ETV Bharat / bharat

ତାମିଲ ମୁଖ୍ୟମନ୍ତ୍ରୀଙ୍କୁ ନିୟନ୍ତ୍ରଣ କରୁଛନ୍ତି ମୋଦି: ରାହୁଲ ଗାନ୍ଧୀ - cm controlled by modi

ତାମିଲନାଡୁ ନିର୍ବାଚନ ପୂର୍ବରୁ ଏକ ରାଲିକୁ ସମ୍ବର୍ଦ୍ଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ନିୟନ୍ତ୍ରଣ କରୁଛନ୍ତି ଏବଂ ତାଙ୍କୁ ପାଦ ଧରିବାକୁ ବାଧ୍ୟ କରାଯାଉଛି । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀଙ୍କୁ ନିୟନ୍ତ୍ରଣ କରୁଛନ୍ତି ମୋଦୀ : ରାହୁଲ ଗାନ୍ଧୀ

author img

By

Published : Mar 28, 2021, 8:21 PM IST

ଚେନ୍ନାଇ: ତାମିଲନାଡୁ ନିର୍ବାଚନ ପୂର୍ବରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ତାମିଲନାଡୁ ଗସ୍ତରେ ଅଛନ୍ତି । ସେଠାରେ ଏକ ରାଲିକୁ ସମ୍ବର୍ଦ୍ଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି ଯେ, ଯେତେବେଳେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ମୋଦୀ-ଶାହାଙ୍କ ପାଦ ସ୍ପର୍ଶ କରନ୍ତି ଏବଂ ତାଙ୍କ ସାମ୍ନାରେ ନତମସ୍ତକ ହୁଅନ୍ତି ତାହା ଦେଖି ଖରାପ ଲାଗେ ।

ରାହୁଲ ଗାନ୍ଧୀ ରାଲିରେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ନିୟନ୍ତ୍ରଣ କରୁଛନ୍ତି ଏବଂ ତାଙ୍କୁ ପାଦ ଧରିବାକୁ ବାଧ୍ୟ କରାଯାଉଛି । ଯାହାକୁ ସେ କେବେବି ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି । ରାହୁଲ କହିଥିଲେ ଯେ, ସେ ଏକ ଫଟୋ ଦେଖିଥିଲେ ସେଥିରେ ଜଣେ ନିର୍ବାଚିତ ପ୍ରତିନିଧି ଅମିତ ଶାହାଙ୍କ ପାଦ ଧରୁଛନ୍ତି, ଯାହା ଗ୍ରହଣୀୟ ନୁହେଁ । ସେ କହିଛନ୍ତି ଏପରି ସମ୍ପର୍କ କେବଳ ଭାରତୀୟ ଜନତା ପାର୍ଟିରେ ସମ୍ଭବ, ଯେଉଁଠାରେ ବରିଷ୍ଠ ନେତାଙ୍କ ପାଦ ଛୂଇଁବାକୁ ପଡେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.