ETV Bharat / bharat

Fodder scam: RJD ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଦୋଷୀ ସାବ୍ୟସ୍ତ, ୨୧ରେ ଦଣ୍ଡ ଶୁଣାଣି

author img

By

Published : Feb 15, 2022, 12:05 PM IST

Updated : Feb 16, 2022, 6:15 AM IST

ଗୋଖାଦ୍ୟ ଘୋଟାଲା ମାମଲାରେ ପୁଣି ଦୋଷୀ ସାବ୍ୟସ୍ତ ହେଲେ RJD ମୁଖ୍ୟ ଲାଲୁ ପ୍ରସାଦ ଯାଦବ ।

RJD ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଦୋଷୀ ସାବ୍ୟସ୍ତ

ରାଞ୍ଚି: ପୁଣି ଜେଲ୍‌ ଯିବେ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାବଦ । ବହୁ ଚର୍ଚ୍ଚିତ ଗୋଖାଦ୍ୟ ଘୋଟାଲା ମାମଲାରେ ପୁଣି ଦୋଷୀ ସାବ୍ୟସ୍ତ ହୋଇଛନ୍ତି ୭୩ ବର୍ଷୀୟ RJD ମୁଖ୍ୟ ଲାଲୁ । ରାଞ୍ଚିରେ ସିବିଆଇ ସ୍ବତନ୍ତ୍ର କୋର୍ଟ ଦ୍ବାରା ଦୋରନ୍ଦା ଟ୍ରେଜେରୀରୁ ଜାଲିଆତି ମାମଲାରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଆସନ୍ତା ଫେବ୍ରୁଆରୀ ୨୧ରେ ଦଣ୍ଡବିଧାନର ଶୁଣାଣି ହେବ । ଲାଲୁଙ୍କ ସହ ଅନ୍ୟ ୭୫ ଜଣ ବି ଦୋଷୀ ସାବ୍ୟସ୍ତ ହୋଇଥିବା ସୂଚନା ମିଳିଛି । କୋର୍ଟଙ୍କ ରାୟ ପରେ ପୋଲିସ ଲାଲୁଙ୍କୁ ନିଜ ହେପାଜତକୁ ନେଇଛି ।

ପୂର୍ବରୁ ଲାଲୁ ଗୋଖାଦ୍ୟ ଦୁର୍ନୀତି ସହ ଜଡିତ ଅନ୍ୟ ଚାରୋଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସାରିଛନ୍ତି। ଏହି ଚାରୋଟି ମାମଲାରେ କୋର୍ଟ ତାଙ୍କୁ ପ୍ରାୟ ୧୪ ବର୍ଷର ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ। ଏହା ସହିତ ତାଙ୍କୁ ଏକ କୋଟି ଟଙ୍କାର ଜୋରିମାନା ମଧ୍ୟ ଦେବାକୁ ପଡିଥିଲା। ଏପ୍ରିଲ ୧୭ ୨୦୨୧ରେ ସେ ଜାମିନରେ ଆସିଥିଲେ । ଆଉ ଏବେ ପୁଣି ଡୋରଣ୍ଡା ଟ୍ରେଜେରୀରୁ ବେଆଇନ ଭାବେ ୧୩୯ କୋଟି ଟଙ୍କା ହେରଫେର ମାମଲାରେ ରାଞ୍ଚିର ସିବିଆଇ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ମୋଟ ୧୭୦ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୫୫ ଜଣଙ୍କ ମୃତ୍ୟୁ ହୋଇସାରିଲାଣି ।

୨୦୦୧ରେ ଲାଲୁ ଯାଦବଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ପକ୍ଷରୁ ଚାର୍ଜସିଟ ଦାଖଲ କରାଯାଇଥିଲା ଏବଂ ୨୦୦୫ରେ ଏହି ଚାର୍ଜ ଫ୍ରେମ ପ୍ରସ୍ତୁତ କରାଯାଇଥିଲା। ଗୋଖାଦ୍ୟ ଦୁର୍ନୀତି ସହ ଜଡିତ ଅନ୍ୟ ମାମଲା ଲାଲୁଙ୍କୁ ପାଞ୍ଚରୁ ସାତ ବର୍ଷ ଯାଏଁ ଦଣ୍ଡାଦେଶ ମିଳିଥିଲା। କିଛି ଦିନ ଜେଲ୍‌ରେ ରହିବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ଯୋଗୁଁ ହାଇକୋର୍ଟରୁ ଲାଲୁଙ୍କୁ ଜାମିନ ମିଳିଥିଲା। ୧୯୯୧ ରୁ ୧୯୯୬ ଭିତରେ ଲାଲୁ ବିହାର ମୁଖ୍ୟମନ୍ତ୍ରୀ ଥିବାବେଳେ ଏହି ଦୁର୍ନୀତି ହୋଇଥିଲା । ପୂର୍ବରୁ ଲାଲୁ ଦେଓଘର ଟ୍ରେଜେରୀ ସହ ଜଡିତ ଏକ ମାମଲା, ଦୁମକା ଓ ଚାଇବାସା ଟ୍ରେଜେରୀ ସହ ଜଡିତ ୨ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ।

Last Updated : Feb 16, 2022, 6:15 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.