ETV Bharat / bharat

ଗଙ୍ଗାନଦୀରେ ମୃତଦେହ ଭସାଉଥିବାବେଳେ ଧରାପଡିଲେ ବ୍ୟକ୍ତି, କହିଲେ ମିଳିଛି ନିର୍ଦ୍ଦେଶ - ଗଙ୍ଗାନାଦୀରେ ମୃତଦେହ ଭାସିବା ଘଟଣା

ଗଙ୍ଗାନାଦୀରେ 50ରୁ ଉର୍ଦ୍ଧ୍ବ ମୃତଦେହ ଭାସୁଥିବା ଘଟଣା । ମଙ୍ଗଳାବାର ବିଳମ୍ବିତ ରାତିରେ ନଦୀରେ ଜଣେ ବ୍ୟକ୍ତି ମୃତଦେହ ଭାସାଉଥିବା ସମୟରେ ଧରା ପଡିଛନ୍ତି । ଅଧିକ ପଢନ୍ତୁ...

ମୃତଦେହ ଭାସାଉଥିବା ବ୍ୟକ୍ତି
ମୃତଦେହ ଭାସାଉଥିବା ବ୍ୟକ୍ତି
author img

By

Published : May 12, 2021, 12:25 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବାରା ନଗର ପଞ୍ଚାୟତ ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଗଙ୍ଗାନଦୀରେ ଅନେକ ମୃତଦେହ ଭସାଉଥିବା ସମୟରେ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ବିହାରର ବକ୍ସର ଗଙ୍ଗାନଦୀ କୂଳରେ 50ରୁ ଅଧିକ ମୃତଦେହ ଭାସୁଥିବା ଲୋକଲୋଚନକୁ ଆସିବାପରେ ଏହା ହଇଚଇ ସୃଷ୍ଟି କରିଥିଲା ।

ଜଣେ ଗିରଫ

ଇଟିଭି ଭାରତର ପ୍ରତିନଧି ଉକ୍ତ ବ୍ୟକ୍ତି ଜଣଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ସେ କହିଥିଲେ ମୋ ନାଁ ବିହାରୀ ସା । ବାପାଙ୍କ ନାଁ ଦେହାରୀ । ମୁଁ ମୃତଦେହଗୁଡିକୁ ନଦୀରେ ଭସାଉଛି । ବର୍ତ୍ତମାନ ସୁଦ୍ଧା ମୁଁ 6ଟି ମୃତଦେହକୁ ଭସାଇ ସାରିଛି । ଏହା ସହିତ ଅନେକ ମୃତଦେହ ଭସାଇବାକୁ ମୋତେ ନିର୍ଦ୍ଦେଶ ଦିଆଯାଇଛି । ବ୍ୟକ୍ତି ଜଣଙ୍କୁ କିଏ ନିର୍ଦ୍ଦେଶ ଦେଇଛି ପଚରା ଯିବାରୁ ସେ ବାରା ପୋଲିସ ଅଧିକାରୀଙ୍କ ନାମରେ ଅଭିଯୋଗ ଆଣିଛନ୍ତି ।

ପ୍ରକାଶ ଥାଉ କି, ସୋମବାର ଗଙ୍ଗାନାଦୀରେ 50ରୁ ଉର୍ଦ୍ଧ୍ବ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା । ମୃତଦେହଗୁଡିକ କୋରୋନା ରୋଗୀ ହୋଇଥିବା ଆଶଙ୍କା କରାଯାଉଥିଲା । ମଙ୍ଗଳବାର ପୁଣି ନଦୀ କୂଳରୁ ଆଉ 12ରୁ ଅଧିକ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି । ଗଙ୍ଗାନଦୀ କୂଳରେ ମୃତଦେହ ଭାସିବାର ପ୍ରଥମ ରିପୋର୍ଟ ଇଟିଭ ଭାରତ ଲୋକ ଲୋଚନକୁ ଆଣିଥିଲା । ଏହା ପରେ ସେଠାରେ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏତେ ସଂଖ୍ୟକ ମୃତଦେହ କେଉଁଠୁ ଆସିଲା ତାହା ସ୍ପଷ୍ଟ ହୋଇନାହିଁ । ବର୍ତ୍ତମାନ ସୁଦ୍ଧା ବକ୍ସର ଜିଲ୍ଲାର ଗଙ୍ଗା ନଦୀ କୂଳରୁ ମୋଟ 71ଟି ମୃତଦେହ ଉଦ୍ଧାର କରାଯାଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.