ETV Bharat / bharat

ଟ୍ବିଟ କରି ଫସିଲେ ଟିକାୟତ, ବିପଦପୂର୍ଣ୍ଣ ବିମାନ ଯାତ୍ରା ନେଇ କରିଥିଲେ ଅଭିଯୋଗ

ଚାଷୀ ଆନ୍ଦୋଳନକୁ ନେଇ ସର୍ବଦା ଚର୍ଚ୍ଚାରେ ରହୁଥିବା ଚାଷୀ ନେତା ରାକେଶ ଟିକାୟତଙ୍କୁ ନେଇ ପୁଣିଥରେ ଚର୍ଚ୍ଚା । କାରଣ କଣ ଜାଣନ୍ତୁ

author img

By

Published : Mar 21, 2022, 12:27 PM IST

ବିପଦପୂର୍ଣ୍ଣ ଅବସ୍ଥାରରେ ବିମାନ ଉଡାଣର ଉପଯୁକ୍ତ ତଦନ୍ତ ହେବା ଆବଶ୍ୟକ : ରାକେଶ ଟିକାୟତ

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନକୁ ନେଇ ସର୍ବଦା ଚର୍ଚ୍ଚାରେ ରହୁଥିବା ଚାଷୀ ନେତା ରାକେଶ ଟିକାୟତ ବର୍ତ୍ତମାନ ନିଜ ବିବୃତ୍ତିକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏକ ଟ୍ବିଟ କରି ପୁଣି ସମାଲୋଚନାର ସାମନା କରିଛନ୍ତି ଟିକାୟତ । ଯେ, ସେ ଯେଉଁ ବିମାନରେ ଯାତ୍ରା କରୁଥିଲେ ସେହି ବିମାନଟି ଆକାଶରେ ଅଧଘଣ୍ଟା ପର୍ଯ୍ୟନ୍ତ ଝୁଲନ୍ତା ଅବସ୍ଥାରେ ରହିଥିଲା । ଅବହେଳା ଦର୍ଶାଇ ଏହାର ଉପଯୁକ୍ତ ତଦନ୍ତ ଦାବି କରିଛନ୍ତି ଚାଷୀ ନେତା ରାକେଶ ଟିକାୟତ ।

  • हैदराबाद से त्रिचीपल्ली जा रही इंडिगो एयरलाइन न० 6E 7213 शनिवार शाम 7:10 बजे खराब मौसम की वजह से आसमान में कलाबाजियां खाने लगी। आधा घंटे तक मेरी और मुसाफिरों की जान आफत में रही। इतनी खतरनाक उड़ान की इजाजत उचित नहीं। इसकी जांच होनी चाहिए।@PMOIndia @CIVILAVIATIONMINISTRY @MHA @ANI pic.twitter.com/TejFOJIYiU

    — Rakesh Tikait (@RakeshTikaitBKU) March 20, 2022 " class="align-text-top noRightClick twitterSection" data=" ">

ସେ ଏକ ଟ୍ବିଟ କରିଥିଲେ ଯେ, ‘‘ଗତ ଶନିବାର ଦିନ ଇଣ୍ଡିଗୋ ଏୟାରଲାଇନ୍ସ ବିମାନ ନମ୍ବର 6E 7213 ଯୋଗେ ହାଇଦ୍ରାବାଦରୁ ତ୍ରିଚିପଲ୍ଲି ଅଭିମୁଖେ ଯାତ୍ରା କରୁଥିବା ବେଳେ ସନ୍ଧ୍ୟା ୭.୧୦ ମିନିଟ ସମୟରେ ଖରାପ ପାଗ ଯୋଗୁଁ ବିମାନଟି ଅଧଘଣ୍ଟା ପର୍ଯ୍ୟନ୍ତ ଆକାଶରେ ଝୁଲନ୍ତା ଅବସ୍ଥାରେ ରହିଥିଲା । ଅଧଘଣ୍ଟା ପର୍ଯ୍ୟନ୍ତ ମୋ ସହ ଅନ୍ୟ ଯାତ୍ରୀମାନଙ୍କ ଜୀବନ ବିପଦରେ ପଡିଥିଲା । ଏପରି ବିପଦପୂର୍ଣ୍ଣ ଯାତ୍ରାକୁ ଅନୁମତି ଦେବା ଉଚିତ ନୁହେଁ । ଏହାର ଉପଯୁକ୍ତ ତଦନ୍ତ ହେବା ଆବଶ୍ୟକ’’।

ବର୍ତ୍ତମାନ ଟିକାୟତଙ୍କ ଏହି ଟ୍ବିଟକୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି । ମୋହିତ ଗୁପ୍ତା ନାମକ ଜଣେ ୟୁଜର ଉତ୍ତର ଦେଇଛନ୍ତି ଯେ, କୃଷକ ଗରିବ, ସେ କେଉଁଠାରୁ ବିମାନ ଉଡାଣ ନିମନ୍ତେ ଟଙ୍କା ପାଇଲେ? ସେହିପରି ମାଜିଦ ନାମକ ଜଣେ ୟୁଜର ଲେଖିଛନ୍ତି ଯେ, ପାଗ ଜାଣିଶୁଣି ତୁମର ବହୁମୂଲ୍ୟ ଜୀବନକୁ ବିପଦରେ ପକାଇ ଦେଇଛି, ଇନ୍ଦ୍ରଦେବଙ୍କ ବିରୋଧରେ ତଦନ୍ତ ହେବା ଉଚିତ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.