ETV Bharat / bharat

Karnataka Assembly Polls: ରାମ ନଗରକୁ ନେଇ ଚର୍ଚ୍ଚା, ଏହି ଜିଲ୍ଲା ଦେଇଛି 4 ମୁଖ୍ୟମନ୍ତ୍ରୀ - କର୍ଣ୍ଣାଟକ ନିର୍ବାଚନ ରାଜନୀତି

କର୍ଣ୍ଣାଟକର ରାମ ନଗର ଜିଲ୍ଲାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ । ଏହି ଜିଲ୍ଲାରୁ ରାଜ୍ୟକୁ ମିଳିସାରିଛନ୍ତି 4 ମୁଖ୍ୟମନ୍ତ୍ରୀ । ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରାସ୍ବାମୀଙ୍କ ଚଳିତ ପ୍ରତିଦ୍ବନ୍ଦ୍ବିତାକୁ ନେଇ ପୁଣି ବଢିଲା ଚର୍ଚ୍ଚା । ଅଧିକ ପଢନ୍ତୁ

Karnataka Assembly Polls
Karnataka Assembly Polls
author img

By

Published : Apr 12, 2023, 10:27 PM IST

ବେଙ୍ଗାଲୁରୁ: ଆସନ୍ତା ମାସରେ ହେବାକୁ ଯାଉଥିବା ଦକ୍ଷିଣ ରାଜ୍ୟ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଉପରେ ସମଗ୍ର ଦେଶର ନଜର ରହିଛି । କାରଣ 2024 ସାଧାରଣ ନିର୍ବାଚନ ପୂର୍ବରୁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଥିବା ବୃହତ ବିଜେପି ଶାସିତ ରାଜ୍ୟମାନଙ୍କ ମଧ୍ୟରେ ରହିଛି କର୍ଣ୍ଣାଟକ । ଅନ୍ୟପଟେ ଦକ୍ଷିଣ ଭାରତରେ କ୍ଷମତାଠାରୁ ଦୂରରେ ରହିଥିବା ବିଜେପି ଶାସନର ଏହି ଏକମାତ୍ର ରାଜ୍ୟ ଥିବାରୁ ଏହାର ନିର୍ବାଚନ ଫଳାଫଳ ଅତି ଗୁରୁତ୍ବପୂର୍ଣ୍ଣ ବୋଲି ବିଚାର କରାଯାଉଛି ।

ତେବେ କର୍ଣ୍ଣାଟକ ରାଜ୍ୟ ରାଜନୀତିରେ ବିଶେଷ ପ୍ରଭାବ ରଖିଆସିଥିବା ରାମ ନଗର ଜିଲ୍ଲାକୁ ନେଇ ଏବେ ପୁଣି ଚର୍ଚ୍ଚା । କାରଣ ଏହି ଜ୍ଲିଲା କର୍ଣ୍ଣାଟକକୁ ଦେଇଛି 4ଟି ମୁଖ୍ୟମନ୍ତ୍ରୀ । ଏବେ 5ମ ମୁଖ୍ୟମନ୍ତ୍ରୀଙ୍କୁ ନେଇ ମଧ୍ୟ ରାମ ନଗର ନିଜ ରାଜନୈତିକ ପରିଚୟକୁ ନେଇ ପୁଣି ଚର୍ଚ୍ଚାର ପରିଧି ମଧ୍ୟକୁ ଆସିଛି । ରାଜଧାନୀ ବେଙ୍ଗାଲୁରୁଠାରୁ ମାତ୍ର 50 କି.ମି ଦୂରରେ ରହିଛି ରାମ ନଗର ଜିଲ୍ଲା । ନିଜର ଅନ୍ୟାନ୍ୟ ପରିଚୟ ସହ ରାଜନୈତିକ ଭାବେ ଏହି ଜିଲ୍ଲା ରାଜ୍ୟର ଶାସନରେ ରଖିଆସିଛି ଅଖଣ୍ଡ ପ୍ରଭାବ । ରାଜ୍ୟର 4 ମୁଖ୍ୟମନ୍ତ୍ରୀ ଏହି ଜିଲ୍ଲାରୁ ପ୍ରତିନିଧିତ୍ବ କରିଛନ୍ତି ।

ତେବେ ଏହି ଜିଲ୍ଲାରୁ ପ୍ରଥମ ମୁଖ୍ଯମନ୍ତ୍ରୀ ହୋଇଥିଲେ କେଙ୍ଗାଲ ହନୁମନ୍ତେୟା (Kengal Hanumantaiah) । ସେ କେବଳ ଜିଲ୍ଲାର ନୁହଁନ୍ତି ବରଂ ପ୍ରଦେଶର ଦିତ୍ବୀୟ ମୁଖ୍ୟମନ୍ତ୍ରୀ ଓ ନିର୍ବାଚିତ ହୋଇଥିବା ପ୍ରଥମ ମୁଖ୍ୟମନ୍ତ୍ରୀ ମଧ୍ୟ । 1952 ମସିହାରେ ସେ ଏହି ଆସନରୁ ନିର୍ବାଚନ ଲଢି ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

ସେହିପରି 1983 ରେ ରାମକ୍ରିଷ୍ଣା ହେଗଡେ ଏହି ଜିଲ୍ଲାରୁ କନକପୁରା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ଜିତି ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ । ଏହି ଜିଲ୍ଲା ରାଜନୈତିକ ଇତିହାସରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବେଗୌଡାଙ୍କ ନାମ ମଧ୍ୟ ସାମିଲ ରହିଛି । 1994ରେ ଦେବେଗୌଡା ଜିଲ୍ଲାର ସଦର ମହକୁମା ରାମନଗର ଆସନରୁ ବିଧାନସଭା ନିର୍ବାଚନ ଲଢି ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ । ତାର ମାତ୍ର ଦୁଇ ବର୍ଷ (1996) ପରେ ସେ ଜନତା ଦଳ ପକ୍ଷରୁ ପ୍ରଧାନମନ୍ତ୍ରୀ ମଧ୍ୟ ହେଲେ ।

ସେହିବର୍ଷ (1996) ଦେବେଗୌଡାଙ୍କ ଇସ୍ତଫା ପରେ ହୋଇଥିବା ଉପନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ଆମ୍ବାରିଶ ଉକ୍ତ ଆସନରୁ କଂଗ୍ରେସ ପ୍ରାର୍ଥୀ ଲିଙ୍ଗପ୍ପାଙ୍କ ଠାରୁ ପରାସ୍ତ ହୋଇଯାଇଥିଲେ । ତେବେ ଏହି ଚର୍ଚ୍ଚିତ ଆସନରୁ 2004ରେ ରାଜ୍ୟକୁ 4ର୍ଥ ମୁଖ୍ୟମନ୍ତ୍ରୀ ମିଳିଥିଲେ । ଦେବେଗୌଡାଙ୍କ ପୁଅ କୁମାରାସ୍ବାମୀ ବର୍ଷ 2024 ରେ ରାମନଗର ଆସନରୁ ପ୍ରଥମ ଥର ବିଧାୟକ ଭାବେ ଜିତିବା ପରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ତେବେ ଏହି ନିର୍ବାଚନରେ ଏହି ଜିଲ୍ଲାକୁ ନେଇ ପୁଣି ଥରେ ଚର୍ଚ୍ଚା ହେବାର କାରଣ, ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରାସ୍ବାମୀ ପୁଣି ଥରେ ଏହି ଆସନରୁ ନିର୍ବାଚନ ଲଢୁଛନ୍ତି । ସେ ପୁଣି ଥରେ ଜେଡିଏସ ପକ୍ଷରୁ ସରକାର ଗଠନ କରିବା ସହ ମୁଖ୍ୟମନ୍ତ୍ରୀ ହେବାକୁ ଲକ୍ଷ ରଖିଛନ୍ତି । ଏବେ କର୍ଣ୍ଣାଟକରେ ବିଜେପି କ୍ଷମତାରେ ଥିବା ବେଳେ ଚଳିତ ନିର୍ବାଚନରେ ମଧ୍ୟ କ୍ଷମତା ବଜାୟ ରଖିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛି । ବିଜେପି କ୍ଷମତା ବଜାୟ ରଖିଲେ, ବଶବରାଜ ବୋମ୍ମାଇ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବା ନେଇ ପ୍ରାୟତଃ ସନ୍ଦେହ ନାହିଁ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.