ଜୟପୁର: ଖାଦ୍ୟର ପ୍ରଲୋଭନ ଦେଖାଇ ମହିଳାଙ୍କୁ ଆମ୍ବୁଲାନ୍ସ ଭିତରେ ଗଣଦୁଷ୍କର୍ମ । ଏଭଳି ଏକ ଘଟଣା ଘଟିଛି ରାଜସ୍ଥାନର ଜୟପୁରରେ । ଆମ୍ବୁଲାନ୍ସ ଡ୍ରାଇଭର ଓ ତାଙ୍କ ସହଯୋଗୀ ମହିଳା ଜଣଙ୍କୁ ଖାଦ୍ୟର ପ୍ରଲୋଭନ ଦେଖାଇ ଗଣଦୁଷ୍କର୍ମ କରିଥିବା ମୋଟିଡୁଙ୍ଗାରୀ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରିବା ପରେ ଘଟଣା ସାମ୍ନାକୁ ଆସିଛି । ତେବେ ଗତ ସୋମବାର ଏହି ଘଟଣା ଘଟିଥିବା କହିଛନ୍ତି ସ୍ଥାନୀୟ ପୋଲିସ ଅଧିକାରୀ ।
ମିଳିଥିବା ସୂଚନା ଅନୁଯାଇ ଅଭିଯୁକ୍ତ ଆମ୍ବୁଲାନ୍ସ ଡ୍ରାଇଭର ମହିଳା ଜଣଙ୍କୁ ଖାଇବାକୁ ଦେବାକୁ ଆମ୍ବୁଲାନ୍ସ ଭିତରକୁ ଡାକିଥିଲେ । ଏବଂ ରାସ୍ତାରେ ଯିବା ସମୟରେ ଆନ୍ୟ ଜଣେ ସାଙ୍ଗଙ୍କ ସହ ମିଶି ଗଣଦୁଷ୍କର୍ମ କରିଥିଲେ ।
ଅଭିଯୋଗ ଆଧାରରେ ଆମ୍ବୁଲାନ୍ସ ଡ୍ରାଇଭର ଅଭିଯୁକ୍ତ ସୁରେନ୍ଦ୍ର ଯୋଗୀ ଏବଂ ତାଙ୍କ ବନ୍ଧୁ ମହେନ୍ଦ୍ର ମୀନାଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କୁ ପଚରାଉଚରା କରାଯାଉଛି। ପୀଡିତାଙ୍କ ବୟାନ ରେକର୍ଡ କରାଯାଇ ଡାକ୍ତରୀ ପରୀକ୍ଷା କରାଯାଇଛି।