ETV Bharat / bharat

26 ସପ୍ତାହରେ ଗର୍ଭପାତ ଆବେଦନରେ ସର୍ବୋଚ୍ଚ କୋର୍ଟଙ୍କ ଅସହମତି, ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠକୁ ଗଲା ମାମଲା

author img

By ETV Bharat Odisha Team

Published : Oct 11, 2023, 9:39 PM IST

26 ସପ୍ତାହରେ ଗର୍ଭପାତକୁ ସର୍ବୋଚ୍ଚ କୋର୍ଟଙ୍କ ଅସହମତି । ଦୁଇ ମହିଳା ବିଚାରପତିଙ୍କ ଖଣ୍ଡପୀଠରେ ଭିନ୍ନମତ କାରଣରୁ ଉଚ୍ଚତର ଖଣ୍ଡପୀଠକୁ ଗଲା ମାମଲା । ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ କରିବେ ଶୁଣାଣି । ଅଧିକ ପଢନ୍ତୁ

26 ସପ୍ତାହରେ ଗର୍ଭପାତକୁ ସର୍ବୋଚ୍ଚ କୋର୍ଟଙ୍କ ଅସହମତି, ଉଚ୍ଚତର ଖଣ୍ଡପୀଠକୁ ଗଲା ମାମଲା

ନୂଆଦିଲ୍ଲୀ: ଜଣେ ବିବାହିତା ମହିଳାଙ୍କୁ 26 ସପ୍ତାହ ଗର୍ଭାବସ୍ଥାରେ ଗର୍ଭପାତ କରିବାକୁ ଅନୁମତି ଦେବା ସମ୍ପର୍କିତ ମାମଲାରେ ଆଜି ସର୍ବୋଚ୍ଚ କୋର୍ଟ ଅସହମତି ପ୍ରକାଶ କରିଛନ୍ତି । ପୂର୍ବରୁ ସର୍ବୋଚ୍ଚ କୋର୍ଟ ଏହି ମହିଳାଙ୍କୁ ଗର୍ଭପାତ କରିବାର ଅନୁମତି ମଧ୍ୟ ପ୍ରଦାନ କରିଥିଲେ । ମାତ୍ର ଆଜି ମାମଲାର ପୁନର୍ବିଚାର ଆବେଦନର ଶୁଣାଣି ଦୁଇ ମହିଳା ବିଚାରପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠରେ ହୋଇଥିଲା । ଏହି ମାମଲାରେ ଅନୁମତି ଦେବାକୁ ନେଇ ସହମତି ପ୍ରକାଶ ପାଇନାହିଁ । ଫଳରେ ଏହି ମାମଲାକୁ ଉଚ୍ଚତର ଖଣ୍ଡପୀଠକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ, ପୂର୍ବରୁ ଦୁଇ ସନ୍ତାନଙ୍କ ମା’ ହୋଇ ସାରିଥିବା ଓ ଏବେ ତୃତୀୟ ଥର 26 ସପ୍ତାହର ଗର୍ଭବତୀ ଥିବା ଜଣେ ମହିଳା ଆବେଦନକାରୀ ନିଜ ଶାରୀରିକ ଓ ମାନସିକ ଅସୁସ୍ଥତା କାରଣରୁ ଗର୍ଭପାତ ପାଇଁ ଅନୁମତି ମାଗି କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଆଜି ଏହି ମାମଲାର ଶୁଣାଣି ଜଷ୍ଟିସ୍ ହିମା କୋହଲି ଓ ବି.ଭି ନାଗରତ୍ନାଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠରେ ହୋଇଥିଲା । ହେଲେ ମାମଲାରେ ଉଭୟ ବିଚାରପତିଙ୍କ ଭିନ୍ନ ରାୟ ଥିଲା । ଜଷ୍ଟିସ କୋହଲି ଗର୍ଭପାତକୁ ଅନୁମତି ନଦେବା ସପକ୍ଷରେ ମତ ରଖିଥିଲେ । ବର୍ତ୍ତମାନ ସମୟରେ ଗର୍ଭପାତ ପାଇଁ ଅନୁମତିକୁ ଦିଆଯାଇ ପାରିବନାହିଁ ବୋଲି କହିଥିଲେ । ମାତ୍ର ଜଷ୍ଚିସ ନାଗରତ୍ନା ଏଥିରେ ଅସହମତି ପ୍ରକାଶ କରିଥିଲେ । ଫଳରେ କୌଣସି ସାର୍ବଜନୀନ ରାୟ ପ୍ରକାଶ ପାଇପାରିନଥିଲା । ତେବେ ଏହାକୁ ଏବେ ଉଚ୍ଚତର ଖଣ୍ଡପୀଠଙ୍କୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ, ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଏହି ସମ୍ବେଦନଶୀଳ ମାମଲାରେ ପରବର୍ତ୍ତୀ ଶୁଣାଣି କରିପାରନ୍ତି ।

ଏହା ମଧ୍ୟ ପଢନ୍ତୁ :- NewsClick row: ବିଦେଶୀ ପାଣ୍ଠି ମାମଲାରେ CBIର ଏଣ୍ଟ୍ରି, ମାମଲା ରୁଜୁ ସହ କାର୍ଯ୍ୟାଳୟରେ ଚଢାଉ

ଜଷ୍ଚିସ ନାଗରତ୍ନା ନିଜ ଟିପ୍ପଣୀରେ କହିଥିଲେ, ଆବେଦନ କେବଳ ଗର୍ଭପାତ କିମ୍ବା ଗର୍ଭସ୍ଥ ଶିଶୁ ସମ୍ପର୍କରେ ନୁହେଁ ବରଂ ଆବେଦନକାରୀ ତାଙ୍କ ଶାରୀରିକ ଓ ମାନସିକ ଅସୁସ୍ଥତା କଥା ମଧ୍ୟ ଉଲ୍ଲେଖ କରିଛନ୍ତି । ତେଣୁ ଏପରି ସ୍ଥିତିରେ ଆବେଦନକାରୀଙ୍କ ପରିସ୍ଥିତି ଓ ଇଚ୍ଛାକୁ ସମ୍ମାନ ଦେବା ମଧ୍ୟ ଉଚିତ । ତେବେ ଆଜି ଶୁଣାଣି ଦୁଇ ବରିଷ୍ଠ ମହିଳା ବିଚାରପତିଙ୍କ ଖଣ୍ଡପୀଠରେ ହୋଇଥିଲେ ସୁଦ୍ଧା ଭିନ୍ନ ରାୟ କାରଣରୁ ଆନୁପାତିକ ଆଧାରରେ କୌଣସି ରାୟ ପ୍ରକାଶ ପାଇପାରିନଥିଲା । ମାମଲା ଏବେ 3 ଜଣିଆ କିମ୍ବା 5 ଜଣିଆ ଉଚ୍ଚତର ଖଣ୍ଡପୀଠ ଦ୍ବାରା ଶୁଣାଣି ହେବ । ମଙ୍ଗଳବାର ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡଙ୍କ ନେତ୍ବତ୍ବାଧୀନ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି କରିପାରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.