ETV Bharat / bharat

ସରକାରୀ ମେଡିକାଲରେ ରୋଗୀର ଆଖି ଖାଇଗଲା ମୂଷା

author img

By

Published : May 18, 2022, 10:28 AM IST

ସରକାରୀ ହସ୍ପିଟାଲରେ ପକ୍ଷାଘାତ(ପାରାଲିସିସ୍) ରୋଗୀଙ୍କ ଆଖି ଖାଇଗଲା ମୂଷା (Rat eats up Paralysed woman Eyelashes) । ଜାଣନ୍ତୁ କେଉଁଠି ଘଟିଛି ଏହି ଘଟଣା । ଅଧିକ ପଢନ୍ତୁ

ସରକାରୀ ମେଡିକାଲରେ ରୋଗୀର ଆଖି ଖାଇଗଲା ମୂଷା
ସରକାରୀ ମେଡିକାଲରେ ରୋଗୀର ଆଖି ଖାଇଗଲା ମୂଷା

ଜୟପୁର: ସରକାରୀ ମେଡିକାଲରେ ଚରମ ଅବ୍ୟବସ୍ଥା । ହସ୍ପିଟାଲ ଆଇସିୟୁରେ ରୋଗୀର ଆଖି ଖାଇଗଲା ମୂଷା । ଜଣେ ମହିଳା ପକ୍ଷାଘାତ(ପାରାଲିସିସ୍) ରୋଗୀ ଆଇସିୟୁରେ ଭର୍ତ୍ତି ହୋଇଥିବା ବେଳେ ଏକ ମୂଷା ତାଙ୍କ ଆଖି ଖାଇଦେଇଛି । ଏହି କଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ସତ । ସମସ୍ତଙ୍କୁ ତାଜୁବ କଲାଭଳି ଏଭଳି ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନ କୋଟାର ଏକ ସରକାରୀ ହସ୍ପିଟାଲରେ ।

ସୂଚନା ଅନୁଯାୟୀ, ମହାରାଓ ଭୀମସିଂହ ହସ୍ପିଟାଲ(Mbs Hospital)ରେ ରୂପବତୀ ବିତେ ନାମକ 28 ବର୍ଷୀୟା ମହିଳା ଭର୍ତ୍ତି ହୋଇଥିଲେ । ଗତ 46 ଦିନ ଧରି ସେ ହସ୍ପିଟାଲର ନ୍ୟୁରୋ ଷ୍ଟ୍ରୋକ ୟୁନିଟରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ପୂରା ଶରୀର ପାରାଲାଇଜ୍ ରହିଛି । ଶରୀରର କୌଣସି ବି ଅଙ୍ଗ ହଲଚଲ ହେଉନାହିଁ । ମହିଳାଙ୍କ ପରିବାର ଲୋକେ ଦାବି କରିଛନ୍ତି ଯେ ଏକ ମୂଷା ରୂପବତୀଙ୍କ ଆଖିକୁ ଖାଇଯାଇଛି । ତାଙ୍କ ସ୍ବାମୀଙ୍କ କହିବାନୁଯାୟୀ, ''ସେ ସୋମବାର ସକାଳ 3ଟା ସମୟରେ ନିଜ ସ୍ତ୍ରୀଙ୍କ ସହ ଆଇସିୟୁରେ ଥିଲେ । ଏହି ସମୟରେ ଗୋଟିଏ ମୂଷା ସ୍ତ୍ରୀଙ୍କ ଆଖି ଉପରେ ଥିଲା । ରୂପବତୀ ସାମାନ୍ୟ ହଲଚଲ ହେବାରୁ ତାଙ୍କ ନିଦ ଭାଙ୍ଗି ଯାଇଥିଲା । ଏହାପରେ ସ୍ତ୍ରୀଙ୍କ ଆଖିରୁ ରକ୍ତ ଝରୁଥିବାର ସେ ଦେଖିବାକୁ ପାଇଥିଲେ ।''

ଏହି ଘଟଣା ସମ୍ପର୍କରେ ସେ ଡାକ୍ତରଙ୍କୁ ଜଣାଇଥିଲେ । ଏହାପରେ ଡାକ୍ତର ଚକ୍ଷୁ ବିଭାଗର ଡାକ୍ତରଙ୍କ ସହ ଆଲୋଚନା କରି ଉପଚାର ବତାଇଥିଲେ । ଏପରିକି ଦରକାର ପଡିଲେ ମହିଳାଙ୍କ ଆଖି ସର୍ଜରୀ କରାଯିବ ବୋଲି ଡାକ୍ତର କହିଥିବା ସୂଚନା ମିଳିଛି । ବର୍ତ୍ତମାନ ଏହି ମାମଲାର ସତ୍ୟସତ୍ୟତା ଯାଞ୍ଚ କରାଯାଉଥିବା ହସ୍ପିଟାଲରେ ଡେପୁଟି ସୁପରିଟେଣ୍ଡଣ୍ଟ ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.