ETV Bharat / bharat

'ସୁଇସାଇଡ ନୋଟ' ଥଟ୍ଟାକୁ ନେଇ ମୋଦିଙ୍କୁ ରାହୁଲ-ପ୍ରିୟଙ୍କାଙ୍କ ନିନ୍ଦା - ମୋଦିଙ୍କୁ ରାହୁଲ ପ୍ରିୟଙ୍କାଙ୍କ ନିନ୍ଦା

'ସୁଇସାଇଡ ନୋଟ' ଥଟ୍ଟାକୁ ନେଇ ମୋଦିଙ୍କୁ ରାହୁଲ-ପ୍ରିୟଙ୍କାଙ୍କ ନିନ୍ଦା । ଯୁବପିଢିଙ୍କ ଆତ୍ମହତ୍ୟାର ଉଦାହରଣ ଦେଇ ନିନ୍ଦା କରିବା ସହ ଏଭଳି କରିବା ଉଚିତ ନୁହେଁ ବୋଲି କହିଛନ୍ତି । ଅଧିକ ପଢନ୍ତୁ

Rahul and Priyanka slam PM Modi
Rahul and Priyanka slam PM Modi
author img

By

Published : Apr 27, 2023, 3:20 PM IST

ନୂଆଦିଲ୍ଲୀ: ଏକ ସୁଇସାଇଡ ନୋଟର ଉଦାହରଣ ଦେଇ ମୋଦି କରିଥିବା ଥଟ୍ଟାକୁ ନେଇ ନିନ୍ଦା କଲେ ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧୀ । ଏନେଇ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି, "ଯେଉଁମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଥାକୁ ନେଇ ମନ ଖୋଲି ହସିଥିଲେ, ସୋମାନେ ନିଜକୁ ଭଲ ଭାବେ ଶିକ୍ଷା ଦେଇ ଶିକ୍ଷିତ କରିବା ଆବଶ୍ୟକ ।"

  • Depression and suicide, especially among the youth IS NOT a laughing matter.

    According to NCRB data, 164033 Indians committed suicide in 2021. Of which a huge percentage were below the age of 30. This is a tragedy not a joke.

    The Prime Minister and those laughing heartily at… pic.twitter.com/yoPt5c8Kx7

    — Priyanka Gandhi Vadra (@priyankagandhi) April 27, 2023 " class="align-text-top noRightClick twitterSection" data=" ">

କଣ କହିଥିଲେ ମୋଦି: ଗତକାଲି(ବୁଧବାର) ଏକ ଗଣମାଧ୍ୟମର ମିଡିଆ କନକ୍ଲେଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିଲେ । ଏହି ସମୟରେ ଭାଷଣ ଦେଇ ଏକ ପ୍ରଫେସରଙ୍କ ଝିଅର ସୁଇସାଇଡ ନୋଟକୁ ନେଇ ଥଟ୍ଟା କରିଥିଲେ । ପ୍ରଫେସର ଜଣକ ନିଜର ଝିଅର ସୁଇସାଇଡ ନୋଟ ପଢିବା ସମୟରେ କିପରି ବନାନ ଭୁଲ କରିପାରିଲ ବୋଲି କହିଥିବା ନେଇ ମୋଦି କହିଥିଲେ । ଏହି କଥା ଶୁଣି ଲୋକେ ହସିଥିଲେ ।

  • हज़ारों परिवार आत्महत्या के कारण अपने बच्चों को खोते हैं।

    प्रधानमंत्री को उनका मज़ाक नहीं उड़ाना चाहिए!

    — Rahul Gandhi (@RahulGandhi) April 27, 2023 " class="align-text-top noRightClick twitterSection" data=" ">

ମୋଦି କହିଥିଲେ, " ଣେ ପ୍ରଫେସରଙ୍କ ଝିଅ ଆତ୍ମହତ୍ୟା କରିଥିଲେ । ତେବେ ମୃତ୍ୟୁ ପୂର୍ବରୁ ସେ ସୁଇସାଇଡ ନୋଟ ଲେଖିକି ଯାଇଥିଲେ । ମୁଁ ବହୁତ ଥକି ଗଲିଣି, ଆଉ ଏହି ଜୀବନ ବଞ୍ଚିବାକୁ ଇଚ୍ଛା ନାହିଁ । ତେଣୁ ମୁଁ କାକରିଆଁ ପୋଖରୀରେ ବୁଡି ମରିଯିବି ବୋଲି ଲେଖା ହୋଇଥିଲା । ଏହି ଚିଠି ପଢି ବାପା ବା ପ୍ରଫେସଙ୍କୁ ରାଗ ଆସିଥିଲା । ସେ କହିଥିଲେ, ମୁଁ ଜଣେ ପ୍ରଫେସର ଏବଂ ମୁଁ ଆଜି ଯାଏଁ ଏତେ ପରିଶ୍ରମ କରି ମଧ୍ୟ ମୋ ଝିଅ କାକରିଆଁର ବନାନ ଭୁଲ ଲେଖିଛି ।" ମୋଦିଙ୍କ ଏହି ଚୁଟକୁଲା ଶୁଣିବା ପରେ ଉପସ୍ଥିତ ଶ୍ରୋତା ସହ ମୋଦି ମଧ୍ୟ ହସିଥିଲେ ।

ମୋଦିଙ୍କ ଏଭଳି ଥଟ୍ଟାକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିନ୍ଦା କରିଥିଲେ । ମୋଦିଙ୍କ ଭିଡିଓ ସେ ସେ ଟ୍ବିଟ କରି କହିଛନ୍ତି, "ଯୁବପିଢିଙ୍କ ମଧ୍ୟରେ ଉଦାସୀନତା ଏବଂ ଆତ୍ମହତ୍ୟା ପରିହାସ କରିବାର ବିଷୟ ନୁହେଁ । NCRB ତଥ୍ୟ ଅନୁଯାୟୀ, ୨୦୨୧ ମସିହାରେ ୧୬୪୦୩୩ ଭାରତୀୟ ଆତ୍ମହତ୍ୟା କରିଥିଲେ, ସେଥିମଧ୍ୟରୁ ଅଧିକାଂଶ ୩୦ ବର୍ଷରୁ କମ ବୟସର ଥିଲେ । ତେଣୁ ଏହା ଏକ ଚିନ୍ତାର ବିଷୟ ଅଟେ, ହାସ୍ୟାସ୍ପଦ ନୁହେଁ । ମୋଦିଙ୍କ କଥାକୁ ନେଇ ଯେଉଁମାନେ ମନ ଖୋଲି ହସିଥିଲେ, ସୋମାନେ ନିଜକୁ ଭଲ ଭାବେ ଶିକ୍ଷା ଦେଇ ଶିକ୍ଷିତ କରିବା ଆବଶ୍ୟକ । ଏଭଳି ସ୍ଥିତିରେ ଲୋକମାନଙ୍କୁ ମଜା ନୁହେଁ ମାନସିକ ସ୍ଥିତି ବିଷୟରେ ଜାଗ୍ରତ କରାଇ ସଚେତନ ସୃଷ୍ଟି କରିବା ଆବଶ୍ୟକ ।"

ଅନ୍ୟପଟେ ରାହୁଲ ଗାନ୍ଧୀ ଟ୍ବିଟ କରି କହିଛନ୍ତି," ଆତ୍ମହତ୍ୟା ପାଇଁ ହଜାରହଜାର ପରିବାର ନିଜ ଛୁଆଙ୍କୁ ହରାଉଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଏହି କଥାକୁ ନେଇ ଥଟ୍ଟା କରିବା ଉଚିତ ନୁହେଁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.