ETV Bharat / bharat

7ମ ଦିନରେ ଉଦ୍ଧାରକାର୍ଯ୍ୟ: 40 ନୁହେଁ ଫସିଛନ୍ତି 41 ଶ୍ରମିକ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ପହଞ୍ଚିଲା ଟିମ୍‌ - ଉତ୍ତରାଖଣ୍ଡ ଟନେଲ ଟ୍ରେଜେଡି

7 ଦିନ ପରେ ମଧ୍ୟ ଫସିଥିବା ଶ୍ରମିକଙ୍କ ନିକଟରେ ପହଞ୍ଚି ପାରିନାହିଁ ଉଦ୍ଧାରକାରୀ ଟିମ୍‌ । ଏବେ 41 ଶ୍ରମିକ ଫସିଥିବା ସୂଚନା । ଉଦ୍ଧାର ପ୍ରକ୍ରିୟା ଅନୁଧ୍ୟାନ କଲେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ଯାଇଥିବା ଟିମ୍‌ । ଅଧିକ ପଢନ୍ତୁ

7  ଦିନରେ ଉଦ୍ଧାରକାର୍ଯ୍ୟ: 40 ନୁହେଁ ଫସିଛନ୍ତି 41 ଶ୍ରମିକ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ପହଞ୍ଚିଲା ଟିମ୍‌

author img

By ETV Bharat Odisha Team

Published : Nov 18, 2023, 8:44 PM IST

7  ଦିନରେ ଉଦ୍ଧାରକାର୍ଯ୍ୟ: 40 ନୁହେଁ ଫସିଛନ୍ତି 41 ଶ୍ରମିକ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ପହଞ୍ଚିଲା ଟିମ୍‌
7 ଦିନରେ ଉଦ୍ଧାରକାର୍ଯ୍ୟ: 40 ନୁହେଁ ଫସିଛନ୍ତି 41 ଶ୍ରମିକ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ପହଞ୍ଚିଲା ଟିମ୍‌

ଡେରାଡୁନ: ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲ ଭୁଶୁଡିବା ଘଟଣାର ଉଦ୍ଧାରକାର୍ଯ୍ୟ ଆଜିକୁ 7ମ ଦିନରେ ପହଞ୍ଚିଛି । ଏପର୍ଯ୍ୟନ୍ତ ଫସିଥିବା ସମସ୍ତ ଶ୍ରମିକ ଜୀବିତ ଓ ସୁରକ୍ଷିତ ଥିବା ଜଣାପଡିଥିଲେ ସୁଦ୍ଧା ସେମାନଙ୍କ ନିକଟରେ ଉଦ୍ଧାରକାରୀ ଟିମ୍‌ ପହଞ୍ଚିବାରେ ସଫଳ ହୋଇନି । ଏବେ ଏହାରି ମଧ୍ୟରେ ଆଉ ଏକ ବଡ ଖବର ମଧ୍ୟ ସାମ୍ନାକୁ ଆସିଛି । 40 ନୁହେଁ ବରଂ ଟନେଲ ମଧ୍ୟରେ 41 ଶ୍ରମିକ ଫସି ରହିଛନ୍ତି । ଏବେ ଜଣାପଡିଥିବା ଶ୍ରମିକଙ୍କ ନାମ ଦୀପକ କୁମାର ଓ ତାଙ୍କ ଘର ବିହାର ବୋଲି ଜଣାପଡିଛି ।

ଆଜି ଘଟଣାସ୍ଥଳରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ପହଞ୍ଚି ଉଦ୍ଧାରକାର୍ଯ୍ୟ ସମୀକ୍ଷା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ଉଚ୍ଚସ୍ତରୀୟ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପିଏମଓର ଉପସଚିବ ମଙ୍ଗେଶ ଗିଲ୍ଡିଆଲଙ୍କ ନେତୃତ୍ବରେ ଏହି ଟିମ୍‌ ଘଟଣାସ୍ଥଳରେ ଉଦ୍ଧାର ଅପରେସନ ସମୀକ୍ଷା କରିବା ସହ ଉଦ୍ଧାରକାରୀ ଟିମ ସହ ବିଭିନ୍ନ ଦିଗ ନେଇ ଆଲୋଚନା କରିଛନ୍ତି ।

ଘଟଣାସ୍ଥଳରେ ପିଏମଓ ଟିମ୍‌:-

ପ୍ରଥମ ଦିନରୁ ପ୍ରଧାନମନ୍ତ୍ରୀ ମୋଦି ଏହି ଦୁର୍ଘଟଣାର ଉଦ୍ଧାରକାର୍ଯ୍ୟ ସମ୍ପର୍କରେ ରାଜ୍ୟ ସରକାରଙ୍କ ସହ ନିୟମିତ ଯୋଗାଯୋଗରେ ରହିଛନ୍ତି । ଏବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପାଞ୍ଚଜଣ ବରିଷ୍ଠ ଅଧିକାରୀଙ୍କ ଏକ ଟିମ୍ ଉତ୍ତରକାଶୀର ଘଟଣାସ୍ଥଳରେ ପହଞ୍ଚିଛି । ପିଏମଓ ଉପସଚିବ ମଙ୍ଗେଶ ଗିଲ୍ଡିଆଲ ଏହି ଟିମରେ ନେତୃତ୍ବ ନେଉଥିବା ବେଳେ ଭୂବିଜ୍ଞାନୀ ବରୁଣ ଅଧିକାରୀ, ଇଞ୍ଜିନିୟର ମହମୁଦ ଅହମ୍ମଦ, ଉପସଚିବ ଭାସ୍କର ଖୁଲଭେ ପ୍ରମୁଖ ରହିଛନ୍ତି । ଏହି ଟିମ ଘଟଣାସ୍ଥଳରେ ଉଦ୍ଧାର ପ୍ରକ୍ରିୟା ଅନୁଧ୍ୟାନ କରିବା ସହ ଉଦ୍ଧାରକାରୀ ଟିମ ସହ ଆଲୋଚନା ମଧ୍ୟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :-ଉତ୍ତରାଖଣ୍ଡ ଟନେଲ ଟ୍ରାଜେଡି: ଉଦ୍ଧାର କାର୍ଯ୍ୟରେ ସାମିଲ ହେଲା ବାୟୁସେନା

ଅଘଟଣକୁ 7 ଦିନ ବିତିଯାଇଥିଲେ ମଧ୍ୟ ଏବେ ସୁଦ୍ଧା ରେସ୍କ୍ୟୁ ଟିମ୍‌ ମାତ୍ର 25 ରୁ 30 ମିଟର ଭିତରକୁ ପ୍ରବେଶ କରିବାରେ ସଫଳ ହୋଇଛି । ପଥରକୁ ବିଶାଳ ତଥା ଉଚ୍ଚଶକ୍ତିସମ୍ପନ୍ନ ଡ୍ରିଲ ମେସିନରେ ଖୋଳାଯାଉଥିବାରୁ ସୃଷ୍ଟି ହେଉଥିବା କମ୍ପନରେ ମଧ୍ୟ ଟନେଲ ମଧ୍ୟରେ ଭୂସ୍ଖଳନ ହେବାର ଯଥେଷ୍ଟ ଆଶଙ୍କା ରହୁଛି । ତେଣୁ ସମସ୍ତ ସମ୍ଭାବ୍ୟ ଦିଗକୁ ଦୃଷ୍ଟିରେ ରଖି ଉଦ୍ଧାର ଅପରେସନ ଆଗକୁ ବଢୁଛି ।

ଆମେରିକା ମେସିନରେ ତ୍ରୁଟି:-

ଡ୍ରିଲିଂ ପାଇଁ ବ୍ୟବହାର କରାଯାଉଥିବା ଆମେରିକାର ଅଗର ମେସିନରେ ମଧ୍ୟ ଯାନ୍ତ୍ରିକ ତ୍ରୁଟି ଦେଖାଯିବା କାରଣରୁ ଉଦ୍ଧାର ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ତଥାପି ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ତମାମ ପ୍ରୟାସ କରାଯାଉଥିବା ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି । ଗୋଟିଏ ପଟେ ଖୋଳା ଜାରି ରହିଥିବା ବେଳେ ଅନ୍ୟ ଏକ ଉପାୟରେ ଶ୍ରମିକଙ୍କ ନିକଟକୁ ପାଇପ ମାଧ୍ୟମରେ ଅମ୍ଳଜାନ ଓ ଖାଦ୍ୟ ମଧ୍ୟ ପଠାଯାଉଛି । ଏହି ଆହ୍ବାନପୂର୍ଣ୍ଣ ଉଦ୍ଧାର ଅପରେସନରେ NDRF, SDRF ଓ ITBP ସମନ୍ବିତ ଭାବେ ନିୟୋଜିତ ଅଛନ୍ତି । ଏକାଧିକ ପ୍ରକାର ଅତ୍ୟାଧୁନିକ ମେସିନ ମଧ୍ୟ ବ୍ୟବହାର କରାଯାଉଛି । ତଥାପି ଆହ୍ବାନପୂର୍ଣ୍ଣ ଭୌଗଳିକ ସ୍ଥିତି କାରଣରୁ ଉଦ୍ଧାର ଅପରେସନ ଏତେଟା ସହଜ ହେଉନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.