ETV Bharat / bharat

ଟିକାୟତଙ୍କ ଧମକ: କୃଷି ଆଇନ ପ୍ରତ୍ୟାହାର ନହେଲେ ସଂସଦକୁ 40 ଲକ୍ଷ ଟ୍ରାକ୍ଟର ରାଲି

author img

By

Published : Feb 24, 2021, 1:21 PM IST

ଚାଷୀ ନେତା ରାକେଶ ଟିକାୟତଙ୍କ ଖୋଲା ଧମକ । କେନ୍ଦ୍ର ସରକାରଙ୍କୁ ଖୋଲାଖୋଲି ଧମକ ଦେଇଛନ୍ତି ଟିକାୟତ । ଯଦି କୃଷି ଆଇନକୁ ରଦ୍ଦ ନ କରାଯାଏ ତେବେ 40 ଲକ୍ଷ ଟ୍ରାକ୍ଟର ଧରି ସଂସଦକୁ ରାଲି କରିବେ ଚାଷୀ । ଅଧିକ ପଢନ୍ତୁ...

ରାକେଶ ଟିକାୟତଙ୍କ ଖୋଲା ଧମକ
ରାକେଶ ଟିକାୟତଙ୍କ ଖୋଲା ଧମକ

ଜୟପୁର: ଚାଷୀ ନେତା ରାକେଶ ଟିକାୟତଙ୍କ ଖୋଲା ଧମକ । କେନ୍ଦ୍ର ସରକାରଙ୍କୁ ଖୋଲାଖୋଲି ଧମକ ଦେଇଛନ୍ତି ଟିକାୟତ । ଯଦି କୃଷି ଆଇନକୁ ରଦ୍ଦ ନ କରାଯାଏ ତେବେ 40 ଲକ୍ଷ ଟ୍ରାକ୍ଟର ଧରି ସଂସଦକୁ ରାଲି କରିବେ ଚାଷୀ । ଭାରତୀୟ କିଷାନ ୟୁନିଅନ ମୁଖ୍ୟ ରାକେଶ ଟିକାୟତ ଏକ ସଭାରେ ଏପରି ଧମକ ଦେଇଛନ୍ତି । ରାଜସ୍ଥାନର ଶିକାରରେ ଚାଷୀ ରାଲିକୁ ସମ୍ବୋଧନ କରିଛନ୍ତି ଟିକାୟତ ।

ସେ କହିଛନ୍ତି, ଆମର ଆଗାମୀ ଉଦ୍ଦେଶ୍ୟ ସଂସଦକୁ ରାଲି । ଏଥର 4 ଲକ୍ଷ ନୁହେଁ ବରଂ 40 ଲକ୍ଷ ଟ୍ରାକ୍ଟର ରାଲି ହେବ । ଏହାସହ ଚାଷୀଙ୍କ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ ସୁନିଶ୍ଚିତ କରିବା ପାଇଁ ନୂତନ ନିୟମ ପ୍ରଣୟନ କରାଯିବାକୁ ଟିକାୟତ ଦାବି କରିଛନ୍ତି। ଫେବୃଆରୀ 18 ରେ ହରିୟାଣାର ଖରାକ ପୁନିଆର ଏକ ମହା ପଞ୍ଚାୟତରେ ଟିକାୟତ କହିଛନ୍ତି ଯେ ଯଦି ନୂତନ ଚାଷ ଆଇନ ବିରୁଦ୍ଧରେ କେନ୍ଦ୍ର ସେମାନଙ୍କ ଦାବି ସହ ସହମତ ନହୁଏ ତେବେ ବିରୋଧୀ କୃଷକମାନେ ଟ୍ରାକ୍ଟର ରାଲିକୁ ପଶ୍ଚିମବଙ୍ଗ ମୁହାଁ କରିବେ । ସେ ପୁଣିଥରେ ଏହି ଦାବିକୁ ଦୋହରାଇ କହିଛନ୍ତି ଯେ ପଶ୍ଚିମବଙ୍ଗକୁ ଟ୍ରାକ୍ଟର ରାଲି ନେଇ ଆଲୋଚନା ଚାଲିଛି।

ଦିଲ୍ଲୀରେ ପ୍ରବେଶ କରିବା ପାଇଁ କୃଷକମାନେ ବ୍ୟାରିକେଡ୍ ଭାଙ୍ଗିଥିଲେ ଏବଂ ଜାନୁଆରୀ 26 ରେ କେନ୍ଦ୍ରର 3 ଟି ନୂତନ କୃଷି ଆଇନକୁ ବିରୋଧ କରିବା ପାଇଁ ଆୟୋଜିତ ହୋଇଥିବା କିଷାନ୍ ଟ୍ରାକ୍ଟର ରାଲିରେ ରାଜଧାନୀର ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା କରିଥିଲେ। ଦିଲ୍ଲୀ ପୋଲିସ ପକ୍ଷରୁ ମୋଟ 22 ଟି ଏଫ୍ଆଇଆର୍ ଦାଖଲ କରାଯାଇଛି, ଯେଉଁଥିରେ ଆଇଟିଓରେ ଘଟିଥିବା ଘଟଣା ବିଷୟରେ ଉଲ୍ଲେଖ କରାଯାଇଛି । ଗତ ବର୍ଷ ନଭେମ୍ବର 26 ଠାରୁ କୃଷକମାନେ ରାଜଧାନୀର ବିଭିନ୍ନ ସୀମାରେ ନୂତନ ଭାବରେ ପ୍ରଣୟନ ହୋଇଥିବା ତିନୋଟି କୃଷି ଆଇନକୁ ବିରୋଧ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.