ETV Bharat / bharat

ପ୍ରିୟଙ୍କା-ରାହୁଲଙ୍କୁ ଭେଟିଲେ ସିଦ୍ଧୁ, ପଞ୍ଜାବ କଂଗ୍ରେସ କଳହରେ ପଡିବ ପୂର୍ଣ୍ଣଛେଦ ! - ପଞ୍ଜାବ କଂଗ୍ରେସ କଳହ

ରାହୁଲ ଗାନ୍ଧୀଙ୍କ ସହ ନବଜୋତ ସିଂହ ସିଦ୍ଧୁଙ୍କର ଏହି ବୈଠକ ପାଖାପାଖି 45 ମିନିଟ ଧରି ହୋଇଛି । ପଞ୍ଜାବ କଂଗ୍ରେସରେ ଚାଲିଥିବା ସମସ୍ୟାକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଅନୁମାନ କରାଯାଉଛି । ଅଧିକ ପଢନ୍ତୁ...

ପ୍ରିୟଙ୍କାଙ୍କ ପରେ ରାହୁଲଙ୍କୁ ଭେଟିଲେ ସିଦ୍ଧୁ, ପଞ୍ଜାବ କଂଗ୍ରେସ କଳହରେ ପଡିବ ପୂର୍ଣ୍ଣଛେଦ !

author img

By

Published : Jun 30, 2021, 10:43 PM IST

ନୂଆଦିଲ୍ଲୀ: ଆସନ୍ତାବର୍ଷ ପଞ୍ଜାବରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଆଭ୍ୟନ୍ତରୀଣ କଳହରେ ସନ୍ତୁଳି ହେଉଛି କଂଗ୍ରେସ । ଏହାରି ମଧ୍ୟରେ ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି କଂଗ୍ରେସ ନେତା ନବଜୋତ ସିଦ୍ଧୁ । ଏହାପୂର୍ବରୁ କଂଗ୍ରେସ ମହାସଚିବଙ୍କୁ ସାକ୍ଷାତ କରିଥିଲେ ସିଦ୍ଧୁ ।

ରାହୁଲ ଗାନ୍ଧୀଙ୍କ ସହ ନବଜୋତ ସିଂହ ସିଦ୍ଧୁଙ୍କର ଏହି ବୈଠକ ପାଖାପାଖି 45 ମିନିଟ ଧରି ହୋଇଛି । ପଞ୍ଜାବ କଂଗ୍ରେସରେ ଚାଲିଥିବା ସମସ୍ୟାକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଅନୁମାନ କରାଯାଉଛି ।

ସେପଟେ ରାହୁଲଙ୍କୁ ଭେଟିବା ପୂର୍ବରୁ ପ୍ରିୟଙ୍କା ଗାନ୍ଧୀଙ୍କୁ ସାକ୍ଷାତ କରିଥିଲେ ସିଦ୍ଧୁ । ଏଭଳି ପରିସ୍ଥିତିରେ ପଞ୍ଜାବ କଂଗ୍ରେସରେ ଚାଲିଥିବା ସଙ୍କଟର ସମାଧାନର ରାସ୍ତା ଶୀଘ୍ର ମିଳିବ ବୋଲି ବିଶ୍ବାସ କରାଯାଉଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦରଙ୍କ ବିରୋଧରେ କଡା ଆଭିମୁଖ୍ୟ ଆପଣାଇଛନ୍ତି ନବଜୋତ ।

କିଛି ଦିନ ପୂର୍ବରୁ ଏକ ସାକ୍ଷାତକାରରେ ସିଦ୍ଧୁ କହିଥିଲେ ଯେ ସେ କେବଳ ନିର୍ବାଚନ ଜିତାଉଥିବା ସୋ ପିସ ନୁହଁନ୍ତି । ପ୍ରଥମ କ୍ୟାବିନେଟ ବୈଠକରେ ସିଷ୍ଟମ ବିରୋଧରେ ଲଢେଇ ଆରମ୍ଭ କରିଥିବା ସ୍ପଷ୍ଟ କରିଥିଲେ ସିଦ୍ଧୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.