ETV Bharat / bharat

UP Polls: କ୍ଷମତା ଦଖଲ ପାଇଁ BJPର କସରତ, କାଲିଠୁ ମଇଦାନକୁ ଓହ୍ଲାଇବେ ହେଭିୱେଟ

author img

By

Published : Feb 21, 2022, 9:54 AM IST

ଉତ୍ତରପ୍ରଦେଶରେ ଚତୁର୍ଥ, ପଞ୍ଚମ ,ଷଷ୍ଠ ଓ ସପ୍ତମ ପର୍ଯ୍ୟାୟ ମତଦାନ ପାଇଁ ଆସନ୍ତାକାଲି(ମଙ୍ଗଳବାର)ଠୁ ପ୍ରଚାରକୁ ଜୋରଦାର କରିବ ବିଜେପି । ପୁଣି ପ୍ରଚାର ମୈଦାନକୁ ଓହ୍ଲାଇ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ହେଭିୱେଟ । ଅଧିକ ପଢନ୍ତୁ

ଆସନ୍ତାକାଲିଠୁ ୟୁପିରେ ପ୍ରଚାରକୁ ଜୋରଦାର କରିବ ବିଜେପି, ମୈଦାନକୁ ଓହ୍ଲାଇବେ ହେବିଓ୍ବେଟ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ବାକିଥିବା ଚତୁର୍ଥ, ପଞ୍ଚମ ,ଷଷ୍ଠ ଓ ସପ୍ତମ ପର୍ଯ୍ୟାୟ ମତଦାନ ପାଇଁ ଆସନ୍ତାକାଲି(ମଙ୍ଗଳବାର)ଠୁ ପ୍ରଚାରକୁ ଜୋରଦାର କରିବ ବିଜେପି । ପୁଣି ପ୍ରଚାର ମୈଦାନକୁ ଓହ୍ଲାଇ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ହେଭିୱେଟ । ବାରାଣାସୀ ସମେତ ପୁରଭାନଚାଲର ବିଭିନ୍ନ ଜିଲ୍ଲାରେ ବିଜେପିର ବଡ ବଡ ନେତା ପ୍ରଚାରକୁ ଓହ୍ଲାଇବେ ।

କେବଳ ସାଧାରଣ ସଭା ନୁହଁ ବରଂ ରାଲି ଏବଂ ରୋଡ ଶୋ ମାଧ୍ୟମରେ ଭୋଟ ମାଗିବ ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏବଂ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତାକାଲିଠୁ ୟୁପିରେ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ।

ବିଜେପି କାଶୀ ଆଞ୍ଚଳିକ ୟୁନିଟ ସଭାପତି ମହେଶ ଚନ୍ଦ୍ର ଶ୍ରୀବାସ୍ତବ କହିଛନ୍ତି ଯେ, ଫେବୃଆରୀ ୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୌଶାମ୍ବୀରେ ସାଧାରଣ ସଭା କରିବେ ଏବଂ ୨୪ ତାରିଖରେ ଆମେଥୀ, ସୁଲତାନପୁର, ପ୍ରୟାଗରାଜ ଏବଂ ପ୍ରତାପଗଡରେ ପ୍ରଚାର କରିବେ ।

ଗୃହମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି(ମଙ୍ଗଳବାର) ରାଣିଗଞ୍ଜ, କୋରାଓନ୍ ଏବଂ ପ୍ରୟାଗରାଜରେ ରୋଡ ଶୋ କରିବେ । ସେହିପରି ଜେପିନଡ୍ଡା ମଧ୍ୟ ପ୍ରୟାଗରାଜ ଓ ଫେବୃଆରୀ ୨୩ରେ କୁଣ୍ଡା, ଗଙ୍ଗାପୁର, ବାରାଣାସୀ, ସେବାପୁର ଓ ମିର୍ଜାପୁର ନଗରରେ ପ୍ରଚାର କରିବେ ।

ଫେବୃଆରୀ ୨୪ରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଜୌନପୁର ଜିଲ୍ଲାର ମାଲହାନି ଏବଂ ବାଦଲପୁର, ଭଦୋହି ଜିଲ୍ଲାର ଗାଜିପୁର ଓ ଜ୍ଞାନପୁର ପ୍ରଚାର କରିବେ । ମାର୍ଚ୍ଚ ୪ରେ ଚକିଆ ବିଧାନସଭା ନିର୍ବାଚନ ମଣ୍ଡଳିରେ ପ୍ରଚାର କରିବେ । ସେହିପରି କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ଫେବୃଆରୀ ୨୩ରେ ପ୍ରୟାଗରାଜ ଜିଲ୍ଲାର ଉତ୍ତର, ପଶ୍ଚିମ ଏବଂ ଦକ୍ଷିଣ ବିଧାନସଭା ଆସନରେ ପ୍ରଚାର କରିବେ।

ଉତ୍ତରପ୍ରଦେଶରେ ଫେବୃଆରୀ ୧୦ରେ ପ୍ରଥମ ପ୍ରଯ୍ୟାୟ ମତଦାନ ଆରମ୍ଭ ହୋଇଥିବା ବେଳେ ଦ୍ବିତୀୟଓ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଫେବୃଆରୀ ୨୩, ୨୭, ଏବଂ ମାର୍ଚ୍ଚ ୩ ଏବଂ ୭ରେ ପରବର୍ତ୍ତି ମତଦାନ ହେବ। ଭୋଟ ଗଣତି ମାର୍ଚ୍ଚ ୧୦ରେ ହେବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.