ETV Bharat / bharat

ଖୁବଶୀଘ୍ର ଲଞ୍ଚ ହେବ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ସ୍ଲିପର କୋଚ୍‌ - ବନ୍ଦେ ଭାରତ ସ୍ଲିପର ଟ୍ରେନ

ଖୁବଶୀଘ୍ର ଲଞ୍ଚ ହେବ ବନ୍ଦେ ଭାରତର ଟ୍ରେନରେ ସ୍ଲିପର କୋଚ୍‌ ଓ ବନ୍ଦେ ଭାରତ ମେଟ୍ରୋ ସେବା । ଅଧିକ ପଢ଼ନ୍ତୁ

Vande Bharat sleeper trains soon
Vande Bharat sleeper trains soon
author img

By ETV Bharat Odisha Team

Published : Oct 13, 2023, 12:30 PM IST

ନୂଆଦିଲ୍ଲୀ: ବନ୍ଦେ ଭାରତରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର । ବନ୍ଦେ ଭାରତର ଟ୍ରେନରେ ସ୍ଲିପର କୋଚ ଆରମ୍ଭ ହେବାକୁ ଯାଉଛି । ବର୍ତ୍ତମାନ କେବଳ ସିଟର କୋଚ ରହିଥିବା ବେଳେ ଆଗକୁ ସ୍ଲିପର କୋଚ କରାଯିବ । ଏଥିସହ ବନ୍ଦେ ଭାରତ ମେଟ୍ରୋ ସେବା ମଧ୍ୟ ଆରମ୍ଭ ହେବାକୁ ଯାଉଛି । ଏନେଇ ରେଳ ବୋର୍ଡ୍‌ ସଚିବ ମିଲିନ୍ଦ ଦେଓଉସକାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ବିଇଏମ୍ଏଲ୍ ଚେୟାରମ୍ୟାନ୍ ଶାନ୍ତନୁ ରୟ କହିଛନ୍ତି,"ଯଦି ସବୁ କିଛି ଠିକ୍‌ଠାକ୍‌ ରହେ ତେବେ ଚଳିତ ଆର୍ଥିକ ବର୍ଷ ମଧ୍ୟରେ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଆରମ୍ଭ ହେବ । ଯାହା ଯାତ୍ରୀଙ୍କୁ ଆରମଦାୟକ ଭ୍ରମଣ ସେବା ଯୋଗାଇବ । ବିଏମ୍ଏଲ୍ ସ୍ଲିପର୍‌ ବନ୍ଦେ ଭାରତ ଟ୍ରେନ୍ ଲଞ୍ଚ କରିବ । ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରି, ଚେନ୍ନାଇ ଏବଂ ରେଳ ବୋର୍ଡ ମଧ୍ୟ ଏଥିରେ ଅଂଶୀଦାର ରହିବ ।" ବିଇଏମ୍‌ଏଲ୍‌ ସହଭାଗିତାରେ ଭାରତୀୟ ରେଳବାଇ ବନ୍ଦେ ଭାରତ ସ୍ଲିପର କୋଚ୍‌ ନିର୍ମାଣ କରୁଛି। ଚଳିତ ମାସ ପ୍ରାରମ୍ଭରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୋସିଆଲ ମିଡିଆରେ କନସେପ୍ଟ ଟ୍ରେନ୍-ବନ୍ଦେ ଭାରତ (ସ୍ଲିପର ଭର୍ସନ)ର ଫଟୋ ସେୟାର କରିଥିଲେ । ଏହି ଟ୍ରେନ ଘଣ୍ଟା ପ୍ରତି 160 କିଲୋମିଟର ବେଗରେ ଯାତ୍ରା କରିବ। ଏଥିରେ ମୋଟ 16ଟି କୋଚ୍ ରହିବ । ଯେଉଁଥିରେ ପ୍ରାୟ 887 ଜଣ ଯାତ୍ରୀ ଯାତାୟତ କରିପାରିବେ ।

ଏହା ମଧ୍ୟ ପଢନ୍ତୁ-ଧାରଣାରେ ପଥର ଓ ଲୁହାରଡ ରଖିଥିଲେ ଦୁର୍ବୃତ୍ତ, ଅଟକିଲା ବନ୍ଦେ ଭାରତ ଏକ୍ସପ୍ରେସ

ମୁମ୍ବାଇ, ଚେନ୍ନାଇ, ପାଟନାରେ ବନ୍ଦେ ଭାରତ ଟ୍ରେନ ଓ ମେଟ୍ରୋ ସେବା ଆରମ୍ଭ ହେବ । ଆଗାମୀ 7ବର୍ଷ ମଧ୍ୟରେ ଏଥି ପାଇଁ 2 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ। ଭାରତୀୟ ରେଳବାଇ ଏହାର ଉତ୍ପାଦନ ୟୁନିଟ୍ ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରି, ରେଳ କୋଚ୍ ଫ୍ୟାକ୍ଟ୍ରି ଏବଂ ଆଧୁନିକ କୋଚ୍ ଫ୍ୟାକ୍ଟ୍ରି 102 ବନ୍ଦେ ଭାରତ ଟ୍ରେନର ଡିଜାଇନ କରିବ । 2022-2023 ରେ 35 ଏବଂ 2023-2024 ରେ 67ଟି ବନ୍ଦେ ଭାରତ ତିଆରି ପାଇଁ ଯୋଜନା ହୋଇଛି ।

ଭାରତୀୟ ରେଳବାଇ ତିନୋଟି ଭିନ୍ନ ଟେକ୍ନୋଲୋଜିର 400 ବନ୍ଦେ ଭାରତ ଟ୍ରେନ୍ (ସ୍ଲିପର୍ କୋଚ) ଚଳାଚଳ କରିବାକୁ ଯୋଜନା କରିଛି । ସେଥି ମଧ୍ୟରୁ 75ଟି ବନ୍ଦେ ଭରତର ରେକ୍ସରେ ଚେୟାର୍ ଭର୍ସନ୍ ରହିବ ଓ ଅବଶିଷ୍ଟ ସ୍ଲିପର ସଂସ୍କରଣ ଭାବରେ ଲଞ୍ଚ କରିବାକୁ ଯୋଜନା କରାଯାଇଛି । ଯେଉଁଥି ପାଇଁ ଭାରତୀୟ ରେଳ ପ୍ରକକ୍ସନ୍‌ ୟୁନିଟ୍ ମଧ୍ୟରେ ଟେକ୍ନୋଲୋଜି ଭାଗୀଦାରୀ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.