ETV Bharat / bharat

War Drills Near Pak Border: ଶକ୍ତି ପ୍ରଦର୍ଶନ କରିବେ ୧୪୮ ଲଢୁଆ ବିମାନ, ଯୋଗ ଦେବେ ପ୍ରଧାନମନ୍ତ୍ରୀ

author img

By

Published : Mar 2, 2022, 10:58 PM IST

ପାକିସ୍ତାନ ସୀମାରେ ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ବାୟୁସେନା । ମାର୍ଚ୍ଚ ୭ରେ ହେବାକୁ ଥିବା ଓ୍ବାରଡ୍ରିଲରେ ଅଂଶଗ୍ରହଣ କରିବେ ୧୪୮ ଯୁଦ୍ଧ ବିମାନ ଓ ଲଢୁଆ ହେଲିକପ୍ଟର । ଅତିଥି ଭାବେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

War Drills Near Pakistan Border: ଶକ୍ତି ପ୍ରଦର୍ଶନ କରିବେ ୧୪୮ ଲଢୁଆ ବିମାନ, ସାମିଲ ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମାର୍ଚ୍ଚ 7 ତାରିଖରେ ପାକିସ୍ତାନ ସୀମାରେ ଓ୍ବାରଡ୍ରିଲ (ସମରାଭ୍ୟାସ) କରିବ ଭାରତୀୟ ବାୟୁସେନା । ଏଥିରେ ବାୟୁସେନାର ମୋଟ 148 ଲଢୁଆ ବିମାନ ଓ ହେଲିକପ୍ଟର ଅଂଶଗ୍ରହଣ କରି ଶକ୍ତି ପ୍ରଦର୍ଶନ କରିବେ । ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ସାମରିକ ଅଭ୍ୟାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଯୋଗଦେବା ହେବା ନେଇ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି ।

ଏହ ଯୁଦ୍ଧାଭ୍ୟାସ ଭାରତ-ପାକିସ୍ତାନ ସୀମା ନିକଟ ରାଜସ୍ଥାନର ଜୈସଲମେରର ପୋଖରାନ୍ ରେଞ୍ଜରେ ଅନୁଷ୍ଠିତ ହେବ । ଏଥିରେ ପ୍ରଥମ ଥର ପାଇଁ ଫ୍ରାନ୍ସରୁ ଆସିଥିବା ଅତ୍ୟାଧୁନକ ରାଫେଲ ଲଢୁଆ ବିମାନ ମଧ୍ୟ ଅଂଶଗ୍ରହଣ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେବେ ବୋଲି ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଚଳିତ ବର୍ଷ ଓ୍ବାରଡ୍ରିଲରେ ଅଂଶଗ୍ରହଣ କରୁଥିବା 148 ବିମାନ ମଧ୍ୟରୁ 109 ଟି ଲଢୁଆ ବିମାନ ରହିବ । ସେହିପରି ଏଥିରେ 24ଟି ହେଲିକପ୍ଟର, ୭ଟି ପରିବହନ ବିମାନ ମଧ୍ୟ ଅଂଶଗ୍ରହଣ କରିବେ । ଏହି ଅଭ୍ୟାସରେ ବାୟୁସେନାର ଜାଗୁଆର, ସୁଖୋଇ-30, ମିଗ-29, ତେଜାସ, ରାଫେଲ ଏବଂ ମିରାଜ-2000 ପ୍ରମୁଖ ଯୁଦ୍ଧ ବିମାନ ଅଂଶଗ୍ରହଣ କରିବେ। 17 ଟି ଜାଗୁଆର ବିମାନ ସଂଖ୍ୟା 75 ଆକାର (ସେପ)ରେ ଉଡାଣ ଭରି କୌଶଳ ପ୍ରଦର୍ଶନ ପୂର୍ବକ ଏହିି ଅଭ୍ୟାସର ଶୁଭାରମ୍ଭ କରିବେ ।

ସେହିପରି ଏଥିରେ ଲଢୁଆ ବିମାନ ବ୍ୟତୀତ ଲଢୁଆ ହେଲିକପ୍ଟର ମଧ୍ୟ ଅଂଶଗ୍ରହଣ କରିୁବେ । ବାୟୁସେନାର ଆଗଧାଡିର ଲଢୁଆ ହେଲିକପ୍ଟର ଆପାଚେ, ଚିନୁକ୍, Mi-17-V5, Mi-35, ALH, Mk-IV ଏବଂ LCH ମଧ୍ୟ ଅଂଶଗ୍ରହଣ କରି ଶକ୍ତି ପ୍ରଦର୍ଶନ କରିବେ । ଏଥିରେ ଆକାଶ ମିସାଇଲ୍ ସିଷ୍ଟମ ଏବଂ ସ୍ପାଇଡର୍ ମିସାଇଲ୍ ସିଷ୍ଟମର କ୍ଷମତା ମଧ୍ୟ ପ୍ରଦର୍ଶିତ ହେବ । ବୃହତ ପରିବହନ ବିମାନ C-17 ଏବଂ C1-30-J ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବ ନେଇ ମଧ୍ୟ ବାୟୁସେନା ପକ୍ଷରୁ ସୂଚନା ମିଳିଛି । ଏହି ଯୁଦ୍ଧାଭ୍ୟାସ ୭ ତାରିଖ ପୂର୍ବାହ୍ନ 10.30 ରୁ ଆରମ୍ଭ ହୋଇ ଅପରାହ୍ନ 12:30 ରେ ଶେଷ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.