ETV Bharat / bharat

ଗାଜିପୁର ସୀମାରେ ହଳ ଚଳାଇଲେ ଟିକାୟତ

author img

By

Published : Feb 17, 2021, 10:05 PM IST

କୃଷକ ନେତା ରାକେଶ ଟିକାୟତ ଗାଜିପୁର ସୀମାରେ ହଳ ଚଳାଇ ଚାଷ ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଗାଜିପରୁ ସୀମାରେ ହଳ ଚଳାଇଲେ ଟିକାୟତ
ଗାଜିପରୁ ସୀମାରେ ହଳ ଚଳାଇଲେ ଟିକାୟତ

ନୂଆଦିଲ୍ଲୀ: କୃଷକ ନେତା ରାକେଶ ଟିକାୟତ୍ ଗାଜିପୁର ସୀମାରେ ହଳ ଚଳାଇ ଚାଷ ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ହଳ କରିବା ପାଇଁ ଟ୍ରାକ୍ଟର ନୁହେଁ ବରଂ ମଇଁଷି ଅଣାଯାଇଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ରାକେଶ ଟିକାୟତ୍ କହିଛନ୍ତି ଯେ ଯେଉଁଠାରେ ସରକାର କଣ୍ଟା ଲଗାଇଥିଲେ, ସେହି ସ୍ଥାନରେ ସେ ଫସଲ ବୁଣୁଛନ୍ତି ।

ଗାଜିପରୁ ସୀମାରେ ହଳ ଚଳାଇଲେ ଟିକାୟତ

ହେବାକୁ ଥିବା ରେଳରୋକ ବାବଦରେ ଟିକାୟତ କହିଛନ୍ତି ଆନ୍ଦୋଳନକୁ ୟୁନାଇଟେଡ୍ ଫାର୍ମର୍ସ ଫ୍ରଣ୍ଟ ଡାକରା ଦେଉଛି ଏବଂ ଏହା ଦେଶବ୍ୟାପି ପାଳନ କରାଯିବ ।ଏଥିପାଇଁ ପ୍ରସ୍ତୁତି ମଧ୍ୟ ଶେଷ ହୋଇଥିବା ସେ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ହେବାକୁ ଥିବା ରେଳରୋକୋ ଆନ୍ଦୋଳନ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ହେବ । ରେଳରୋକ ସମୟରେ ରେଳ ଯାତ୍ରୀଙ୍କ ନିକଟରେ କୃଷକ ମାନଙ୍କ ପକ୍ଷରୁ ଫୁଲ ଉପସ୍ଥାପନ କରାଯିବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି ।

କୃଷକ ଆନ୍ଦୋଳନର ସମାଧାନ ସମ୍ପର୍କରେ ସେ କହିଛନ୍ତି ଯେ ଆଲୋଚନା ମାଧ୍ୟମରେ ଏହାର ସମାଧନ ହେବା ଆବଶ୍ୟକ । ସମସ୍ୟାର ସମାଧାନ ନହେଲେ ସୀମାରେ କୃଷକ ହଳ କରିବା ବି ଆରମ୍ଭ କରିଦେବେ ବୋଲି ମଧ୍ୟ ସେ ଚେତାବନୀ ଦେଇଛନ୍ତି । ଏହା ଦର୍ଶାଉଛି ଯେ ଆନ୍ଦୋଳନ କୌଣସି ପ୍ରକାର ଚାପରେ ବନ୍ଦ ହେବ ନାହିଁ ବୋଲି ମଧ୍ୟ ସେ ଚେତାବନୀ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.