ETV Bharat / bharat

ଶ୍ରୀପଦ ନାୟକଙ୍କୁ ଭେଟିବାକୁ ଗୋଆ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ - Shripad Naik met an accident

ଆୟୁଷ ମନ୍ତ୍ରୀ ଶ୍ରୀପଦ ନାୟକଙ୍କୁ ଭେଟିବାକୁ ଗୋଆ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସୋମବାର ଆୟୁଷ ମନ୍ତ୍ରୀ ଶ୍ରୀପଦ ନାଏକଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅଧିକ ପଢନ୍ତୁ...

ଶ୍ରୀପଦ ନାୟକଙ୍କୁ ଭେଟିବାକୁ ଗୋଆ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ

author img

By

Published : Jan 12, 2021, 9:41 AM IST

ନୂଆଦିଲ୍ଲୀ: ଗୋଆ ଅଭିମୁଖେ ଯାତ୍ରା କରିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ। ଦୁର୍ଘଟଣାରେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଆୟୁଷମନ୍ତ୍ରୀ ଶ୍ରୀପଦ ନାୟକଙ୍କୁ ଭେଟିବାକୁ ଗୋଆ ଯାଉଥିବା ନେଇ ରାଜନାଥ ମଙ୍ଗଳବାର ସୂଚନା ଦେଇ କହିଛନ୍ତି।

''ମୁଁ ଆଜି ଗୋଆକୁ ଯାଇ କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାୟକଙ୍କ ସ୍ବାସ୍ଥ୍ୟ ଏବଂ ତାଙ୍କ ଚାଲିଥିବା ଚିକିତ୍ସା ବିଷୟରେ ପଚାରି ବୁଝିବି। ଏହି ସଙ୍କଟ ଏବଂ ଦୁଃଖ ସମୟରେ ଭଗବାନ ତାଙ୍କ ପରିବାରକୁ ଶକ୍ତି ଦିଅନ୍ତୁ'' ବୋଲି ରାଜନାଥ ସିଂ ଟ୍ବିଟ କରି କହିଛନ୍ତି।

ସୋମବାର ଆୟୁଷ ମନ୍ତ୍ରୀ ଶ୍ରୀପଦ ନାଏକଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଉତ୍ତର କନ୍ନଡ ଜିଲ୍ଲାର ଆଙ୍କୋଲା ଠାରେ ଦୁର୍ଘଟଣା ଘଟିଛି । ସଡକ ଦୁର୍ଘଟଣାରେ ମନ୍ତ୍ରୀ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ପତ୍ନୀ ଏବଂ ପିଏସଓଙ୍କ ମୃତ୍ୟୁ ହୋଇଛି । ଏହାସହ ମୋଟ 4 ଜଣ ଆହତ ହୋଇଛନ୍ତି । ଘଟଣାରେ ପ୍ରଧାନମନ୍ତ୍ରୀ ଗୋଆ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ଶ୍ରୀପଦଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଗାଣ୍ଟେ ଗଣପତି ମନ୍ଦିର ପରିଦର୍ଶନ କରିବା ପରେ ଗୋକର୍ଣ୍ଣା ଅଭିମୁଖେ ଯାଉଥିବା ବେଳେ ୟାଲାପୁର ତାଲୁକର ହୋସାକାମ୍ବି ଗ୍ରାମ ନିକଟରେ କାରଟି ଓଲଟି ପଡିଥିଲା । ମନ୍ତ୍ରୀଙ୍କ ପତ୍ନୀ ବିଜୟା ନାୟକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନେବା ସମୟରେ ତାଙ୍କର ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.