ETV Bharat / bharat

ସଂସଦରୁ ଜେଲ, ଜାଣନ୍ତୁ ‘କିଙ୍ଗ ମେକର୍’ ଲାଲୁ ଯାଦବଙ୍କ ରାଜନୈତିକ ଇତିହାସ - ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ

ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଆଜି ତାଙ୍କର 74 ତମ ଜନ୍ମଦିନ ପାଳନ କରୁଛନ୍ତି। ସେ 11 ଜୁନ୍ 1948 ରେ ଜନ୍ମଗ୍ରହଣ କରିଥିଲେ। ଅଧିକ ପଢନ୍ତୁ...

ଲାଲୁ ଯାଦବ
ଲାଲୁ ଯାଦବ
author img

By

Published : Jun 11, 2021, 11:58 AM IST

ହାଇଦ୍ରାବାଦ: ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଆଜି ତାଙ୍କର 74 ତମ ଜନ୍ମଦିନ ପାଳନ କରୁଛନ୍ତି। ସେ 11 ଜୁନ୍ 1948 ରେ ଜନ୍ମଗ୍ରହଣ କରିଥିଲେ। ଚାରା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଲାଲୁ ଯାଦବ ଜେଲରେ ଥିଲେ, ଏହି କାରଣରୁ ତାଙ୍କ ପରିବାର ସଦସ୍ୟ ଏବଂ ସମର୍ଥକମାନେ 3 ବର୍ଷ ଧରି ଉତ୍ସାହର ସହ ତାଙ୍କ ଜନ୍ମଦିନ ପାଳନ କରୁନଥିଲେ। କିଛି ମାସ ତଳେ ଜାମିନ ପାଇବା ପରେ ଲାଲୁ ଜେଲରୁ ବାହାରିଛନ୍ତି। ଲାଲୁ ଯାଦବ ଦିଲ୍ଲୀର ତାଙ୍କ ଝିଅ ଘରେ ଅଛନ୍ତି । ଏଥି ସହିତ ତାଙ୍କ ଜନ୍ମଦିନ ଅବସରରେ ସମ୍ପର୍କୀୟ ତଥା ସମର୍ଥକମାନେ ପାଟନା ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ପାଳନ କରୁଛନ୍ତି। ଉତ୍ସବ ପାଇଁ ପ୍ରସ୍ତୁତି ଗୁରୁବାର ଠାରୁ ଆରମ୍ଭ ହୋଇଥିଲା। ପାଟନା ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଆରଜେଡି କର୍ମୀମାନେ ପୋଷ୍ଟର ଲଗାଇଥିଲେ।

ରାଜନୀତି ପାଇଁ ସେ ଯେତେ ଚର୍ଚ୍ଚାରେ ଥିଲେ ସେତିକି ସେ ତାଙ୍କର ଡାଏଲଗକୁ ନେଇ ଚର୍ଚ୍ଚାରେ ରହୁଥିଲେ । ସଂସଦରେ ତାଙ୍କ ଅଭିଭାଷଣ ସମସ୍ତଙ୍କଠାରୁ ଅଲଗା ଥିଲା । ତେବେ ରାଜନୀତିରୁ ଜେଲ ଯାତ୍ରାରେ ଲାଲୁଙ୍କୁ ବିହାର ରାଜନୀତିରୁ ଦୂରେଇ ରଖିବା ସମ୍ଭବ ନୁହେଁ । ତେବେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ 1990 ଦଶକରେ ଘଟିଥିବା ଚାରା ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହେବା ପରେ ଡିସେମ୍ବର 2017 ରେ ରାଞ୍ଚିର ବିର୍ସା ମୁଣ୍ଡା କେନ୍ଦ୍ରୀୟ ଜେଲକୁ ପଠାଯାଇଥିଲା । ସେତେବେଳର ବିହାରର ଅଂଶ ଥିବା ଝାଡଖଣ୍ଡର ଅନେକ ଜିଲ୍ଲାରୁ ଶହ ଶହ କୋଟି ଟଙ୍କା ଠକେଇ କରାଯାଇଥିବା ଅଭିଯୋଗ ହୋଇଥିଲା ।

ଏହାସହ ଜେଲରେ ଥିବା ସମୟରେ ବିଧାନସଭା ବାଚସ୍ପତି ପଦ ପାଇଁ ଶାସକ ଦଳର ବିଧାୟକଙ୍କୁ ଫୋନ୍ କରି NDA ପ୍ରାର୍ଥୀଙ୍କୁ ହରାଇବାକୁ ଅନୁରୋଧ କରିଥିଲେ । ତାଙ୍କୁ 26 ନଭେମ୍ବର 2020ରେ ପେଇଂ ୱାର୍ଡରେ ରଖାଯାଇଥିଲା । ତେବେ ଜେଲ କର୍ତ୍ତୃପକ୍ଷ ମଧ୍ୟ ଲାଲୁଙ୍କୁ ସ୍ଥାନାନ୍ତର କରିବାକୁ ଆବଶ୍ୟକ ଅନୁମୋଦନ ଦେଇଥିଲେ। ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ଅଣାଯାଇଥିଲା ।

ଲାଲୁ 1970 ରେ ପାଟନା ବିଶ୍ବବିଦ୍ୟାଳୟ ଛାତ୍ର ସଂଘ (PUSU) ର ସାଧାରଣ ସମ୍ପାଦକ ଭାବରେ ଛାତ୍ର ରାଜନୀତିରେ ପ୍ରବେଶ କରିଥିଲେ। 1973 ରେ ସେ PUSU ର ସଭାପତି ହୋଇଥିଲେ । ପରେ 1974 ରେ ଜେପି ନେତୃତ୍ବାଧୀନ ଛାତ୍ର ଆନ୍ଦୋଳନରେ ଯୋଗ ଦେଇଥିଲେ । 1990 ରେ ଲାଲୁ ପ୍ରସାଦ ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହାପରେ ସେ ପୁଣି 1995ରେ ପଛୁଆ ଜାତିଙ୍କ ଭୋଟ୍ ହାତେଇ ମୁଖ୍ୟମନ୍ତ୍ରୀ ହୋଇଥିଲେ । 1997ରେ ଚାରା ଘୋଟାଲାରେ ସିବିଆଇ କୋର୍ଟରେ ପତ୍ନୀ ରାବଡୀ ଦେବୀଙ୍କ ସହ ଆତ୍ମସମର୍ପଣ କରିଥିଲେ । ପରେ ତାଙ୍କୁ କ୍ଲିନ୍ ଚିଟ୍ ମଧ୍ୟ ମିଳିଥିଲା ।

2004-2009ରେ UPA ସରକାରରେ ରେଳ ମନ୍ତ୍ରୀ ଥିଲେ । ତାଙ୍କ ମନ୍ତ୍ରୀ ହେବା ପୂର୍ବରୁ ଭାରତୀୟ ରେଳ ବିଭାଗ କ୍ଷତିରେ ଚାଲୁଥିଲା ମାତ୍ର ତାଙ୍କ ନେତୃତ୍ବାଧିନରେ ରେଳ ବିଭାଗକୁ ପ୍ରାୟ 250 ବିଲିୟନ ଲାଭ ହୋଇଥିଲା । 2000 ରେ ବିହାର ବିଧାନସଭା ନିର୍ବାଚିତ ହେଲା ସେତେବେଳେ ଆରଜେଡି ସଂଖ୍ୟା କମିଗଲା। ଏହାପରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ କିନ୍ତୁ ସଂଖ୍ୟାଗରିଷ୍ଠତା ପାଇ ପାରନଥିଲେ ଓ ସାତ ଦିନ ମଧ୍ୟରେ ସେ ଇସ୍ତଫା ଦେଇଥିଲେ। ଏହାପରେ ରାବଡୀ ଦେବୀ ପୁଣିଥରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତାଙ୍କୁ ସମର୍ଥନ କରୁଥିବା 22 ଜଣ କଂଗ୍ରେସ ବିଧାୟକ ତାଙ୍କ ସରକାରରେ ମନ୍ତ୍ରୀ ହୋଇଥିଲେ କିନ୍ତୁ ଆରଜେଡି ସରକାର 2005 ରେ ବିହାର ବିଧାନସଭା ନିର୍ବାଚନରେ ହାରିଯାଇଥିଲା ଏବଂ ନୀତିଶ କୁମାର ବିହାରର ଦାୟିତ୍ବ ଗ୍ରହଣ କରିଥିଲେ।

ତେବେ ଲାଲୁ ପ୍ରସାଦ ଯାଦବ ପଛୁଆ ଗର୍ବକୁ ସର୍ବଦା ସମର୍ଥନ କରିଥିବାରୁ ଜାତିଗତ ବିଦ୍ରୋହ ଅଧିକ ଦେଖିବାକୁ ମିଳୁଥିଲା । ଲାଲୁଙ୍କ ରାଜନୀତି ସମୟରେ ବିହାରରେ କୌଣସି ପ୍ରଗତି ହୋଇ ନାହିଁ ତଥାପି ପଛୁଆ ବର୍ଗ ଲାଲୁଙ୍କୁ ଭୋଟ୍ ଦେବେ ବୋଲି ମତ ରଖନ୍ତି କାରଣ ଲାଲୁ ସେମାନଙ୍କୁ ଇଜ୍ଜତ ଦେଉଥିଲେ । ଏହାସହ ଲାଲ କୃଷ୍ଣ ଆଡଭାନୀଙ୍କ ରଥ ଯାତ୍ରାକୁ ଅଟକାଇ ତାଙ୍କୁ ଗିରଫ କରିବା ପରେ ବିହାରର ମୁସଲିମଙ୍କ ମଧ୍ୟରେ ବି ସେ ନିଜର ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଥିଲେ । 1989ରେ ବାଗଲପୁର ଦଙ୍ଗା ପରେ ବିହାରର ମୁସଲିମ୍ ନିଜକୁ ଅସୁରକ୍ଷିତ ମାନୁଥିଲେ । ସେତବେଳର ସତ୍ୟେନ୍ଦ୍ର ନାରାୟଣ ସିଂ ସରକାର ରାଜ୍ୟରେ ଆଇନ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ ଫଳରେ ଦଙ୍ଗାରେ ମୃତ୍ୟୁ ସଂଖ୍ୟା 1000 ଟପି ଥିଲା ।

ଯେତିକି ସେ ରାଜନୀତିରେ ସକ୍ରିୟ ନଥିଲେ ସେତିକି ସେ ଘୋଟାଲାରେ ସକ୍ରିୟ ରହିଥିଲେ । ଯାଦବ, ସଂସଦର ପ୍ରଥମ ସଦସ୍ୟ ଥିଲେ ଯିଏ କୌଣସି ଘୋଟାଲାରେ ଗିରଫ ହୋଇଥିଲେ । ସେ ମୁଖ୍ୟମନ୍ତ୍ରୀ ହେବା ପରେ ରାଜ୍ୟରେ ଆଇନ ବ୍ୟବସ୍ଥା ବିପର୍ଯ୍ୟସ୍ତ ଥିବା ସହ ହତ୍ୟା, ଚୋରି, ଡକାୟତୀ ମଧ୍ୟ ବଢିବାରେ ଲାଗିଥିଲା । ସର୍ବବା ବିବାଦ ଘେରରେ ରହି ଆସୁଥିଲେ ଲାଲୁ । ତେବେ ଏତେ ବିବାଦ ମଧ୍ୟରେ ଆରଜେଡିର ସ୍ଥିତି ଧିରେ ଧିରେ ସୁଧିରିବାରେ ଲାଗିଛି । ତେଜସ୍ବୀ ଯାଦବଙ୍କ ତତ୍ତ୍ବାବଧାନରେ ଆରଜେଡି ଗତ ନିର୍ବାଚନରେ ଏକକ ବୃହତମ ଦଳ ଭାବରେ ଉଭା ହୋଇ ପାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.