ETV Bharat / bharat

ମହଙ୍ଗା ହେବ ଟ୍ରେନ ଟିକେଟ

author img

By

Published : Jan 9, 2022, 10:31 AM IST

ଆଗକୁ ଟ୍ରେନରେ ଯାତ୍ରା ମହଙ୍ଗା ହେବାକୁ ଯାଉଛି (railway tickets to become costlier) । ଏଣିକି ଟିକେଟ ଉପରେ ଦେବାକୁ ପଡିବ ଷ୍ଟେସନ ବିକାଶ ଫି (station development fee) । ଟିକେଟ କାଟିବା ବେଳେ ଯାତ୍ରୀଙ୍କୁ ଗଣିବାରୁ ପଡିବ ଅଧିକ ୫୦ ଟଙ୍କା । ଅଧିକ ପଢନ୍ତୁ

ମହାଙ୍ଗା ହେବ ଟ୍ରେନ ଟିକେଟ
ମହାଙ୍ଗା ହେବ ଟ୍ରେନ ଟିକେଟ

ନୂଆଦିଲ୍ଲୀ: ଟ୍ରେନ ଯାତ୍ରୀଙ୍କୁ ମହଙ୍ଗା ମାଡ । ଆଗକୁ ଟ୍ରେନରେ ଯାତ୍ରା ମହଙ୍ଗା ହେବାକୁ ଯାଉଛି (railway tickets to become costlier) । ଏଣିକି ଟିକେଟ ଉପରେ ଦେବାରୁ ପଡିବ ଷ୍ଟେସନ ବିକାଶ ଫି (station development fee) । ଟିକେଟ କାଟିବା ବେଳେ ଯାତ୍ରୀଙ୍କୁ ଗଣିବାରୁ ପଡିବ ଅଧିକ ୫୦ ଟଙ୍କା । ରେଳ ମନ୍ତ୍ରଣାଳୟ ପୁନଃ ବିକଶିତ ତଥା ବିକାଶ ହେବାକୁ ଥିବା ରେଳ ଷ୍ଟେସନଗୁଡିକ ଉପରେ ଷ୍ଟେସନ ବିକାଶ ଫି (ଏସଡିଏଫ୍) ଅସୁଲ କରିବା ପାଇଁ ନିଷ୍ପତ୍ତି ନେଇଛି । ଏ ନେଇ ରେଲୱେ ବୋର୍ଡ ଏସଡିଏଫକୁ ଅନୁମୋଦନ କରିଛି ।

ଏହି ନିୟମ ଅନୁଯାୟୀ ରେଳ ଷ୍ଟେସନ ପୁନଃ ନିର୍ମାଣ ଯୋଜନାରେ ଯାତ୍ରୀଙ୍କୁ ଅଧିକ ଭଡା ଦେବାକୁ ପଡିବ । ବିଭିନ୍ନ ବର୍ଗର ଟ୍ରେନ ଯାତ୍ରୀଙ୍କଠାରୁ ଷ୍ଟେସନ ଡେଭଲପମେଣ୍ଟ ବାବଦକୁ ୧୦ରୁ ୫୦ ଟଙ୍କା ଆଦାୟ କରାଯିବ । ଟିକେଟ ବୁକ କରିବା ସମୟରେ ଯାତ୍ରୀମାନେ ଏହି ଅର୍ଥ ପୈଠ କରିବେ । ୩ଟି ବର୍ଗରେ ଏହି ଭଡା ଆଦାୟ ହେବ । ଏସି କ୍ଲାସ ପାଇଁ ୫୦ ଟଙ୍କା, ସ୍ଲିପର ପାଇଁ ୨୫ ଏବଂ ଅଣସଂରକ୍ଷିତ ସିଟଗୁଡିକ ପାଇଁ ଅତିକମରେ ୧୦ ଟଙ୍କା ବର୍ଦ୍ଧିତ ଭଡା ଯାତ୍ରୀଙ୍କୁ ଦେବାକୁ ପଡିବ । ଲୋକାଲ ଟ୍ରେନ ଯାତ୍ରୀଙ୍କ ପାଇଁ ଏହି ଦେୟ ଦେବାକୁ ପଡିବ ନାହିଁ । ଏ ନେଇ ରେଲୱେ ବୋର୍ଡ ସମସ୍ତ ଜୋନାଲ ରେଲୱେଗୁଡିକୁ ନିର୍ଦ୍ଦେଶନାମା ଜାରି କରିଛି ।

ଏହାବାଦ ବିକଶିତ ଷ୍ଟେସନରୁ ଚଢି ଅନ୍ୟ ଏକ ବିକଶିତ ଷ୍ଟେସନରେ ଓହ୍ଲାଉଥିବା ଯାତ୍ରୀଙ୍କୁ ଦେଢଗୁଣା ଅର୍ଥ ଦେବାକୁ ପଡିବ । କେବଳ ବିକଶିତ ଷ୍ଟେସନରେ ଓହ୍ଲାଉଥିବା ଯାତ୍ରୀଙ୍କ ଠାରୁ ମାତ୍ର ୫୦ ପ୍ରତିଶତ ଭଡା ଆଦାୟ ହେବ। ଏହି ନିଷ୍ପତ୍ତି ପାଇଁ ଆଗକୁ ରେଳ ଟିକେଟ ମହଙ୍ଗା ହେବାକୁ ଯାଉଛି । ରେଳବାଇ ଏବଂ ଷ୍ଟେସନଗୁଡିକର ପୁନଃ ବିକାଶ ପାଇଁ ପାଣ୍ଠି ସଂଗ୍ରହ କ୍ଷେତ୍ରରେ ସହାୟକ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.