ETV Bharat / bharat

Monsoon Session: ଥମୁନି ମଣିପୁର ତାତି, ସୋମବାର ପର୍ଯ୍ୟନ୍ତ ରାଜ୍ୟସଭା ମୁଲତବୀ

ପୁଣି ରାଜ୍ୟସଭାରେ ଉଠିଲା ମଣିପୁର ତାତି । ସୋମବାର ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Aug 4, 2023, 6:38 PM IST

ନୂଆଦିଲ୍ଲୀ: ପୁଣି ରାଜ୍ୟସଭାରେ ଉଠିଲା ମଣିପୁର ପ୍ରସଙ୍ଗ । ବିରୋଧୀଙ୍କ କ୍ରମାଗତ ହଟ୍ଟଗୋଳ ପରେ ଆସନ୍ତା ୭ ତାରିଖ ବା ସୋମବାର ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ସଦନକୁ ମୁଲତବୀ ଘୋଷଣା କରାଯାଇଛି । ଆଜି ଗୃହ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ମଣିପୁର ଜାତିଆଣ ହିଂସା ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ଓ ଟ୍ରେଜରୀ ବେଞ୍ଚ ପକ୍ଷରୁ ହୋହଲ୍ଲା କରାଯାଇଥିବା ବେଳେ ସ୍ବାଭାବିକ ଭାବେ ଚାଲପାରିନଥିଲା ସଦନ । ଏହାପରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ସୋମବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।

ଆଜି (ଶୁକ୍ରବାର) ପୂର୍ବାହ୍ନ ୧୧ଟା ସମୟରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ ବିରୋଧୀ । ଏହାପରେ ରାଜ୍ୟସଭା ଅଧ୍ୟକ୍ଷ ଗୃହକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ମଣିପୁର ପ୍ରସଙ୍ଗକୁ ନେଇ ଧାରା ୨୬୭ ଅନୁଯାୟୀ ଆଲୋଚନା କରିବାକୁ ଦାବି କରିଥିଲେ । ତେବେ ଆଲୋଚନା ପାଇଁ କେନ୍ଦ୍ର ସରକାର ରାଜି ଥିଲେ ସୁଦ୍ଧା ଏହାକୁ ନେଇ ଏକ ନିର୍ଦ୍ଦିଷ୍ଟ ଦାବି ରଖିଥିଲେ ବିରୋଧୀ । ଏନେଇ ଅଧ୍ୟକ୍ଷଙ୍କୁ ବିରୋଧୀ ଦଳର ସାଂସଦମାନେ ଧାରା ୨୬୭ ଅନୁସାରେ ୪୮ଟି ମୁଲତବୀ ନୋଟିସ ଦେଇଥିଲେ ।

ଏହା ବି ପଢନ୍ତୁ- Parliament Monsoon Session: ଆସନ୍ତାକାଲି ଯାଏଁ ସଂସଦର ଉଭୟ ସଦନ ମୁଲତବୀ, ମଣିପୁର ମାମଲାରେ କମ୍ପିଲା ପାର୍ଲିଆମେଣ୍ଟ

ମାତ୍ର ଏହାକୁ ଗ୍ରହଣ କରିନଥିଲେ ଅଧ୍ୟକ୍ଷ । ବିରୋଧୀଙ୍କ ଦାବି ଅନୁସାରେ ମଣିପୁର ପ୍ରସଙ୍ଗରେ ଆଲୋଚନା ସମୟରେ କୌଣସି ସମୟ ସୀମା ରହିବ ନାହିଁ । ଯେଉଁ ନେତା ଯେତେ ସମୟ ଚାହିଁବେ ଏହା ଉପରେ ନିଜ ଆଭିମୁଖ୍ୟ ରଖିପାରିବେ । ପ୍ରତିଟି ସାଂସଦ ନିଜ ସମୟ ନେଇ ମଣିପୁର ପ୍ରସଙ୍ଗ ଉପରେ ସରକାରଙ୍କୁ ଜବାବ ମାଗିବେ । ତେବେ ଅଧ୍ୟକ୍ଷ ଧନଖଡ଼ 'ସମୟ ସୀମା'କୁ ନେଇ ଅନୁମତି ଦେଇନଥିଲେ । ଯାହା ଫଳରେ ବିରୋଧୀମାନେ ହଟ୍ଟଗୋଳ କରିଥିଲେ ।

ଏହାରି ମଧ୍ୟରେ ରାଜସ୍ଥାନ ବିଜେପି ସାଂସଦ ଘନଶ୍ୟାମ ତିୱାରୀ ରାଜ୍ୟରେ ମହିଳା ଅପରାଧୀ ଘଟଣାକୁ ନେଇ ସ୍ବର ଉତ୍ତୋଳନ କରିଥିଲେ । ଦିନକୁ ଦିନ ରାଜ୍ୟରେ ମହିଳା ଅପରାଧ ମାମଲା ବୃଦ୍ଧି ପାଉଥିବା ବେଳେ ଏନେଇ ମଧ୍ୟ ଏକ ଆଲୋଚନା ହେବା ଲାଗି ଦାବି କରିଥିଲେ । ଉଚ୍ଚ ସଦନର ମୁଖ୍ୟ ପୀୟୂଷ ଗୋଏଲ ମଧ୍ୟ ସମାନ ଦାବି ଦୋହରାଇ କହିଥିଲେ, "ଏହା ଏକ ଗମ୍ଭୀର ପ୍ରସଙ୍ଗ । କଂଗ୍ରେସ ନେତୃତ୍ବାଧୀନ ରାଜସ୍ଥାନ ସରକାର ମହିଳାଙ୍କ ସମ୍ମାନ ରକ୍ଷା କରିବା ଦିଗରେ ଫେଲ ମାରିଛି । ଏଣୁ ଏହା ଉପରେ ଆଲୋଚନା ହେବା ଆବଶ୍ୟକ ।"

ଏହାପରେ ଟ୍ରେଜରି ବେଞ୍ଚ ସ୍ଲୋଗାନ ଦେଇଥିଲେ, "ଚର୍ଚ୍ଚା ହୋ..ଚର୍ଚ୍ଚା ହୋ । ରାଜସ୍ଥାନ ପେ ଚର୍ଚ୍ଚା ହୋ । (ରାଜସ୍ଥାନକୁ ନେଇ ଚର୍ଚ୍ଚା ହେଉ) ।" ଏହି ନାରାବାଜି ପରେ ଶେଷରେ ଅଧ୍ୟକ୍ଷ ଧନଖଡ଼ ସଦନକୁ ଆସନ୍ତା ୭ ତାରିଖ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ସୂଚନା ଥାଉ କି ଗତ ଜୁଲାଇ ୨୦ ତାରିଖଠାରୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ସ୍ବାଭାବିକ ଭାବେ ଚାଲିପାରୁନି ଉଚ୍ଚ ସଦନ । ମଣିପୁର ପ୍ରସଙ୍ଗକୁ ନେଇ ଗୃହରେ ଜାରି ରହିଛି ଅଚଳା ଅବସ୍ଥା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.