ETV Bharat / bharat

ପୈତୃକ ଗ୍ରାମରେ ସିଦ୍ଧୁ ମୁସେଓ୍ବାଲଙ୍କ ଶେଷକୃତ୍ୟ ସମ୍ପନ୍ନ, ସ୍ତବ୍ଧ ମାନସା

author img

By

Published : May 31, 2022, 4:32 PM IST

Updated : May 31, 2022, 7:52 PM IST

ସିଦ୍ଧୁ ମୁସେଓ୍ବାଲଙ୍କ ଶେଷକୃତ୍ୟ ଶେଷ । ହଜାର ହଜାର ସମର୍ଥକଙ୍କ ମଧ୍ୟରେ ପୈତୃକ ଗ୍ରାମରେ ହେଲା ଶେଷକୃତ୍ୟ । ନିଜର ପ୍ରିୟ ଟ୍ରାକ୍ଟରରେ ଆସିଲା ସିଦ୍ଧୁଙ୍କ ମୃତଦେହ । ପରିବାର ସହ ଉପସ୍ଥିତ ଥିଲେ ପ୍ରଦେଶ କଂଗ୍ରେସର ଏକାଧିକ ନେତା । ଅଧିକ ପଢନ୍ତୁ

ପୈତୃକ ଗ୍ରାମରେ ଶେଷ ହେଲେ ସିଦ୍ଧୁ ମୁସେଓ୍ବାଲଙ୍କ ଶେଷକୃତ୍ୟ

ଚଣ୍ଡିଗଡ: ହତ୍ୟାକାଣ୍ଡର ଶିକାର ହୋଇଥିବା ଲୋକପ୍ରିୟ ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେଓ୍ବାଲାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଆଜି (ମଙ୍ଗଳବାର) ସିଦ୍ଧୁଙ୍କ ପୈତୃକ ଗ୍ରାମ ମାନସା ଜିଲ୍ଲାର ମୋସାରେ ହଜାର ହଜାର ସମର୍ଥକଙ୍କ ଭିଡରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଏଥିରେ ସିଦ୍ଧୁଙ୍କ ପରବାର ଓ ସମ୍ପର୍କୀୟଙ୍କ ସମେତ ରାଜ୍ୟ କଂଗ୍ରେସର ଅନେକ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ରହିଥିଲେ ।

  • #WATCH | A huge crowd joins the funeral procession of singer Sidhu Moose Wala in Punjab's Mansa.

    The last rites of the singer will be performed today. pic.twitter.com/LHkvjrUyVz

    — ANI (@ANI) May 31, 2022 " class="align-text-top noRightClick twitterSection" data=" ">

ଶେଷକୃତ୍ୟ ସ୍ଥଳରେ ସିଦ୍ଧୁଙ୍କ ବାପାଙ୍କ ସହ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ଅମରିନ୍ଦର ସିଂ ରାଜା ଓ୍ବାରିଂ ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ଆଜି ପୂର୍ବାହ୍ନରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସିଦ୍ଧୁଙ୍କ ମୃତଦେହକୁ ତାଙ୍କ ଘରେ ପହଞ୍ଚାଇଥିଲା ପୋଲିସ । ସିଦ୍ଧୁଙ୍କ ଶେଷଯାତ୍ରା ବେଳେ ହଜାର ହଜାର ସମର୍ଥକ ସାମିଲ ହୋଇ ହତ୍ୟାକାରୀକୁ ଫାଶୀ ଦିଅ ବୋଲି ନାରା ଲଗାଇଥିଲେ । ପରେ ସିଦ୍ଧୁ ଚଳାଇବାକୁ ଭଲ ପାଉଥିବା ଏକ ଟ୍ରାକ୍ଟରରେ ମୃତଦେହ ଘରୁ ସତ୍କାରସ୍ଥଳକୁ ନେବା ପାଇଁ ନିଷ୍ପତ୍ତି ନେଇଥିଲେ ସିଦ୍ଧୁଙ୍କ ପରିବାର ।

ପୈତୃକ ଗ୍ରାମରେ ସିଦ୍ଧୁ ମୁସେଓ୍ବାଲଙ୍କ ଶେଷକୃତ୍ୟ ସମ୍ପନ୍ନ, ସ୍ତବ୍ଧ ମାନସା

ଗତ ରବିବାର ଅପରାହ୍ନରେ ସିଦ୍ଧୁଙ୍କୁ ଗୁଳି କରି ହତ୍ୟା କରିଥିଲେ ଦୁର୍ବୃତ୍ତ । ସିଦ୍ଧୁ ତାଙ୍କ କାରରେ ଯାଉଥିବା ବେଳେ ପଏଣ୍ଟ ବ୍ଲାଙ୍କ ରେଞ୍ଜରୁ ପ୍ରାୟ 30ରୁ ଊର୍ଦ୍ଧ୍ବ ରାଉଣ୍ଡ ଗୁଳି ସିଦ୍ଧୁ ଓ ତାଙ୍କ ସହଯୋଗୀଙ୍କ ଉପରେ ଚଳାଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ସିଦ୍ଧୁଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ଦୁଇ ସହଯୋଗୀଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ବର୍ତ୍ତମାନ ପଞ୍ଜାରେ ତୀବ୍ର ପ୍ରତିକ୍ରିୟା ଲାଗି ରହିଛି । ବର୍ତ୍ତମାନ ସୁଦ୍ଧା ଉତ୍ତରାଖଣ୍ଡରୁ ସ୍ଥାନୀୟ ପୋଲିସ ସହାୟତାରେ ୬ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଅନ୍ୟ ଏକ ସିସିଟିଭି ଫୁଟେଜରେ ମଧ୍ୟ ପ୍ରାୟ 7 ଜଣ ସନ୍ଦିଗ୍ଧ ପୋଲିସର ତଦନ୍ତ ପରିସରକୁ ଆସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 31, 2022, 7:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.