ETV Bharat / bharat

Goal in Saree: ଖେଳ ମୈଦାନରେ ମହିଳା, ଶାଢୀ ପିନ୍ଧି ଖେଳିଲେ ଫୁଟବଲ

author img

By

Published : Mar 26, 2023, 4:30 PM IST

ମଧ୍ୟପ୍ରଦେଶ ଗ୍ବାଲିୟରରେ ନିଆରା ଫୁଟବଲ ପ୍ରତିଯୋଗିତା । ଶାଢୀ ପିନ୍ଧି ମୈଦାନକୁ ଓହ୍ଲାଇଲେ ମହିଳା ଖେଳାଳି । ଅଧିକ ପଢନ୍ତୁ

Goal in Saree
Goal in Saree
Goal in Saree: ଖେଳ ମୈଦାନରେ ମହିଳା, ଶାଢୀ ପିନ୍ଧି ଖେଳିଲେ ଫୁଟବଲ

ଭୋପାଳ: ସାଧାରଣତଃ ଆପଣ ପୁରୁଷମାନଙ୍କୁ ଫୁଟବଲ ଖେଳିଥିବା ଦେଖିଥିବେ । ହେଲେ ମହିଳାମାନେ ଫୁଟବଲ ଖେଳିବା ହୁଏତ କମ ଦେଖିଥିବେ । ଏବେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ମହିଳାମାନେ ଶାଢୀ ପିନ୍ଧି ଫୁଟବଲ ଖେଳୁଛନ୍ତି । ଯାହାକି ଭାଇରାଲ ହେବାରେ ଲାଗିଛି । ମଧ୍ୟପ୍ରଦେଶ ଗ୍ବାଲିୟରରୁ ଆସିଛି ଏପରି ଦୃଶ୍ୟ । କିଛି ମହିଳାଙ୍କ ପକ୍ଷେ ଶାଢୀ ପିନ୍ଧି ଚାଲିବା କଷ୍ଟକର ହୋଇପଡୁଥିବା ବେଳେ ଏଠାରେ ଶାଢୀ ପିନ୍ଧି ଫୁଟବଲ ଖେଳୁଛନ୍ତି ମହିଳା । ଯାହାକି ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

ଗ୍ବାଲିୟରରେ ଏପରି ନିଆରା ଫୁଟବଲ ପ୍ରତିଯୋଗିତା ଆରମ୍ଭ ହୋଇଛି । ଯାହାର ନାମ ରଖାଯାଇଛି 'ଗୋଲ ଇନ ଶାଢୀ' । ଏହି ପ୍ରତିଯୋଗିତାରେ ମହିଳାମାନେ ଶାଢୀ ପିନ୍ଧି ମୈଦାନକୁ ଓହ୍ଲାଇଥିବା ବେଳେ ଖୁବ ଉତ୍ସାହିତର ସହ ଫୁଟବଲ ଖେଳିଥିଲେ । ଗ୍ବାଲିୟରର ଏମଏଲବି ଗ୍ରାଉଣ୍ଡରେ ଏହି ମହିଳା ଫୁଟବଲ ପ୍ରତିଯୋଗିତାର ଆୟୋଜନ କରାଯାଇଛି । ଏହି ପ୍ରତିଯୋଗିତା ୨ ଦିନ ହେବାକୁ ଥିବା ବେଳେ ସହରର ପ୍ରାୟ ୮ଟି ମହିଳା ଟିମ ଏଥିରେ ଅଂଶଗ୍ରହଣ କରିଛନ୍ତି । ପ୍ରତିଯୋଗିତାର ପ୍ରଥମ ଦିନରେ ପିଙ୍କ, ବ୍ଲୁ ଓ ଅରେଞ୍ଜ ଟିମ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । ଆଉ ପିଙ୍କ ଟିମ ଚମତ୍କାର ପ୍ରଦର୍ଶନ କରି ପ୍ରଥମ ମ୍ୟାଚକୁ ନିଜ ନାମରେ କରିଛି ।

ଏହା ବି ପଢନ୍ତୁ-କେରଳର ନିଆରା ପର୍ବ, ଦିନକ ପାଇଁ ପୁରୁଷ ପାଲଟନ୍ତି ସ୍ତ୍ରୀ

ଏହି ପ୍ରତିଯୋଗିତାରେ ମହିଳାମାନେ ରଙ୍ଗ ବେରଙ୍ଗର ଶାଢୀ ପିନ୍ଧି ଫୁଟବଲ ଖେଳୁଥିବାର ନଜର ଆସିଛନ୍ତି । କିଛି ମହିଳା ଶାଢୀ ଚମତ୍କାର କିକ୍‌ ମାରୁଥିବା ଦେଖିବାକୁ ମିଳିଛି, ଯାହାକି ଖେଳକୁ ଅଧିକ ରୋମାଞ୍ଚକର କରିଛି । ସବୁଠୁ ଖାସ କଥା ହେଉଛି ମହିଳାଙ୍କ ଏହି ପ୍ରତିଯୋଗିତାରେ ୨୫ରୁ ୫୦ବର୍ଷ ପର୍ଯ୍ୟନ୍ତ ମହିଳା ଫୁଟବଲ ଖେଳୁଥିବା ଦେଖିବାକୁ ମିଳିଛି । ଶାଢୀରେ ଫୁଟବଲ ଖେଳକୁ ଦେଖିବା ଲାଗି ଦର୍ଶକଙ୍କ ମନରେ ଏକପ୍ରକାର ଉତ୍ସାହ ଦେଖିବାକୁ ମିଳିଥିଲା । ଅନେକ ଦର୍ଶକ ମହିଳାଙ୍କ ଏପରି ଚମତ୍କାର ପ୍ରତିଭାକୁ ବେଶ ପ୍ରଂଶସା କରିଥିଲେ ।

ଏହି ପ୍ରତିଯୋଗିତାର ଆୟୋଜକ ଅଞ୍ଜଳି ବତ୍ରା କହିଛନ୍ତି ଯେ, ଏହି ଏଭଳି ଏକ ନିଆରା ପ୍ରତିଯୋଗିତାର ଆୟୋଜନ କରି ସେ ବେଶ ଖୁସି ଅଛନ୍ତି । ଏହି ପ୍ରତିଯୋଗିତାରେ ବିଭିନ୍ନ ରଙ୍ଗର ଟିମ ଅଂଶଗ୍ରହଣ କରିଛନ୍ତି । ସେପଟେ ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଥିବା ପିଙ୍କ ପାନ୍ଥର ଟିମର ଜଣେ ଖେଳାଳି କହିଛନ୍ତି ଯେ ଶାଢୀ ପିନ୍ଧି ମହିଳାମାନେ କେବଳ ରୋଷେଇ ଘର ପର୍ଯ୍ୟନ୍ତ ସୀମିତ ନୁହେଁ, ମହିଳାମାନେ ସବୁ କାର୍ଯ୍ୟରେ ନିଜର ପାରଦର୍ଶିତା ଦେଖାଇପାରିବେ । ସେ ଶାଢୀରେ ଗୋଲ୍‌ କରି ନିଜ ଖୁସି ବ୍ୟକ୍ତ କରିଛନ୍ତି । 'ନାରୀ ଶାଢୀ ମେଁ ଭି ଭାରି' ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.