ମୁମ୍ବାଇ: ମହାରାଷ୍ଟ୍ରରେ ଲାଉଡସ୍ପିକର ବିବାଦ ନେଇ ଉଦ୍ଧବ ସରକାରଙ୍କୁ କ୍ରମାଗତ ଟାର୍ଗେଟ କରିଆସୁଥିବା ମହାରାଷ୍ଟ୍ର ନବ ନିର୍ମାଣ ସେନାର ମୁଖ୍ୟ ରାଜ ଠାକରେଙ୍କୁ କାର୍ଯ୍ୟାନୁଷ୍ଠାନର ନାଲି ଆଖି ଦେଖାଇଛନ୍ତି ମହାରାଷ୍ଟ୍ର ସରକାର । ରାଜ ଠାକରେଙ୍କ ଭାଷଣ ସମାଜକୁ ବିଭାଜନ କରିବା ପରି, ତେଣୁ ତାଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ପରୋକ୍ଷ ସଙ୍କେତ ଦେଇଛନ୍ତି ମହାରାଷ୍ଟ୍ର ଗୃହମନ୍ତ୍ରୀ ଦିଲୀପ ୱାଲସେ ପାଟିଲ ।
ଗୃହମନ୍ତ୍ରୀ ପାଟିଲ ଏହା ମଧ୍ୟ କହିଛନ୍ତି ଯେ ରାଜ ଠାକରେଙ୍କ ରାଲି ପାଇଁ ଅନୁମତି ପ୍ରଦାନ କରାଯାଇଥିବାବେଳେ ପୋଲିସ କେଉଁ ସର୍ତ୍ତ ରଖିଛି ତାହା ଔରଙ୍ଗାବାଦ ପୋଲିସ କମିଶନର ନିଜେ ତଦାରଖ କରିବେ । ଗତ କିଛି ଦିନ ଧରି ରାଜ୍ୟରେ ଲାଉଡସ୍ପିକର ବିବାଦ ତେଜିବାରେ ଲାଗିଛି । ଆସନ୍ତାକାଲି ରାଜଠାକରେଙ୍କ ପାର୍ଟି ପକ୍ଷରୁ ମହାଆଳତି କାର୍ଯ୍ୟକ୍ରମ ସ୍ଥିର କରାଯାଇଥିବା ବେଳେ ତାକୁ ଆଜି ବାତିଲ କରିଛି ଦଳ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ