ETV Bharat / bharat

ଲୋକଙ୍କ ବିନାଶ ମହଙ୍ଗାର ବିକାଶ: ରାହୁଲ ଗାନ୍ଧୀ

author img

By

Published : Oct 17, 2021, 12:38 PM IST

ଦେଶରେ ପେଟ୍ରୋଲ ଡିଜେଲ ଦରରେ ବ୍ରେକ ଲାଗିବାର ନାଁ ନେଉନାହିଁ । ଏନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଟ୍ବିଟ କରି କେନ୍ଦ୍ର ଉପରେ ବର୍ଷିଛନ୍ତି ରାହୁଲ। ସେ କହିଛନ୍ତି ଲୋକଙ୍କ ବିନାଶ ଓ ମହଙ୍ଗାର ବିକାଶ ହେଉଛି । ଅଧିକ ପଢନ୍ତୁ...

କଂଗ୍ରେସ ନେତା ରାହୁଲ ଗାନ୍ଧୀ
କଂଗ୍ରେସ ନେତା ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ବୋଲ ମାନୁନି ତୈଳ ଦର । ଦେଶରେ ପେଟ୍ରୋଲ ଡିଜେଲ ଦରରେ ବ୍ରେକ ଲାଗିବାର ନାଁ ନେଉନାହିଁ । ଏନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଟ୍ବିଟ କରି କେନ୍ଦ୍ର ଉପରେ ବର୍ଷିଛନ୍ତି ରାହୁଲ । ସେ କହିଛନ୍ତି ଲୋକଙ୍କ ବିନାଶ ଓ ମହଙ୍ଗାର ବିକାଶ ହେଉଛି ।

ସେ ଆହୁରି କହିଛନ୍ତି ଯଦି ସରକାର ଅଧିକ ଟିକସ ବଢାଇ ନଥାନ୍ତେ ତେବେ ଆଜି ପେଟ୍ରୋଲ ଦର ଲିଟର ପିଛା ୬୬ ଟଙ୍କା ଓ ଡିଜେଲ ଲିଟର ପିଛା ୫୫ ଟଙ୍କା ହୋଇଥାନ୍ତା । ଉଚ୍ଚା ତେଲ ଦର ବଢିବାର କାରଣ ସରକାରଙ୍କ ଦ୍ବାରା ଲଗାଯାଇଥିବା ଟିକସ ମଧ୍ୟ ଏକ ଅଂଶ । ଗତ କିଛି ବର୍ଷ ହେବ କେନ୍ଦ୍ର ଏହା ଉପରେ ଟିକସ କର ବୃଦ୍ଧି କରିଛି ।

ଦେଶରେ ପେଟ୍ରୋଲ ଓ ଡିଜେଲ ଦର କ୍ରମାଗତ ଭାବରେ ବଢିବାରେ ଲାଗିଛି । ଆଜି ପୁଣି ଉଭୟ ତେଲ ୩୫ ପଇସା ବୃଦ୍ଧି ହୋଇଛି । ବର୍ଦ୍ଧିତ ଦର ଲାଗୁ ହେବା ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୫ ଟଙ୍କା ୮୪ ପଇସାରେ ପହଞ୍ଚିଛି । ସେହିପରି ଡିଜେଲ ଦର ଲିଟର ପ୍ରତି ୯୪ ଟଙ୍କା ୫୭ ପଇସା ରହିଛି ।

ଏହା ମଧ୍ୟ ପଢନ୍ତୁ...ଅକ୍ଟୋବରରେ ୪.୧୦ ଟଙ୍କା ବଢିଲା ପେଟ୍ରୋଲ, ଜାଣନ୍ତୁ ଡିଜେଲ ଦର କେତେ...

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.