ETV Bharat / bharat

ପିତା ହେବା ପାଇଁ ପାରୋଲରେ ଗଲେ କଏଦୀ

author img

By

Published : Oct 16, 2022, 7:09 AM IST

Updated : Oct 16, 2022, 7:36 PM IST

ରାଜସ୍ଥାନ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ବଂଶ ବଢାଇବା ପାଇଁ ୨୨ ବର୍ଷୀୟ କଏଦୀଙ୍କୁ ପାରୋଲରେ ଯିବା ପାଇଁ ଅନୁମତି ଦେଲେ କୋର୍ଟ । ଅଧିକ ପଢନ୍ତୁ

ପିତା ହେବା ପାଇଁ ପାରୋଲରେ ଗଲେ କଏଦୀ
ପିତା ହେବା ପାଇଁ ପାରୋଲରେ ଗଲେ କଏଦୀ

ଜୟପୁର: ରାଜସ୍ଥାନ ହାଇକୋର୍ଟ (Rajasthan Highcourt order)ଙ୍କ ବଡ଼ ରାୟ । ନାବାଳିକାକୁ ଅପହରଣ କରି ଦୁଷ୍କର୍ମ ଅଭିଯୋଗରେ ସଜା କାଟୁଥିବା କଏଦୀକୁ ନିଜ ବଂଶ ବୃଦ୍ଧି ପାଇଁ ପାରୋଲରେ ପଠାଇଛନ୍ତି କୋର୍ଟ (Orders to release on parole to increase dynasty)। କଏଦୀ ଜଣକ ୧୫ ଦିନ ପାଇଁ ପାରୋଲରେ ଜେଲରୁ ମୁକୁଳୁଥିବା ଜଣାପଡ଼ିଛି । ଜଷ୍ଟିସ ସନ୍ଦୀପ ମେହତା ଓ ଜଷ୍ଟିସ ସମୀର ଜୈନଙ୍କ ଖଣ୍ଡପୀଠ କଏଦୀଙ୍କ ପତ୍ନୀଙ୍କ ଦ୍ବାରା ପାରୋଲ ଆବେଦନକୁ ସ୍ବୀକାର କରି ଏହି ରାୟ ଶୁଣାଇଛନ୍ତି ।

କୋର୍ଟ କହିଛନ୍ତି କଏଦୀଙ୍କ ପତ୍ନୀ ନିସନ୍ତାନ । ତାଙ୍କୁ ଅନେକ ଦିନ ଧରି ନିଜ ପତିଙ୍କ ବିନା ରହିବାକୁ ପଡୁଛି । ଉକ୍ତ ମହିଳା ଜଣକ ନିଜ ବଂଶ ବୃଦ୍ଧି କରିବା ଲାଗି ସ୍ବାମୀଙ୍କୁ ପାରୋଲ ଆଣିବା ପାଇଁ କୋର୍ଟରେ ଆବେଦନ କରିଥିଲେ । ଏଭଳି ସ୍ଥିତିରେ ଅଭିଯୁକ୍ତକୁ ୧୫ ଦିନ ପାଇଁ ପାରୋଲରେ ଜେଲରୁ ମୁକ୍ତ କରାଯାଇଛି । ସେ ଜେଲ ଅଧିକ୍ଷକଙ୍କ ନିକଟରେ ୨ ଲକ୍ଷ ଟଙ୍କା ସର୍ତ୍ତ ରଖାଯାଇ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି । ସେପଟେ ଜେଲ ଅଧିକ୍ଷକ ପାରୋଲ ଅବଧି ସରିବା ପରେ ଜେଲରେ କଏଦୀଙ୍କ ଉପସ୍ଥିତି ଲାଗି ସର୍ତ୍ତ ରଖିପାରିବେ ବୋଲି କୋର୍ଟ କହିଛନ୍ତି ।

ଏହା ବି ପଢନ୍ତୁ- MI ସମର୍ଥକଙ୍କୁ RCB ଫ୍ୟାନ କଲା ହତ୍ୟା, ଟ୍ରେଣ୍ଡ କରୁଛି ଆରେଷ୍ଟ କୋହଲି

ଆଇନଜୀବୀ ବିଶ୍ରାମ ପ୍ରଜାପତି କୋର୍ଟକୁ କହିଛନ୍ତି ଯେ "୨୨ ବର୍ଷୀୟ ଯୁବକ ପୋକ୍ସୋ ଅଧିନିୟମ ଅପରାଧରେ ଗତ ୨ ବର୍ଷ ଧରି ଜେଲରେ ରହିଛନ୍ତି । ତାଙ୍କ ପତ୍ନୀ ବଂଶ ବୃଦ୍ଧି କରିବା ଲାଗି ଗର୍ଭବତୀ ହେବାକୁ ଚାହୁଁଛି । ଏଭଳି ସ୍ଥିତିରେ କଏଦୀକୁ ପାରୋଲରେ ଯିବା ପାଇଁ ଅନୁମତି ଦେବା ଲାଗି ସେ କୋର୍ଟଙ୍କୁ ଅନୁରୋଧ କରିଥିଲେ ।" ସେପଟେ ସରକାରୀ ଓକିଲ ଏହି ଆବେଦନକୁ ଖାରଜ କରିବା ପାଇଁ ଅନୁରୋଧ କରିଥିଲେ ।

ସେ କହିଥିଲେ, " ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଜଣକ ୨୦ ବର୍ଷର ଜେଲଦଣ୍ଡ ଭୋଗୁଛନ୍ତି । ଏହାବ୍ୟତୀତ ବଂଶ ବଢାଇବା ଲାଗି ପାରୋଲରେ ଯିବା ପାଇଁ ସେଭଳି କୌଣସି ନିୟମ ନାହିଁ । ଏଥିଲାଗି ଏହି ଆବେଦନକୁ ଖାରଜ କରାଯାଉ ।" ମାତ୍ର କୋର୍ଟ ଦୁଇ ପକ୍ଷର ଯୁକ୍ତି ଶୁଣିବା ପରେ କଏଦୀଙ୍କୁ ବଂଶ ବଢାଇବା ଲାଗି ପାରୋଲରେ ଯିବା ଲାଗି ଅନୁମତି ଦେଇଛନ୍ତି ।

ବଂଶ ବଢାଇବା ଲାଗି ପୂର୍ବରୁ ମଧ୍ୟ ରାଜସ୍ଥାନ ହାଇକୋର୍ଟ ଏଭଳି ରାୟ ଶୁଣାଇଥିଲେ । ହାଇକୋର୍ଟ ଅଜମୈର ଜିଲ୍ଲାର ଜଣେ କଏଦୀଙ୍କୁ ବଂଶ ବଢାଇବା ଲାଗି ୧୫ ଦିନ ଲାଗି ଜେଲରୁ ମୁକ୍ତ କରାଇବା ଲାଗି ଅନୁମତି ଦେଇଥିଲେ । କୋର୍ଟଙ୍କ କହିବାନୁସାରେ କଏଦୀଙ୍କ ଜୀବନସାଥୀ ନିର୍ଦ୍ଦୋଷ । ସେ ଯଦି ମାଆ ହେବାକୁ ଚାହୁଁଛନ୍ତି ତାଙ୍କୁ ସେହି ଅଧିକାରରୁ ବଞ୍ଚିତ କରାଯିବ ନାହିଁ । ନାରୀତ୍ବର ପୂର୍ଣ୍ଣତା ପାଇଁ ସନ୍ତାନ ଜନ୍ମ କରିବା ଆବଶ୍ୟକ । ଏଭଳି ସ୍ଥିତିରେ ତାର ସ୍ବାମୀର ଭୁଲ ପାଇଁ ସେ ମାଆ ହେବାରୁ ବଞ୍ଚିତ ହେବା ଉଚିତ ନୁହେଁ । ଏହି ଦୃଷ୍ଟିକୋଣରୁ କୋର୍ଟ କଏଦୀକୁ ପାରୋଲରେ ଯିବା ପାଇଁ ଅନୁମତି ଦେଇଛନ୍ତି ।

Last Updated : Oct 16, 2022, 7:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.