ETV Bharat / bharat

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ: ଅଯୋଧ୍ୟାରେ ହୋଟେଲ ବୁକିଂ ବେଳେ ଅତିଥି ଦେଖାଇବେ ନିମନ୍ତ୍ରଣପତ୍ର

author img

By ETV Bharat Odisha Team

Published : Jan 3, 2024, 9:20 PM IST

Ram Mandir Opening Date: ସାଙ୍ଗରେ ନିମନ୍ତ୍ରଣପତ୍ର ଧରି ଅଯୋଧ୍ୟା ଯିବେ ଅତିଥି । ଅଯୋଧ୍ୟାରେ ହୋଟେଲ ବୁକିଂ ବେଳେ ବାଧ୍ୟତାମୂଳକ ହେବ ନିମନ୍ତ୍ରଣପତ୍ର । ପଢନ୍ତୁ ଅଧିକ

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ: ଅଯୋଧ୍ୟାରେ ହୋଟେଲରେ ଏଣ୍ଟ୍ରିଂ ବେଳେ ଅତିଥିଙ୍କୁ ଦେଖାଇବେ ନିମନ୍ତ୍ରଣ ପତ୍ର

ଲକ୍ଷ୍ନୌ: 22 ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ବହୁପ୍ରତୀକ୍ଷିତ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଦେଶବ୍ୟାପୀ ଅତିଥି ନିମନ୍ତ୍ରିତ ହୋଇଛନ୍ତି । ହେଲେ ଦେଶବାସୀଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠାକୁ ଦେଖି ମାତ୍ରାଧିକ ଶ୍ରଦ୍ଧାଳୁଙ୍କ ସମାବେଶ ହେବାର ସମ୍ଭାବନା ମଧ୍ୟ ରହିଛି । ତେଣୁ ଅବ୍ୟବସ୍ଥା ସୃଷ୍ଟି ହେବାର ଆଶଙ୍କା ମଧ୍ୟ ପ୍ରକାଶ ପାଇଲାଣି । ଏହାରି ମଧ୍ୟରେ ରାଜ୍ୟ ସରକାର ଓ ଅଯୋଧ୍ୟା ଜିଲ୍ଲା ପ୍ରଶାସନ ଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରିଛି । ଉତ୍ସବ ଦିନ କେବଳ ନିମନ୍ତ୍ରିତ ଅତିଥିମାନଙ୍କୁ ହିଁ ଅଯୋଧ୍ୟାର ବିଭିନ୍ନ ହୋଟେଲରେ ରହିବାକୁ ଅନୁମତି ମିଳିବ । ସହରରେ ଥିବା ସମସ୍ତ ହୋଟେଲ ମାଲିକମାନେ ବୁକିଂ ପୂର୍ବରୁ ଅତିଥିଙ୍କ ନିମନ୍ତ୍ରଣପତ୍ର ତଦାରଖ କରିବେ । କେବଳ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଷ୍ଟ୍ରଷ୍ଟ ଦ୍ବାରା ନିମନ୍ତ୍ରିତ ହୋଇଥିବା ଅତିଥି ହିଁ ହୋଟେଲରେ ରହିପାରିବେ । ଅତିଥିମାନେ ସାଙ୍ଗରେ ନିମନ୍ତ୍ରଣପତ୍ର ସହ ଅଯୋଧ୍ୟାରେ ପହଞ୍ଚିବେ । ପ୍ରସ୍ତୁତି ବୈଠକ ପରେ ଜିଲ୍ଲା ପ୍ରଶାସନ ଏପରି ଏକ ନିୟମ ଲାଗୁ କରିଛି ।

ନିର୍ଦ୍ଦେଶରେ ପ୍ରଶାସନ ସ୍ପଷ୍ଟ କରିଛି ଯେ, ବିଭିନ୍ନ ହୋଟେଲ କର୍ତ୍ତୃପକ୍ଷ ଏହି ନିୟମକୁ ନିଶ୍ଚିତ କରିବେ । ସାଙ୍ଗରେ ବୈଧ ନିମନ୍ତ୍ରଣପତ୍ର ଥିଲେ ଅତିଥୁଙ୍କୁ ରୁମ ଦେବେ ହେଟେଲ ମାଲିକ । ସେହିପରି ଗଣମାଧ୍ୟମ ସଂସ୍ଥାର ପ୍ରତିନିଧି ଓ ଟିମ୍କୁ‌ ମଧ୍ୟ ରହିବାକୁ ସୁଯୋଗ ମିଳିବ । ଏଥିପାଇଁ ସେମାନଙ୍କୁ ବୈଧ ପାସ ଦେଖାଇବାକୁ ହେବ । ଗଣମାଧ୍ୟମ ପାଇଁ ଏହି ପାସ ମଧ୍ୟ ବ୍ୟବସ୍ଥା ହୋଇଛି । ଏହା ବ୍ୟତୀତ ସହରରେ କଡା ସୁରକ୍ଷା ବ୍ୟବସ୍ଥା ଓ ମନ୍ଦିର ନିକଟରେ ବହୁସ୍ତରୀୟ ଯାଞ୍ଚ ବ୍ୟବସ୍ଥା ରହିବ ।

ଏହା ମଧ୍ୟ ପଢନ୍ତୁ :- ଗୋଟିଏ ଧର୍ମ, ସନାତନ ଧର୍ମ: ଯୋଗୀ ଆଦିତ୍ୟନାଥ

ଅଯୋଧ୍ୟା ସହର ସମେତ ପୁରା ରାଜ୍ୟରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି । ଅଯୋଧ୍ୟାର ପ୍ରମୁଖ ସ୍ଥାନଗୁଡିକୁ ସିସିଟିଭି ସର୍ଭିଲାନ୍ସରେ ରଖାଯିବ । ଭିଭିଆଇପିଙ୍କ ପାଇଁ ବିମାନ ବନ୍ଦରରେ ଭଲଭୋ ବସ ସେବା ସହ ଆବଶ୍ୟକ ସ୍ଥଳେ ହେଲିକପ୍ଟର ସେବା ମଧ୍ୟ ଉପଲବ୍ଧ କରାଯିବ । ପ୍ରାଣ ପ୍ରତିଷ୍ଠା ଉତ୍ସବ 22 ତାରିଖରେ ହେବାକୁ ଥିବା ବେଳେ 14 ତାରିଖରୁ ଅଯୋଧ୍ୟାରେ ଉତ୍ସବ ପାଳନ ଆରମ୍ଭ ହେବ । 14 ରୁ 24 ତାରିଖ ପର୍ଯ୍ୟନ୍ତ 10 ଦିନ ବ୍ୟାପୀ ଅଯୋଧ୍ୟାରେ ବିଭିନ୍ନ ସାଂସ୍କୁତିକ କାର୍ଯ୍ୟକ୍ରମ ଆୟୋଜନ ହେବ । ନାମକୀର୍ତ୍ତନ, ଭଜନ ସଂଧ୍ୟା, ପ୍ରଦୀପ ପ୍ରଜ୍ଜଳନ, ରାମକଥା, ରାମ ମନ୍ଦିର ରଥ ଓ କଳସ ଯାତ୍ରା ଆୟୋଜନ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.