ETV Bharat / bharat

6 ମାସ ପରେ ଖୋଲିଲା ଶିରିଡି ସାଇବାବା ମନ୍ଦିର - ଶିରିଡସାଇ ମନ୍ଦିର

ମହାମାରୀ ସ୍ଥିତିରେ ସୁଧାର ଆସିବାରୁ ସମସ୍ତ ଧର୍ମସ୍ଥଳୀ ଖୋଲିବାକୁ ଘୋଷଣା କରିଥିଲେ ମହାରାଷ୍ଟ୍ର ସରକାର । ଏହି ପରୀପ୍ରେଷୀରେ ମୁମ୍ବାଇ ନାସିକର ଶିରିଡସାଇ ମନ୍ଦିର ଖୋଲିଛି । ନବରାତ୍ରୀର ବ୍ରହ୍ମ ମୂହୁର୍ତ୍ତରେ ବାବାଙ୍କ ଦ୍ବାର ଖୋଲିଛି । ଅଧିକ ପଢନ୍ତୁ...

ଖୋଲିଲା ଶିରିଡିସାଇ ମନ୍ଦିର
ଖୋଲିଲା ଶିରିଡିସାଇ ମନ୍ଦିର
author img

By

Published : Oct 7, 2021, 10:45 AM IST

ମୁମ୍ବାଇ: କୋରୋନା କଟକଣା ପାଇଁ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଥିଲା । ମହାମାରୀ ସ୍ଥିତିରେ ସୁଧାର ଆସିବାରୁ ସମସ୍ତ ଧର୍ମସ୍ଥଳୀ ଖୋଲିବାକୁ ଘୋଷଣା କରିଥିଲେ ମହାରାଷ୍ଟ୍ର ସରକାର । ଏହି ପରୀପ୍ରେକ୍ଷୀରେ ମୁମ୍ବାଇ ନାସିକର ଶିରିଡସାଇ ମନ୍ଦିର ଖୋଲିଛି । ନବରାତ୍ରୀର ବ୍ରହ୍ମ ମୂହୁର୍ତ୍ତରେ ବାବାଙ୍କ ଦ୍ବାର ଖୋଲିଛି । ମନ୍ଦିର ଖୋଲିବା ପୂର୍ବରୁ ଜିଲ୍ଲା ପ୍ରଶାସନ ଏବଂ ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟର ଅଧିକାରୀମାନେ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି ।

ଗତ ଛଅମାସ ହେବ ମନ୍ଦିର ବନ୍ଦ ରହିଥିଲା । କକଡ ଆରତୀ ସହିତ ସାଇ ବାବାଙ୍କୁ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ଦେଶର କୋଣ ଅନୁକୋଣରୁ ୯୦ଜଣ ଶ୍ରଦ୍ଧାଳୁ କକଡ ଆରତୀରେ ସାମିଲ ହୋଇଥିଲେ । ବାବାଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ମନ୍ଦିରକୁ ଯିବାର ଇଚ୍ଛା ଆଜି ପୂରଣ ହୋଇଛି । ପ୍ରତିଦିନ ୧୫ହଜାର ଭକ୍ତ ଦର୍ଶନର ସୁଯୋଗ ପାଇବେ । ଅନେକ ଦିନ ପରେ ବାବାଙ୍କ ଦର୍ଶନ ପାଇଁ ଭକ୍ତ ଭାବ ବିହ୍ବଳ ହୋଇଛନ୍ତି । ଅନଲାଇନ ପାସ ପାଇଥିବା ଓ ଦାନ ଦେଇଥିବା ସମସ୍ତ ଭକ୍ତ ପ୍ରଥମ ଦିନରେ ବାବାଙ୍କୁ ଦର୍ଶନ କରିବାର ସୁଯୋଗ ପାଇଛନ୍ତି ।

ସାଇ ଭକ୍ତମାନଙ୍କୁ ସ୍ବାଗତ କରିବା ପାଇଁ ଶିରିଡ ଗ୍ରାମବାସୀ ବିଭିନ୍ନ ଝୋଟି ପକାଇଛନ୍ତି । ମନ୍ଦିର ପରିସର ଫୁଲରେ ସୁସଜ୍ଜିତ ହୋଇଛି । ସାଇ ସଂସ୍ଥାନର ସଦସ୍ୟମାନେ ମନ୍ଦର ଚତୁଃପାର୍ଶ୍ବକୁ ସଜାଇଛନ୍ତି । ଫେସ୍ ମାସ୍କ ପିନ୍ଧିବା ଏବଂ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର ସହିତ କୋଭିଡ ଗାଇଡଲାଇନମାନି ଶ୍ରଦ୍ଧାଳୁ ବାବାଙ୍କୁ ଦର୍ଶନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.