ନୂଆଦିଲ୍ଲୀ: ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣକୁ ନେଇ ଆଜି(ମଙ୍ଗଳବାର) କଂଗ୍ରେସର ଆନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ । ଏହି ବୈଠକରେ ସେ କ୍ୟାବିନେଟ ସମ୍ପ୍ରସାରଣ ସହିତ ମନ୍ତ୍ରୀଙ୍କ ପଦ ଅଦଳବଦଳ ସମ୍ପର୍କରେ ଆଲୋଚନା କରିବେ । ଆଗକୁ ୨୦୨୨ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ସମ୍ପ୍ରସାରଣ କରିବାକୁ ଯାଉଛନ୍ତି ଅମିରନ୍ଦର ।
ଏହି ଆଲୋଚନାରେ ପ୍ରଥମ କରି ଏକାଠି ଯୋଗ ଦେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ଅମରିନ୍ଦର ଓ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ । ଗତ ମାସରେ ସିଦ୍ଧୁ ପଞ୍ଜାବ କଂଗ୍ରେସର ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ପୂର୍ବରୁ କଂଗ୍ରେସ ନେତା ସୁନିଲ ଜାଖରଙ୍କୁ ହଟାଇ ସେ ଏହି ପଦବୀ ଗ୍ରହଣ କରିଥିଲେ । ପଞ୍ଜାବ ସରକାର ଓ କଂଗ୍ରେସ ଦଳର ମିଳିତ ଉଦ୍ୟମରେ ଆଗାମୀ ବିଧାନସଭା ନିର୍ବାଚନରେ ଦଳ ବିଜୟୀ ହୋଇପାରିବ ।
ତେବେ ସୂଚନା ଥାଉ କି ଗତ ଗୁରୁବାର ରାଜନୈତିକ କୁଟନୈତିଜ୍ଞ ପ୍ରଶାନ୍ତ କିଶୋର ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ମୁଖ୍ୟ ପରାମର୍ଶଦାତା ପଦବୀରୁ ଇସ୍ତଫା ଦେଇଛନ୍ତି ।
@ANI