ETV Bharat / bharat

Ayodhya Ram Mandir: ଡିସେମ୍ବର ସୁଦ୍ଧା ସରିବ ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ

author img

By

Published : May 22, 2023, 9:52 PM IST

ଆସନ୍ତା ଡିସେମ୍ବର ୩୦ ସୁଦ୍ଧା ଶେଷ ହେବ ଅଯୋଧ୍ୟା ରାମ ମନ୍ଦିରର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ । ମନ୍ଦିରର ଗ୍ରାଉଣ୍ଡ ଫ୍ଲୋରରେ ପ୍ରଭୁ ରାମଚନ୍ଦ୍ର ବିରାଜମାନ ହେବା ପରେ ଶ୍ରଦ୍ଧାଳୁ ତାଙ୍କୁ ଦର୍ଶନ କରିପାରିବେ ବୋଲି ମନ୍ଦିର ନିର୍ମାଣ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

Ayodhya Ram Mandir
Ayodhya Ram Mandir

ଲକ୍ଷ୍ନୌ: ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମଭୂମି ଅଯୋଧ୍ୟାରେ ଜୋରସୋରରେ ଚାଲିଛି ମନ୍ଦିର ନିର୍ମାଣ କାର୍ଯ୍ୟ । ଆସନ୍ତା ବର୍ଷ ଜାନୁଆରୀ ସୁଦ୍ଧା ମନ୍ଦିର ପ୍ରତିଷ୍ଠା ନେଇ ଲକ୍ଷ୍ୟ ରହିଥିବା ବେଳେ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଶେଷ ହେବ ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ । ଶ୍ରଦ୍ଧାଳୁମାନେ ମନ୍ଦିରରେ ପ୍ରଭୁ ରାମଚନ୍ଦ୍ରଙ୍କୁ ଦର୍ଶନ କରିବା ଲାଗି ଅପେକ୍ଷା କରି ରହିଥିବା ବେଳେ ଏହି ଖୁସି ଖବର ଆସିଛି । ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ନିର୍ମାଣ କମିଟିର ଚେୟାରମ୍ୟାନ ନୃପେନ୍ଦ୍ର ମିଶ୍ରା ସୋମବାର ସୂଚନା ଦେଇଛନ୍ତି ।

ମନ୍ଦିରର ଗ୍ରାଉଣ୍ଡ ଫ୍ଲୋର କାର୍ଯ୍ୟ ଶେଷ ପର୍ଯ୍ୟାୟରେ

ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, "ମନ୍ଦିରର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏହାକୁ ୩ଟି ପର୍ଯ୍ୟାୟରେ କରାଯାଉଛି । ତେବେ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଏହାର ପ୍ରଥମ ପର୍ଯ୍ୟାୟ ଶେଷ ହେବ । ମନ୍ଦିରର ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଶ୍ରଦ୍ଧାଳୁମାନେ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ । ମନ୍ଦିରର ଗ୍ରାଉଣ୍ଡ ଫ୍ଲୋରରେ ରହିଥିବା ୫ଟି ମଣ୍ଡପ ସମେତ ଅନ୍ୟ କାର୍ଯ୍ୟ ଡିସେମ୍ବର ୩୦ ତାରିଖ ସୁଦ୍ଧା ଶେଷ ହୋଇଯିବ । ମନ୍ଦିରର ତଳ ମହଲାରେ ପ୍ରତିଷ୍ଠିତ ହେବ ରାମଲଲାଙ୍କ ପ୍ରତିମୂର୍ତ୍ତି । ଏଠାରେ ଥିବା ପଞ୍ଚ ମଣ୍ଡପ ଉପରେ ବିରାଜମାନ ହୋଇ ଶ୍ରଦ୍ଧାଳୁଙ୍କ ଦର୍ଶନ ଦେବେ ପ୍ରଭୁ ରାମଚନ୍ଦ୍ର । ଏହି ପଞ୍ଚ ମଣ୍ଡପ ନିର୍ମାଣ ଲାଗି ୧୬୦ଟି ସ୍ତମ୍ଭ ଲାଗିଛି ।"

ଜୋରସୋରରେ ଚାଲିଛି ନିର୍ମାଣ କାର୍ଯ୍ୟ
ଜୋରସୋରରେ ଚାଲିଛି ନିର୍ମାଣ କାର୍ଯ୍ୟ

ଏହା ବି ପଢନ୍ତୁ- 2000 Notes: '୨୦୦୦ ଟଙ୍କିଆ ନୋଟ ଆଣିବାକୁ ଚାହୁଁନଥିଲେ ପ୍ରଧାନମନ୍ତ୍ରୀ'

ଗ୍ରାଉଣ୍ଡ ଫ୍ଲୋରରେ ବିଦ୍ୟୁତ ସଂଯୋଗ ମଧ୍ୟ କରାଯିବ । ଏହି ସମସ୍ତ କାର୍ଯ୍ୟ ଡିସେମ୍ବର ୩୦ ତାରିଖ ସୁଦ୍ଧା ଶେଷ ହେବ ବୋଲି ସେ ସୂଚନା ଦେଇଛନ୍ତି । ତେବେ ୨୦୨୫ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଥିବା ସେ କହିଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ଡିସେମ୍ବର ୨୦୨୩, ଦ୍ବିତୀୟ ପର୍ଯ୍ୟାୟ ଡିସେମ୍ବର ୨୦୨୪ ଓ ତୃତୀୟ ପର୍ଯ୍ୟାୟ ଡିସେମ୍ବର ୨୦୨୫ ସୁଦ୍ଧା ଶେଷ ହେବ ବୋଲି ସେ କହିଛନ୍ତି । ଆସନ୍ତା ବର୍ଷ ଜାନୁଆରୀ ୧ ତାରିଖରେ ବହୁପ୍ରତିକ୍ଷତ ଅଯୋଧ୍ୟା ରାମ ମନ୍ଦିର ଭକ୍ତଙ୍କ ଦର୍ଶନ ଲାଗି ଖୋଲିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ କହିଛନ୍ତି । ଅନ୍ୟପଟେ ମନ୍ଦିର ନିର୍ମାଣ ଲାଗି ମୋଟ ୧୪୦୦ କୋଟିରୁ ୧୮୦୦ କୋଟି ଟଙ୍କା ମଧ୍ୟରେ ଖର୍ଚ୍ଚ ହେବ ବୋଲି କହିଛନ୍ତି ନୃପେନ୍ଦ୍ର ।

ଅନ୍ୟପଟେ ମନ୍ଦିର ନିର୍ମାଣ ସମୟର ଫଟୋକୁ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ନିର୍ମାଣ କମିଟି ପକ୍ଷରୁ ସୋସିଆଲ ମିଡିଆରେ ସେୟାର କରାଯାଇ ଶ୍ରଦ୍ଧାଳୁଙ୍କୁ ସୂଚନା ଦିଆଯାଉଛି । ଏନେଇ କମିଟିର ସାଧାରଣ ସମ୍ପାଦକ ଚମ୍ପତ ରାଏ କହିଛନ୍ତି ଯେ ଶାସ୍ତ୍ରରେ ବର୍ଣ୍ଣିତ ଥିବା ପଥରରେ ଦେବାଦେବୀଙ୍କ ମୂର୍ତ୍ତିକୁ ତିଆରି କରାଯାଉଛି । ଏହି ଦେବାଦେବୀଙ୍କ ମୂର୍ତ୍ତିକୁ ମନ୍ଦିର ପରିସରରେ ସ୍ଥାପିତ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.