ETV Bharat / bharat

୪ ବର୍ଷୀୟା ଶିଶୁକନ୍ୟାକୁ ଦୁଇଥର ଦୁଷ୍କର୍ମ କଲା ପଡୋଶୀ - ଶିଶୁକନ୍ୟାକୁ ଦୁଇଥର ଦୁଷ୍କର୍ମ କଲା ପଡୋଶୀ

୪ ବର୍ଷୀୟା ଶିଶୁକନ୍ୟା ସହ ଦୁଷ୍କର୍ମ କଲା ୧୬ ବର୍ଷୀୟ ପଡୋଶୀ । ମାସକୁ ଦୁଇଥର ଦୁଷ୍କର୍ମ କରିିଥିବା ଅଭିଯୋଗ । ଅଧିକ ପଢନ୍ତୁ

ଉତ୍ତରପ୍ରଦେଶରେ ୪ ବର୍ଷୀୟା ଶିଶୁକନ୍ୟାକୁ ଦୁଷ୍କର୍ମ

author img

By

Published : Mar 11, 2023, 8:44 AM IST

ଲକ୍ଷ୍ନୌ: ୪ ବର୍ଷୀୟା ଶିଶୁକନ୍ୟାକୁ ଦୁଷ୍କର୍ମ କଲା ୧୬ ବର୍ଷୀୟ ନାବାଳକ । ଉତ୍ତରପ୍ରଦେଶ କୁଶିନଗର ଜିଲ୍ଲାର କପ୍ତାନଗଞ୍ଜ ଅଞ୍ଚଳରୁ ଏଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଅଭିଯୁକ୍ତ ନାବାଳକ ପୀଡିତାଙ୍କ ପଡୋଶୀ ଅଟେ । ମାସକ ତଳେ ସେ ଶିଶୁକନ୍ୟା ସହ ଦୁଷ୍କର୍ମ କରିଥିଲା । ହେଲେ ଗାଁଲୋକେ ପୀଡିତା ପରିବାର ଲୋକଙ୍କ ଉପରେ ଚାପ ପକାଇ ମାମଲାକୁ ରଫଦଫା କରିଦେଇଥିଲେ । ହେଲେ ମାସ ନପୁରୁଣୁ ପୁଣିଥରେ ପଡୋଶୀ ନାବାଳକ ଶିଶୁ ସହ ଦୁଷ୍କର୍ମ କରିଛି । ଏନେଇ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ଫେରାର୍ ହୋଇଯାଇଛି ।

ପୀଡିତା ଶିଶୁକନ୍ୟାର ବାପା କହିଛନ୍ତି, ମାସକ ପୂର୍ବରୁ ଅଭିଯୁକ୍ତ ନାବାଳକ ତାଙ୍କର ୪ ବର୍ଷୀୟା ଝିଅ ସହ ଦୁଷ୍କର୍ମ କରିଥିଲା । ଗତ ରବିବାର ଦିନ ପୁଣିଥରେ ସେ ଏହି ପାଶବିକ କାଣ୍ଡ ଘଟାଇଥିଲା । ପୀଡିତାର ମାଆ କହିଛନ୍ତି, ତାଙ୍କର ଝିଅ ଘର ଖେଳୁଥିଲା । ଏହି ସମୟରେ ପଡୋଶୀ ଯୁବକ ତାଙ୍କ ଘରକୁ ଆସି ଝିଅକୁ ଚକୋଲେଟ୍ ଦେବା ବାହାନାରେ ସାଙ୍ଗରେ ନେଇଯାଇଥିଲା । ସେହି ସମୟରେ ନାବାଳକର ଘର କେହି ନଥିଲେ । ଏହାର ସୁଯୋଗ ନେଇ ସେ ଶିଶୁକନ୍ୟା ସହ ଦୁଷ୍କର୍ମ କରିଥିଲା । କିଛି ସମୟ ପରେ ପୀଡିତା ଶିଶୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘରେ ପହଞ୍ଚିଥିଲେ । ଏହା ଦେଖି ମାଆର ହୋସ୍ ଉଡିଯାଇଥିଲା ।

ଝିଅଟି ଅସ୍ପଷ୍ଟ ଭାବେ ମାଆ ଆଗରେ ସବୁକଥା କହିଥିଲା । ଏହାପରେ ପରିବାର ଲୋକେ ଗାଁ ଡାକ୍ତରଙ୍କ ପାଖରେ ଝିଅର ଚିକିତ୍ସା କରିଥିଲେ । ହେଲେ ସ୍ବାସ୍ଥ୍ୟବସ୍ଥାରେ ସୁଧାର ନଆସିବାରୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା । ଏନେଇ ପୀଡିତା ପରିବାର ଲୋକେ ଥାନାରେ ଅଭିଯୋଗ କରିବାକୁ ଯାଉଥିବା ବେଳେ ଗାଁର କିଛି ଲୋକ ତାଙ୍କୁ ଲୋକଲଜ୍ଜାର ଭୟ ଦେଖାଇଥିଲେ । ଏହାସହିତ ଅଭିଯୁକ୍ତ ପରିବାର ପକ୍ଷରୁ ପୀଡିତାଙ୍କ ଚିକିତ୍ସା କରାଇ ମାମଲାକୁ ଚାପି ଦେଇଥିଲେ ।

ହେଲେ ଗତ ରବିବାର ଦିନ ୧୬ ବର୍ଷୀୟ ପଡୋଶୀ ପୁଣିଥରେ ୪ ବର୍ଷୀୟା ଶିଶୁକନ୍ୟା ସହ ଦୁଷ୍କର୍ମ କରିଥିବା ତାଙ୍କ ବାପା ଅଭିଯୋଗ ଆଣିଛନ୍ତି । ଏଥର ମଧ୍ୟ ଗାଁ ଲୋକେ ଚାପ ପକାଇ ମାମଲା ରଫାଦଫା କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ପରିବାର ଲୋକେ କାହା କଥା ନଶୁଣି ଥାନାରେ ଅଭିଯୋଗ କରିଛନ୍ତି । ଏହି ଘଟଣା ପରେ ଅଭିଯୁକ୍ତ ନାବାଳକ କୁଆଡେ ଫେରାର୍ ହୋଇଯାଇଛି । ପୋଲିସ ମାମଲା ରୁଜୁ କରି ଦୁଇ ପକ୍ଷକୁ ପଚରାଉଚରା କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.