ETV Bharat / bharat

ଫୁଲୁଛି ଋଷିଗଙ୍ଗା, ତପୋବନରେ ହାଇଆଲର୍ଟ

author img

By

Published : Feb 11, 2021, 3:59 PM IST

ଉତ୍ତରାଖଣ୍ଡସ୍ଥିତ ଚାମୋଲିର ରୈଣୀ ଗାଁରେ ଜଳପ୍ରଳୟ । ତପୋବନରେ ହାଇଆଲର୍ଟ ଜାରି କଲା ପ୍ରଶାସନ । ଅଧିକ ପଢନ୍ତୁ...

ଫୁଲୁଛି ଋଷିଗଙ୍ଗା ନଦୀ, ତପୋବନରେ ହାଇଆଲର୍ଟ
ଫୁଲୁଛି ଋଷିଗଙ୍ଗା ନଦୀ, ତପୋବନରେ ହାଇଆଲର୍ଟ

ଡେରାଡୁନ: ଦେବଭୂମିରେ ପୁଣି ଦେଖାଦେଇଛି ବିପଦ । ଉତ୍ତରାଖଣ୍ଡସ୍ଥିତ ଚାମୋଲିର ରୈଣୀ ଗାଁରେ ଜଳପ୍ରଳୟ । ଅଚାନକ ଉପରମୁଣ୍ଡରେ ଜଳସ୍ତର ବୃଦ୍ଧି ଯୋଗୁଁ ତପୋବନରେ ହାଇଆଲର୍ଟ ଜାରି କରାଯାଇଛି । ସୂଚନା ଅନୁଯାୟୀ ବର୍ତ୍ତମାନ ଏଠାରେ ଉଦ୍ଧାର କାର୍ଯ୍ୟ ଉପରେ ରୋକ ଲଗାଯାଇଛି ।

ଫୁଲୁଛି ଋଷିଗଙ୍ଗା ନଦୀ, ତପୋବନରେ ହାଇଆଲର୍ଟ

ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଛି ପ୍ରଶାସନ । ଖବର ଅନୁଯାୟୀ ବ୍ୟାରେଜରେ ଜଳସ୍ଥର ବୃଦ୍ଧି ଯୋଗୁଁ ସମସ୍ତଙ୍କୁ ଉପରକୁ ଆସିବାକୁ କୁହାଯାଇଛି । ଏହାସହ ଉଦ୍ଧାର କାର୍ଯ୍ୟ ଉପରେ ମଧ୍ୟ ରୋକ ଲଗାଇ ଦିଆଯାଇଛି ।

ହିମସ୍ଖଳନ ଘଟଣାରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଉଦ୍ଧାରକାରୀ ଟିମ୍‌କୁ ହଟାଇଦିଆଯାଇଛି । କ୍ରେନଗୁଡିକୁ ଉପରକୁ ଆଣିବାକୁ ପ୍ରଶାସନ ପକ୍ଷରୁ ପ୍ରୟାସ କରାଯାଉଛି । ତେବେ ତଳେ ଥିବା 200 ଜଣଙ୍କୁ ତୁରନ୍ତ ଉପରକୁ ଆସିବାକୁ ନିର୍ଦ୍ଦେଶ ଦେଇଛି ପ୍ରଶାସନ ।

ତପୋବନରେ ହାଇଆଲର୍ଟ ନେଇ ସ୍ପଷ୍ଟ କରିଛନ୍ତି ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର । ସେ କହିଛନ୍ତି ଯେ ଯେଉଁଠାରେ ଉଦ୍ଧାର କାର୍ଯ୍ୟ ଚାଲିଛି, ସେଠାରେ ଲୋକଙ୍କୁ ସୁରକ୍ଷିତ ଭାବେ ହଟାଇ ଦିଆଯାଇଛି। ରୈଣୀ ଗାଁରେ SDRF ଟିମକୁ ଆଲର୍ଟ ରହିବାକୁ କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.