ନୂଆଦିଲ୍ଲୀ: ନିର୍ବାଚନ କମିଶନର ଭାବେ ଦାୟିତ୍ବ ନେଇଛନ୍ତି ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଅରୁଣ ଗୋଏଲ(Goel takes charge as Election Commissioner) ସୋମବାର ସେ ଏହି ନୂତନ ଦାୟିତ୍ବ ଗ୍ରହଣ କରିଛନ୍ତି । ଗୋଏଲ ୧୯୮୫ ବ୍ୟାଚ ପଞ୍ଜାବ କ୍ୟାଡର ଆଇଏଏସ ଅଧିକାରୀ । ଗତ ଶୁକ୍ରବାର ସେ ଉଦ୍ୟୋଗ ବିଭାଗ ସଚିବ ପଦରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ ।
ଏହାପରେ ଶନିବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ(President Droupadi Murmu) ଦ୍ବାରା ତାଙ୍କୁ ନୂତନ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରାଯାଇଥିବା ଆଇନ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା । ଅବସରପ୍ରାପ୍ତ ଆଇଏଏସ ଅଫିସର ଅରୁଣ ଗୋଏଲ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଓ ଅନୁପ ଚନ୍ଦ୍ର ପାଣ୍ଡେଙ୍କ ସହ ନିର୍ବାଚନ ପ୍ୟାନେଲରେ ସାମିଲ ହୋଇଛନ୍ତି । ଚଳିତ ବର୍ଷ ମେ ମାସରେ ସୁଶୀଲ ଚନ୍ଦ୍ର ମୁଖ୍ୟ ନିର୍ବାଚନ କମିଶନର ପଦରୁ ଅବସର ନେଇଥିଲେ ।