ETV Bharat / bharat

Rajasthan: ଟ୍ରକକୁ ପିଟିଲା ବୋଲେରୋ, ଗୋଟିଏ ପରିବାର 6 ମୃତ

ରାଜସ୍ଥାନର ଫଲୌଦୀରେ ଟ୍ରକକୁ ପିଟିଲା ବୋଲେରୋ । ଗୋଟିଏ ପରିବାର 6 ମୃତ । ଜଣେ ଗୁରୁତର ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

Rajasthan: କଣ୍ଟେନରକୁ ପିଟିଲା ବୋଲେରୋ, ଗୋଟିଏ ପରିବାର 6 ମୃତ

author img

By

Published : Aug 15, 2023, 5:54 PM IST

ଜୟପୁର: ରାଜସ୍ଥାନର ଫଲୌଦୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର 6 ଜଣଙ୍କ ମୃତ୍ୟୁ ହୋଇଛି । ଆଜି (ମଙ୍ଗଳବାର) ଅପରାହ୍ନରେ ଫାଲୌଦୀ-ଜୈସଲମେର ରାଜପଥର କାଲ ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି । ଜାତୀୟ ରାଜପଥ କଡରେ ଛିଡା ହୋଇଥିବା ଏକ ଟ୍ରକ (କଣ୍ଟେନର)କୁ ଏକ ବୋଲେରୋ ପଛପଟୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଦୃତଗାମୀ ବୋଲେରୋଟି ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଛି । ଏଥିରେ ଥିବା 7 ଯାତ୍ରୀଙ୍କ ମଧ୍ୟରୁ 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଥିବା ସୂଚନା ମିଳଛି ।

ସ୍ଥାନୀୟ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ, କଣ୍ଟେନରଟି ରାସ୍ତାକଡରେ ଛିଡା ହୋଇଥିବା ବେଳେ ବୋଳେରଟି ଏହାକୁ ପଛପଟୁ ଧକ୍କା ଦେଇଥିଲା । ବୋଲେରୋଟି ଦୃତଗତିରେ ଥିବା କାରଣରୁ ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଥିଲା । ସ୍ଥାନୀୟ ଲୋକେ ଗାଡି ଭିତରେ ଚାପି ହୋଇ ରହିଥିବା ଯାତ୍ରୀଙ୍କୁ ଉଦ୍ଧାର ଆରମ୍ଭ କରିବା ସହ ସ୍ଥାନୀୟ ପୋଲିସ ଓ ପ୍ରଶାସନକୁ ସୂଚନା ଦେଇଥିଲେ । ସ୍ଥାନୀୟ ପୋଲିସ ଓ ମେଡିକାଲ ଟିମ ଆମ୍ବୁଲାନ୍ସ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ । ଘଟଣାସ୍ଥଳରେ 5ଟି ମୃତଦେହ ସହ 2 ଜଣ ସଙ୍କଟନାପନ୍ନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ପଠାଯାଇଥିଲା । ଦୁଇ ଗୁରୁତରଙ୍କୁ ହସ୍ପିଟାଲ ନିଆଯାଉଥିବା ବେଳେ ରାସ୍ତାରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଜଣେ ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ପ୍ରାଣ ହରାଇଥିବା ସମସ୍ତ 6 ମୃତକ ଗୋଟିଏ ପରିବାରର ହୋଇଥିବା ନେଇ ପୋଲିସ ପ୍ରାଥମିକ ତଦନ୍ତରେ ସ୍ପଷ୍ଟ କରିଛି ।

ଏହା ମଧ୍ୟ ପଢନ୍ତୁ:-ଅଜଣା ଗାଡି ଧକ୍କାରେ ରାୟଗଡାରେ ବାଲେଶ୍ବରଙ୍କ ମୃତ୍ୟୁ, ରାସ୍ତା ଅବରୋଧ କଲେ ଗାଁଲୋକେ

ସମସ୍ତ ମୃତଦେହ ନିକଟବର୍ତ୍ତୀ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ବ୍ୟବଚ୍ଛେଦ ପରେ ପରିଜନକୁ ହସ୍ତାନ୍ତର କରାଯିବ । ଏପଟେ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ ହୋଇଛି । ଦୁର୍ଘଟଣା ସ୍ଥଳରେ ସ୍ଥାନୀୟ ଜିଲ୍ଲାଧିକାରୀ ଓ ପୋଲିସ ଅଧୀକ୍ଷକ ମଧ୍ୟ ପହଞ୍ଚିଛନ୍ତି । ଉକ୍ତ ରାସ୍ତାରେ ସାମୟିକ ସମୟ ପାଇଁ ଗାଡି ଚଳାଚଳ ପ୍ରଭାବିତ ହୋଇଥିବା ବେଳେ ପୋଲିସ ଟ୍ରାଫିକ ବ୍ୟବସ୍ଥା ସ୍ବାଭାବିକ କରିଛି । ଚଳିତମାସ (ଅଗଷ୍ଟ) 12 ତାରିଖରେ, ଦିଦୱାନା ରାଜପଥରେ ଏକ ବସ ଓ କାର ମଧ୍ୟରେ ଧକ୍କା ହୋଇଥିଲା । ଏଥିରେ 7ଜଣଙ୍କ ମୃତ୍ୟୁ ହୋଇଥିଲା । ସମସ୍ତ ମୃତକ ଶିକରର ଗୋଟିଏ ପରିବାରର ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.