ETV Bharat / bharat

Rahul Gandhi Conviction stayed: ସୁପ୍ରିମକୋର୍ଟଙ୍କ ରାୟ ପରେ ରାହୁଲଙ୍କ ପ୍ରଥମ ପ୍ରତିକ୍ରିୟା - ସାଂସଦ ପଦ

ମୋଦି ସାଙ୍ଗିଆ ମାନହାନି ମାମଲାରେ ସୁପ୍ରିମ ଆଶ୍ବସ୍ତି ପରେ ରାହୁଲ ଗାନ୍ଧୀଙ୍କ ପ୍ରଥମ ପ୍ରତିକ୍ରିୟା । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Aug 4, 2023, 4:59 PM IST

Updated : Aug 4, 2023, 5:09 PM IST

ସୁପ୍ରିମକୋର୍ଟଙ୍କ ରାୟ ପରେ ରାହୁଲଙ୍କ ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ: ମୋଦି ସାଙ୍ଗିଆ ମାନହାନୀ ମାମଲାରେ ସୁପ୍ରିମ ଆଶ୍ବସ୍ତି ମିଳିବା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ ଲୋକସଭା ସାଂସଦ ରାହୁଲ ଗାନ୍ଧୀ । ରାୟ ଯାହା ଆସୁ ନା କାହିଁକି ସେ ନିଜ କର୍ତ୍ତବ୍ୟ ବଜାୟ ରଖିବେ ଏବଂ ଭାରତର ଆଦର୍ଶକୁ ସୁରକ୍ଷା ଯୋଗାଇବେ ବୋଲି କହିଛନ୍ତି । ଆଜି ଏହି ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇବା ପରେ ତାଙ୍କ ସାଂସଦ ପଦ ଫେରିବ ବୋଲି ଚର୍ଚ୍ଚା ହେଉଛି ।

ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ କଂଗ୍ରେସ ପକ୍ଷରୁ ଏହାକୁ ସ୍ବାଗତ କରାଯାଇଥିଲା । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ଅନେକ କଂଗ୍ରେସ ନେତା ଏହି ରାୟକୁ ସ୍ବାଗତ କରି ଟ୍ବିଟ କରି ନିଜ ପ୍ରତିକ୍ରିୟା ରଖିଥିଲେ । ସତ୍ୟର ଜୟ ହୋଇଛି ବୋଲି କହିଥିଲା କଂଗ୍ରେସ । ତେବେ ରାୟ ଆସିବାର କିଛି ଘଣ୍ଟା ପରେ ଏ ନେଇ ଟ୍ବିଟ ମାଧ୍ୟମରେ ନିଜ ପ୍ରତିକ୍ରିୟା ରଖିଛନ୍ତି ରାହୁଲ । ଏ ନେଇ ସେ କହିଛନ୍ତି, " ଯାହା ବି ରାୟ ଆସୁ ନା କାହିଁକି, ମୋର କର୍ତ୍ତବ୍ୟ ସମାନ ରହିବ । ମୁଁ ଭାରତର ଆଦର୍ଶକୁ ସୁରକ୍ଷା କରିବା ଦିଗରେ ନିଜ କର୍ତ୍ତବ୍ୟ ଜାରି ରଖିବି । "

  • Come what may, my duty remains the same.

    Protect the idea of India.

    — Rahul Gandhi (@RahulGandhi) August 4, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ- Comeback Rahul: ପୁଣି ସଂସଦରେ ଗର୍ଜିବେ ରାହୁଲ, ଫେରିବ ସାଂସଦ ପଦ

୨୦୧୯ ମସିହାରେ କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ଏକ ଜନସଭାରେ ମୋଦି ସାଙ୍ଗିଆକୁ ନେଇ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ରାହୁଲ ଗାନ୍ଧୀଙ୍କୁ ଭାରି ପଡ଼ିଥିଲା । ଏହି ଅପମାନଜନକ ମନ୍ତବ୍ୟ ଲାଗି ରାହୁଲଙ୍କୁ ଦଣ୍ଡିତ କରିବା ପାଇଁ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବିଜେପି ବିଧାୟକ ତଥା ଆବେଦନକାରୀ ପୁର୍ଣ୍ଣେଶ ମୋଦି । ସୁରଟ କୋର୍ଟଙ୍କ ରାୟ ଆବେଦନକାରୀଙ୍କ ସପକ୍ଷରେ ଯାଇଥିଲା ଏବଂ ରାହୁଲଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ମିଳିଥିବା ବେଳେ ତାଙ୍କ ସାଂସଦ ପଦ ରଦ୍ଦ କରାଯାଇଥିଲା । ଏହାପରେ ଖାଲି ପଡ଼ିଥିଲା ରାହୁଲଙ୍କ ସଂସଦୀୟ କ୍ଷେତ୍ର (କେରଳର ୱାୟନାଡ) ।

ଏହା ବି ପଢନ୍ତୁ- Rahul Gandhi Conviction stayed: ଆବେଦନକାରୀ କହିଲେ ଜାରି ରହିବ ଆଇନଗତ ଲଢେଇ

ହେଲେ ସୁରଟ କୋର୍ଟ ଓ ଗୁଜୁରାଟ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ରାହୁଲ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ସୁପ୍ରିମକୋର୍ଟ ଆଜି ଏହି ମାମଲାର ଶୁଣାଣି କରିବା ସମୟରେ ରାୟ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି । କୋର୍ଟ କହିଛନ୍ତି ଯେ ଏହା ସତ ଯେ ରାହୁଲଙ୍କୁ ଜନସଭାରେ ଉଦବୋଧନ ଦେବା ସମୟରେ ନିଜ ଶବ୍ଦ ଉପରେ ସଞ୍ଜମତା ରକ୍ଷା କରିବାର ଆବଶ୍ୟକ ଥିଲା, ହେଲେ ଏହି ରାୟ ଦ୍ବାରା ୱାୟନାଡବାସୀ କାହିଁକି ପ୍ରଭାବିତ ହେବେ ? ଏପଟେ ମୌସୁମୀ ଅଧିବେଶନ ଜାରି ଥିବା ବେଳେ ସେମାନଙ୍କ ସମସ୍ୟାକୁ ସଂସଦରେ କିଏ ପହଞ୍ଚାଇବ ?

Last Updated : Aug 4, 2023, 5:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.