ETV Bharat / bharat

ଟୋଲ ସଂଗ୍ରହରେ ହେବ ପରିବର୍ତ୍ତନ, ଲାଗୁ ହେବ ସାଟେଲାଇଟ୍‌ ନାଭିଗେସନ ସିଷ୍ଟମ - ଭାରତରେ ଲାଗୁ ହେବ ସାଟେଲାଇଟ୍‌ ନାଭିଗେସନ ସିଷ୍ଟମ

ଏଣିକି ଟୋଲ ସଂଗ୍ରହରେ ହେବ ପରିବର୍ତ୍ତନ । ସାଟେଲାଇଟ ଦ୍ବାରା କଟିବ ଟିକସ । ଖୁବ୍‌ଶୀଘ୍ର ଏହି ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଅଧିକ ପଢନ୍ତୁ

ଟୋଲ ସଂଗ୍ରହରେ ହେବ ପରିବର୍ତ୍ତନ
ଟୋଲ ସଂଗ୍ରହରେ ହେବ ପରିବର୍ତ୍ତନ
author img

By

Published : May 3, 2022, 6:53 PM IST

ନୂଆଦିଲ୍ଲୀ: ଏଣିକି ଟୋଲ ସଂଗ୍ରହରେ ହେବ ପରିବର୍ତ୍ତନ । ସାଟେଲାଇଟ ଦ୍ବାରା କଟିବ ଟିକସ । ଖୁବ୍‌ଶୀଘ୍ର ଏହି ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର ।

ସୂଚନା ଅନୁସାରେ, ଟୋଲ ପ୍ଲାଜାରେ ଟିକସ ସଂଗ୍ରହ କରିବା ନେଇ ବଡ ଧରଣର ସଂସ୍କାର ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର ।ଏଥିପାଇଁ ବି ଆରମ୍ଭ କରି ଦେଇଛନ୍ତି ବିଧି ବ୍ୟବସ୍ଥା । ତେବେ ପୂର୍ବରୁ ଫାଷ୍ଟ ଟ୍ୟାଗ ମାଧ୍ୟମରେ ଟୋଲ ସଂଗ୍ରହ ହେଉଥିବାବେଳେ ଏଣିକି ସାଟେଲାଇଟ ନାଭିଗେସନ୍‌ ପଦ୍ଧତି ଦ୍ବାରା ଟୋଲ ସଂଗ୍ରହ କରାଯିବ । ଏପଟେ ଯୋଜନା ଲାଗୁ କରିବା ପୂର୍ବରୁ କେନ୍ଦ୍ର ସରକାର ପାଇଲଟ ପ୍ରୋଜେକ୍ଟ ହିସାବରେ ଦେଶରେ ପରୀକ୍ଷା କରିବା ସହ ଏହା ଦ୍ବାରା ସଫଳତା ମିଳିଥିବା ମଧ୍ଯ ଜଣାପଡିଛି ।

ସେହିପରି ସାଟେଲାଇଟ ନାଭିଗେସନ୍‌ ସିଷ୍ଟମ୍‌ ଅନୁସାରେ, ଗାଡି ଯେତିକି କିଲୋମିଟର ଜାତୀୟ ରାଜପଥ ଓ ଏକ୍ସପ୍ରେସ ୱେରେ ଚାଲିବ, ସେହି ଅନୁଯାୟୀ ଟଙ୍କା କଟିବ । ମାତ୍ର ପୂର୍ବରୁ କୌଣସି ସ୍ଥାନକୁ ଯିବା ବେଳେ ଗୋଟିଏ ଟୋଲ ଗେଟରୁ ଅନ୍ୟ ଏକ ଟୋଲ ଗେଟ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଟଙ୍କା ଦେବାକୁ ପଡୁଥିଲା । ଏଥିରେ ଗାଡି ଦୁଇଟି ଟୋଲ ମଧ୍ୟରେ ରହିଲେ ମଧ୍ୟ ସମ୍ପୂର୍ଣ୍ଣ ଟୋଲ ପ୍ରଦାନ କରୁଥିଲେ ଗାଡି ମାଲିକ ।

ସେହିଭଳି କେନ୍ଦ୍ର ସରକାର ଏହି ନିୟମକୁ ପରିବର୍ତ୍ତନ କରିବାକୁ ଯାଉଥିବାବେଳେ ଗାଡି ରାସ୍ତାରେ ଯେତିକି କିଲୋମିଟର ଗଡିବ ସେହି ଅନୁସାରେ ଟଙ୍କା ଆକାଉଣ୍ଟରୁ କଟିବ । ତେବେ ଏହି ବ୍ୟବସ୍ଥା ୟୁରୋପୀୟ ଦେଶ ଗୁଡିକରେ ସଫଳତା ହାସଲ କରିଥିବାରୁ କେନ୍ଦ୍ର ସରକାର ଏହାକୁ ଲାଗୁ କରିବା ଲାଗି କସରତ ଆରମ୍ଭ କରିଛନ୍ତି । ଏଥିସହ ସାଟେଲାଇଟ ନାଭିଗେସନ ସିଷ୍ଟମ ବ୍ୟବସ୍ଥା ଜର୍ମାନୀ ଲାଗୁ କରିବା ସହ ପ୍ରାୟ ୯୮.୮ ପ୍ରତିଶତ ଗାଡିରେ ସାଟେଲାଇଟ୍‌ ନାଭିଗେସନ ସିଷ୍ଟମ ସଂସ୍ଥାପିତ(satellite navigation systems installed) କରି ସାରିଛି ।

ଅନ୍ୟପଟେ ଭାରତରେ ବର୍ତ୍ତମାନ ପ୍ରାୟ ୯୭ ପ୍ରତିଶତ ଗାଡି ଫାଷ୍ଟ ଟ୍ୟାଗ୍‌ ମାଧ୍ୟମରେ ଟୋଲ ଟିକସ ଦେଉଛନ୍ତି । ଏହି ନିୟମ ଲାଗୁ କରିବା ପୂର୍ବରୁ ପରିବହନ ନିୟମରେ ପରିବର୍ତ୍ତନ କରିବା ଲାଗି ଏକ୍ସପର୍ଟ କମିଟି ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଉଛି । ପ୍ରଥମେ ପାଇଲଟ ପ୍ରୋଜେକ୍ଟ ଆକାରାରେ ୧.୩୭ ଲକ୍ଷ ଗାଡିକୁ ସାମିଲ କରାଯିବ । ଋଷ ଓ ଦକ୍ଷିଣ କୋରିଆ ଏକ୍ସପର୍ଟଙ୍କୁ ନେଇ ଏକ ରିପୋର୍ଟ ପ୍ରସ୍ତୁତ ହୋଇଥିବାବେଳେ ଆସନ୍ତା କିଛି ସପ୍ତାହ ମଧ୍ୟରେ ଏହି ରିପୋର୍ଟ ସାର୍ବଜନୀନ କରାଯିବ ବୋଲି ଜଣାପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.