ଚେନ୍ନାଇ: ଚେନ୍ନାଇ ବିମାନବନ୍ଦରରୁ ଜବତ ହେଲା ବିପୁଳ ପରିମାଣର ରକ୍ତ ଚନ୍ଦନ କାଠ । ବିମାନ ବନ୍ଦରର କଷ୍ଟମ ବିଭାଗର ଅଧିକାରୀମାନେ ଏହାକୁ ଜବତ କରିବାରେ ସଫଳ ହୋଇଛନ୍ତି । ତେବେ ଜବତ ରକ୍ତ ଚନ୍ଦନ କାଠର ବଜାର ମୂଲ୍ୟ ପ୍ରାୟ 5 କୋଟି ଟଙ୍କା ହେବ ବୋଲି ପ୍ରାଥମିକ ଭାବେ ଆକଳନ କରାଯାଉଛି ।
ମିଳିଥିବା ସୂଚନା ଅନୁସାରେ ଏକ ବିମାନରେ ଏକ ଗ୍ରାନାଇଟ ବୋଝେଇ ଏକ କଣ୍ଟେନରରେ ଏହାକୁ ଲୁଚାଇ ରଖାଯାଇଥିଲା । ଏହାକୁ ତାଇଓ୍ବାନ ରପ୍ତାନୀ କରିବାକୁ ଯୋଜନା ରଖାଯାଇ ଥିବାବେଳେ କୌଣସି ସୂତ୍ରରୁ ସୂଚନା ପାଇ ଏହାକୁ ଜବତ କରିଛି କଷ୍ଟମ ବିଭାଗ । ତେବେ ଏହି ଚୋରା ଚାଲାଣ ପଛରେ କେଉଁମାନେ ସଂମ୍ପୃକ୍ତ ଅଛନ୍ତି ତାହା ଅଦ୍ୟାବଧି ଜଣାପଡିନଥିବା ବେଳେ ତଦନ୍ତ ଆରମ୍ଭ କରିଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ