସରକାରଙ୍କ ବିରୋଧରେ ଅସହମତିର ସ୍ବରକୁ ଚପାଇବାକୁ ଏକ ପ୍ରୟାସ। ଏହି ତିନିଜଣ ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିନାହାଁନ୍ତି। ତାଙ୍କ ବିରୋଧରେ UAPA ଲଗାଇବା ଭୁଲ ଅଟେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.