ETV Bharat / bharat

MP Election 2023: ଜାତିଭିତ୍ତିକ ଗଣନା ନେଇ ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ

author img

By ETV Bharat Odisha Team

Published : Nov 10, 2023, 8:47 PM IST

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ରାହୁଲ ଗାନ୍ଧୀଙ୍କ ପ୍ରଚାର ଜୋରଦାର । କହିଲେ ଯେବେଠୁ କଂଗ୍ରେସ ଜାତିଭିତ୍ତିକ ଜନଗଣନା କଥା କହିଛି ସେବେଠୁ ପ୍ରଧାନମନ୍ତ୍ରୀଙ୍କ ମନରୁ ଜାତି ଗାଏବ ହୋଇଯାଇଛି । ଅଧିକ ପଢନ୍ତୁ

MP Election 2023
MP Election 2023

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ନେଇ କଂଗ୍ରେସ ପ୍ରଚାର ଜୋରଦାର କରିଛି । ଏହାରି ମଧ୍ୟରେ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ସେ କହିଛନ୍ତି ଯେ କଂଗ୍ରେସ ଯେବେଠୁ ଜାତିଭିତ୍ତିକ ଗଣନା ସମ୍ପର୍କରେ ଆଲୋଚନା କରିଛି, ସେହି ଦିନଠୁ ପ୍ରଧାନମନ୍ତ୍ରୀଙ୍କ ମନରୁ ଜାତି ଗାଏବ ହୋଇଯାଇଛି । ତେବେ କଂଗ୍ରେସ ରାଜ୍ୟରେ ସରକାର ଗଢିଲେ ଜାତି ଭିତ୍ତିକ ଗଣନା କରିବ ବୋଲି କହିଛନ୍ତି ରାହୁଲ ।

ଏନେଇ ରାହୁଲ ଗାନ୍ଧୀ କହିଛନ୍ତି, "ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଗଢିଲେ ପ୍ରଥମ କାମ ହେବ ଜାତିଭିତ୍ତିକ ଗଣନା । ପଛୁଆ ବର୍ଗ (OBC)ଙ୍କ ସଂଖ୍ୟା ଜାଣିବା ଲାଗି ଏହା ଜାତି ଭିତ୍ତିକ ଜନଗଣନା କରାଯିବ । X-ray ପରି ସମସ୍ତ ବର୍ଗର ଲୋକଙ୍କ ସଂଖ୍ୟା ସାମ୍ନାକୁ ଆସିବ । ଯାହାକୁ ଆଧାର କରି କଲ୍ୟାଣକାରୀ ଯୋଜନା ପ୍ରସ୍ତୁତ କରାଯିବ ।" ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାହୁଲ ଟାର୍ଗେଟ କରି କହିଛନ୍ତି, "ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କହୁଥିଲେ- ଭାଇ ଓ ଭଉଣୀ ମୁଁ OBC ବର୍ଗର । ହେଲେ କିଛି ଦିନ ପୂର୍ବରୁ ସେ ନିଜ ଭାଷଣରେ କହିଥିଲେ ଦେଶର କେବଳ ଗୋଟିଏ ଜାତି ଅଛନ୍ତି ସେ ହେଉଛି ଗରିବ । ଯେବେଠୁ କଂଗ୍ରେସ ଜାତି ଭିତ୍ତିକ ଜନଗଣନା କଥା ଉଠାଇଛି, ସେବେଠୁ ପ୍ରଧାନମନ୍ତ୍ରୀ ଜାତି ଶବ୍ଦକୁ ଭୁଲିଯାଇଛନ୍ତି । କାରଣ ସେ ଓବିସି, ଦଳିତ, ଆଦିବାସୀ ଯୁବକଙ୍କ ଆଗରେ ଦେଶର ବାସ୍ତବତାକୁ ଲୁଚାଉଛନ୍ତି ।"

ଏହା ବି ପଢନ୍ତୁ- Bihar caste census: ଟ୍ରାନ୍ସଜେଣ୍ଡରଙ୍କୁ ମିଳିପାରିବନି ଭିନ୍ନ ଜାତିର ମାନ୍ୟତା, ମାମଲା ଖାରଜ କଲେ ସର୍ବୋଚ୍ଚ କୋର୍ଟ

ରାହୁଲ ବିଜେପି ନେତୃତ୍ବାଧୀନ ମଧ୍ୟପ୍ରଦେଶ ସରକାରଙ୍କ ଉପରେ ମଧ୍ୟ ବର୍ଷିଛନ୍ତି । ରାହୁଲ କହିଛନ୍ତି ଯେ ରାଜ୍ୟରେ ୫୩ଜଣ ଆଇଏଏସ ଅଧିକାରୀଙ୍କ ମଧ୍ୟରେ ଜଣେ ମାତ୍ର ଓବିସି ଅଧିକାରୀ ରହିଛନ୍ତି । ଯଦି ରାଜ୍ୟର ପୁରା ବଜେଟ ୧୦୦ ଟଙ୍କା ହେବ, ତେବେ ଓବିସି ଅଧିକାରୀଙ୍କ ନିୟନ୍ତ୍ରଣରେ କେବଳ ୩୩ ପଇସା ବା ୦.୩୩ ପ୍ରତିଶତ ରହିଛି । ସେହିପରି ଗତ ୧୮ ବର୍ଷ ମଧ୍ୟରେ ମଧ୍ୟପ୍ରଦେଶରେ ୧୮ ହଜାର ଚାଷୀ ଆତ୍ମହତ୍ୟା କରିଛନ୍ତି । ରାଜ୍ୟ ସରକାର ଚାଷୀଙ୍କ ହିତରେ ଯୋଜନା ଆଣୁନଥିବା ମଧ୍ୟ ରାହୁଲ ଅଭିଯୋଗ କରିଛନ୍ତି ।

କଂଗ୍ରେସ ନେତା ବେରୋଜଗାର ପ୍ରସଙ୍ଗରେ ମଧ୍ୟ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବିମୁଦ୍ରୀକରଣ ଯୋଗୁଁ ଅନେକ ବ୍ୟବସାୟୀ କ୍ଷତି ସହିଛନ୍ତି । ଏଥିଲାଗି ରାଜ୍ୟରେ ବେରୋଜଗାରଙ୍କ ସଂଖ୍ୟା ବୃଦ୍ଧି ପାଇଛି ବୋଲି ମଧ୍ୟ ରାହୁଲ ଅଭିଯୋଗ କରିଛନ୍ତି । ସୂଚନା ଥାଉ କି ମଧ୍ୟପ୍ରଦେଶରେ ଆସନ୍ତା ୧୭ ତାରିଖରେ ବିଧାନସଭା ନିର୍ବାଚନ ଲାଗି ଭୋଟ ଗ୍ରହଣ ହେବ । ଏଥିଲାଗି ସମସ୍ତ ଦଳ ପକ୍ଷରୁ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.