ETV Bharat / bharat

Punjab Poll: ଆଜି ପଞ୍ଜାବରେ ଭର୍ଚୁଆଲ ରାଲି କରିବେ ରାହୁଲ ଗାନ୍ଧୀ - ପଞ୍ଜାରେ ଭର୍ଚୁଆଲ ରାଲି କରିବେ ରାହୁଲ

ଆଜି ପଞ୍ଜାବ ଗସ୍ତ କରିବେ ରାହୁଲ ଗାନ୍ଧୀ । ଏହି ଅବସରରେ ଭର୍ଚୁଆଲ ରାଲିକୁ କରିବେ ସମ୍ବୋଧିତ । ଅଧିକ ପଢନ୍ତୁ

Punjab Poll 2022: ଆଜି ପଞ୍ଜାବରେ ଭର୍ଚ୍ଚୁଆଲ ରାଲି କରିବେ  ରାହୁଲ ଗାନ୍ଧୀ

author img

By

Published : Jan 27, 2022, 8:25 AM IST

ନୂଆଦିଲ୍ଲୀ: ଆସୁଛି ବିଧାନସଭା ନିର୍ବାଚନ । ସରଗରମ ପଞ୍ଜାବ ରାଜନୀତି । ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ଦିନିକିଆ ପଞ୍ଜାବ ଗସ୍ତ କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । 117 ପ୍ରାର୍ଥୀଙ୍କ ସହ ଧାର୍ମିକ ସ୍ଥାନ ପରିଦର୍ଶନ କରିବା ସହ ଅମୃତସରରେ ଶ୍ରୀ ହରମନ୍ଦିର ସାହିବରେ ସକାଳ ପ୍ରାୟ 9 ଟାରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି । ଏହା ପରେ ଦିନ ୧୦ଟାରୁ ୧୧ଟା ମଧ୍ୟରେ ଭଗବାନ ବାଲ୍ମିକ ତିରଥ ଷ୍ଟାଲ ମଧ୍ୟ ପରିଦର୍ଶନ କରିବେ ।

ମଧ୍ୟାହ୍ନ 12 ଟା ସମୟରେ ରାହୁଲ ଗାନ୍ଧୀ ଜଳନ୍ଧର ଯାତ୍ରା କରିବେ । ଅପରାହ୍ନ 3ଟା ସମୟରେ ସେ ମିଥାପୁର, ଡାଇମଣ୍ଡ ଓ ଜଳନ୍ଧରରେ ଭର୍ଚୁଆଲ ରାଲି କରିବା ସହ ‘Navi Soch Nava Punjab’କୁ ସମ୍ବୋଧିତ କରିବେ । ଏନେଇ କଂଗ୍ରେସ ପିସିସି ସଭାପତି ନବଜୋତ ସିଂ ସିଦ୍ଧୁ କାର୍ଯ୍ୟକ୍ରମ ସମ୍ବନ୍ଧରେ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରିଛନ୍ତି ।

ଆଜି କଂଗ୍ରେସ କର୍ମୀ ତାଙ୍କୁ ପଞ୍ଜାବରେ ସ୍ୱାଗତ କରିବେ । ନିର୍ବାଚନ ଆୟୋଗ ବିଧାନସଭା ନିର୍ବାଚନ ନେଇ ରୋଡ ଶୋ ଓ ସମାବେଶ ଉପରେ ପ୍ରତିବନ୍ଧକ ଲଗାଇବା ପରେ ରାହୁଲ ଗାନ୍ଧୀଙ୍କ ଏହା ହେଉଛି ପ୍ରଥମ ପଞ୍ଜାବ ଗସ୍ତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.