ETV Bharat / bharat

ବଦଳିପାରନ୍ତି ରିଲାଏନ୍ସ ମୁଖ୍ୟ, କାହା ମୁଣ୍ଡରେ ଢଳା ହେବ ସୁନା କଳସ

author img

By

Published : Dec 30, 2021, 1:08 PM IST

ଖୁବ୍‌ ଶୀଘ୍ର ବଦଳିବେ ରିଲାଏନ୍ସ ଗ୍ରୁପର ମୁଖ୍ୟ। ଯୁବପିଢିଙ୍କୁ ଦିଆଯାଇ ପାରେ ଦାୟିତ୍ବ । ରିଲାଏନ୍ସ ମାଲିକ ତଥା ଭାରତର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ପ୍ରଥମ କରି କମ୍ପାନୀର ନେତୃତ୍ବ ପରିବର୍ତ୍ତନ ନେଇ ସଙ୍କେତ ଦେଇଛନ୍ତି । ଅଧିକ ପଢନ୍ତୁ

ବଦଳିପାରନ୍ତି ରିଲାଏନ୍ସ  ମୁଖ୍ୟ
ବଦଳିପାରନ୍ତି ରିଲାଏନ୍ସ ମୁଖ୍ୟ

ମୁମ୍ବାଇ: ଖୁବ୍‌ ଶୀଘ୍ର ବଦଳିବେ ରିଲାଏନ୍ସ ଗ୍ରୁପର ମୁଖ୍ୟ। ଯୁବପିଢିଙ୍କୁ ଦିଆଯାଇ ପାରେ ଦାୟିତ୍ବ । ରିଲାଏନ୍ସ ମାଲିକ ତଥା ଭାରତର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ପ୍ରଥମ କରି କମ୍ପାନୀର ନେତୃତ୍ବ ପରିବର୍ତ୍ତନ ନେଇ ସଙ୍କେତ ଦେଇଛନ୍ତି (Reliance Industries Chairman Mukesh Ambani over Leadership Transition) । ଏ ନେଇ ପ୍ରକ୍ରିୟା ଜାରି ରଖିଥିବା କହିଛନ୍ତି ମୁକେଶ ଅମ୍ବାନୀ ।

ରିଲାଏନ୍ସ ଫ୍ୟାମିଲି ଡେ କାର୍ଯ୍ୟକ୍ରମରେ ମୁକେଶ କହିଛନ୍ତି ବଡ ସ୍ବପ୍ନ ସାକାର କରିବା ଏବଂ ଅସମ୍ଭବ ମନେ ହେଉଥିବା ଲକ୍ଷ୍ୟ ହାସଲ ପାଇଁ ଯୋଗ୍ୟ ବ୍ୟକ୍ତି ଏବଂ ଉପଯୁକ୍ତ ନେତୃତ୍ବ ରହିବା ଆବଶ୍ୟକ । ପରବର୍ତ୍ତୀ ଯୁବ ପିଢିରେ ନେତୃତ୍ବକୁ ଦୃଷ୍ଟିରେ ରଖି ଏକ ଯୋଜନା ଉପରେ କାମ ଜାରି ରହିଛି । ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଓ ଝିଅ ଈଶା ରିଲାଏନ୍ସ ଗ୍ରୁପର ସଦସ୍ୟ ଅଛନ୍ତି । ସେମାନେ ନେତୃତ୍ବ ନେଲେ ରିଲାଏନ୍ସ ଆହୁରି ଆଗକୁ ବଢିବ ସେଥିରେ ସନ୍ଦେହ ନାହିଁ ବୋଲି କହିଛନ୍ତି ମୁକେଶ ।

ମୁକେଶ ଅମ୍ବାନୀ ତାଙ୍କ ବାପା ଧୀରୁଭାଇ ଅମ୍ବାନୀଙ୍କ ଦେହାନ୍ତ ପରେ ରିଲାଏନ୍ସ ଗ୍ରୁପର ମୁଖ୍ୟ ଭାବେ ଦାୟିତ୍ବ ସମ୍ଭାଳିଥିଲେ। ଏବେ ତାଙ୍କ ବାପାଙ୍କ ଜଦ୍ମଦିନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁକେଶ ଅମ୍ବାନୀ ଉତ୍ତରାଧିକାରୀକୁ ରିଲାଏନ୍ସ ଗ୍ରୁପ ହସ୍ତାନ୍ତର କରିବା ପ୍ରକ୍ରିୟା ଆରମ୍ଭ କରିଥିବା ନେଇ ସୂଚନା ଦେଇଛନ୍ତି । ତେବେ ଏହି ଗ୍ରୁପର ଉତ୍ତରାଧିକାରୀ କାହାକୁ କରାଯିବ ସେ ନେଇ କିଛି କହିନାହାନ୍ତି ମୁକେଶ ଅମ୍ବାନୀ। ତାଙ୍କର ଦୁଇ ପୁଅ ଆକାଶ ଏବଂ ଅନନ୍ତ ଓ ଝିଅ ଇଶା ଅମ୍ବାନୀ ଅଛନ୍ତି। ତିନିଜଣଙ୍କ ଭିତରୁ କିଏ ଏ ଗୁରୁ ଦାୟିତ୍ବ ନେଇଛନ୍ତି ତାହା ଦେଖିବାକୁ ବାକି ରହିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.