ETV Bharat / bharat

Delhi liquor scam: ଇଡି ଚାର୍ଜସିଟରେ ରାଘବ ଓ ସଞ୍ଜୟ ସିଂଙ୍କ ନାମ ! ଖବରକୁ ଭୁଲ କହିଲେ ଚଡ୍ଡା - Delhi excise policy case

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚାର୍ଜସିଟରେ ଆପ ରାଜ୍ୟସଭା ସାଂସଦ ରାଘବ ଚଡ୍ଡା ଓ ସଞ୍ଜୟ ସିଂଙ୍କ ନାମ ଥିବା କଥା ସୂଚନା । ଖଣ୍ଡନ କରି ବିବୃତ୍ତି ଜାରି କଲେ ରାଘବ ଚଡ୍ଡା । କହିଲେ ଖବର ଭୁଲ, ପ୍ରସାରଣ ବନ୍ଦ କରୁ ଗଣମାଧ୍ୟମ । ଅଧିକ ପଢନ୍ତୁ

ଇଡି ଚାର୍ଜସିଟରେ ରାଘବ ଚଡ୍ଡା ଓ ସଞ୍ଜୟ ସିଂଙ୍କ ନାମ

author img

By

Published : May 2, 2023, 9:48 PM IST

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପରେ ଦଳର ଦୁଇ ରାଜ୍ୟସଭା ସାଂସଦଙ୍କ ନାମ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚାର୍ଜସିଟରେ ଉଲ୍ଲେଖ ହୋଇଥିବା ସୂଚନା ମିଳିଛି । ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଓ ରାଘବ ଚଡ୍ଡାଙ୍କ ନାମ ଇଡି ଦାଖଲ କରିଥିବା ଅନ୍ତରୀଣ ଚାର୍ଜସିଟରେ ଅଭିଯୁକ୍ତ ନୁହେଁ ବରଂ ସାକ୍ଷ ଭାବେ ରହିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ହେଲେ ଏହି ସୂଚନାକୁ ନିଜେ ରାଘବ ଚଡ୍ଡା ଖଣ୍ଡନ କରିଛନ୍ତି । ତାଙ୍କ ନାମ କୌଣସି ତଦନ୍ତକାରୀ ସଂସ୍ଥାର ଚାର୍ଜସିଟରେ ଅଭିଯୁକ୍ତ କିମ୍ବା ସାକ୍ଷୀ ଭାବେ ଉଲ୍ଲେଖ କରାଯାଇନାହିଁ । ଅପରାହ୍ନରୁ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଖବର ମିଥ୍ୟା ବୋଲି ରାଘବ କହିଛନ୍ତି ।

  • News reports stating that I have been named as an accused by ED are false and malicious. I request the media to refrain from malicious reportage and issue a clarification failing which I’ll be forced to take legal action.

    My statement. pic.twitter.com/CA4UYRrclp

    — Raghav Chadha (@raghav_chadha) May 2, 2023 " class="align-text-top noRightClick twitterSection" data=" ">

ଆଜି ଘଟଣାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ଆଉ ଏକ ଅନ୍ତରୀଣ ଚାର୍ଜସିଟ ଦାଖଲ କରିଛି । ଏଥିରେ ଦଳର ରାଜ୍ୟସଭା ସାଂସଦ ରାଘବ ଚଡ୍ଡା, ସଞ୍ଜୟ ସିଂଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି । ଏହାପୂର୍ବରୁ, ଏପ୍ରିଲ୍ 25ରେ ସିବିଆଇ ମନୀଷ ସିସୋଦିଆଙ୍କ ସମେତ 4 ଜଣଙ୍କ ବିରୋଧରେ ଅନ୍ତରୀଣ ଚାର୍ଜସିଟ ଦାଖଲ କରିଥିଲା । ଏଥିରେ ମନୀଷ ସିସୋଦିଆ, ଅମନଦୀପ ସିଂ, ବୁଚି ବାବୁ ଏବଂ ଅର୍ଜୁନ ପାଣ୍ଡେଙ୍କ ନାମ ଅଭିଯୁକ୍ତ ଭାବେ ଅନ୍ତର୍ଭୁକ୍ତ ଥିଲା ।

ଆଜି ଦିନ ସାରା ତମାମ ଜାତୀୟ ଗଣମାଧ୍ୟମରେ ଇଡି ଚାର୍ଜସିଟରେ ଚଡ୍ଡାଙ୍କ ନାମ ଉଲ୍ଲେଖ ଥିବା ଖବର ପ୍ରସାରିତ ହେବା ପରେ ସଂଧ୍ୟାରେ ନିଜେ ଚଡ୍ଡା ପ୍ରେସମିଟ କରି ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛନ୍ତି । କହିଛନ୍ତି, ତାଙ୍କ ନାମ ଚାର୍ଜସିଟରେ ଉଲ୍ଲେଖ କରାଯାଇଥିବା ନେଇ ଜାରି ରହିଥିବା ଖବର ପ୍ରସାରଣ ଗଣମାଧ୍ୟମ ସଂସ୍ଥାମାନେ ବନ୍ଦ କରନ୍ତୁ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚାର୍ଜସିଟରେ ତାଙ୍କ ନାମ ନାହିଁ । ତାଙ୍କ ନାମ ଅଭିଯୁକ୍ତ, ସାକ୍ଷ କିମ୍ବା ଅନ୍ୟ କୌଣସି ପ୍ରକାର ମାମଲା ସହ ଜଡିତ ଥିବା ଦର୍ଶାଯାଇନାହିଁ । ଗଣମାଧ୍ୟମରେ ମିଥ୍ୟା ଓ ଆଧାରହୀନ ଖବର ପ୍ରସାରିତ ହେବାରେ ଲାଗିଛି । ଏହା ବନ୍ଦ ହେବା ଉଚିତ ।

ଏହି ବହୁଚର୍ଚ୍ଚିତ ଘୋଟାଲା ମାମଲାରେ ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନାମ ପ୍ରଥମ ଅନ୍ତରୀଣ ଚାର୍ଜସିଟରେ ଉଲ୍ଲେଖ କରିସାରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ଏହି ମାମଲାର ତଦନ୍ତ ଉଭୟ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜାରି ରଖିଛନ୍ତି । ଏବେ ଆପର ମୁଖ୍ଯ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମଧ୍ୟ ସିବିଆଇ ସମନ ଜାରି କରି ଜେରା କରିସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.