ETV Bharat / bharat

ଆଜି ଚନ୍ନିଙ୍କ ନେତୃତ୍ବରେ କରତାରପୁର ଗସ୍ତ କରିବ ପ୍ରତିନିଧି ଦଳ, ଯୋଗ ଦେବେନି ସିଦ୍ଧୁ

author img

By

Published : Nov 18, 2021, 8:58 AM IST

ଗୁରୁ ନାନକଙ୍କ ଜୟନ୍ତୀ ଅବସରରେ ଆଜି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ଏକ ଜଠ ବା ଦଳ ପାକିସ୍ତାନ କରତାରପୁରର ଗୁରୁଦ୍ବାର ଦରବାର ସାହିବ ଗସ୍ତ କରିବ । ଏଥିରେ ଭାଗ ନେବେନି ପିସିସି ସଭାପତି ନବଜୋତ ସିଂହ ସିଦ୍ଧୁ । ଅଧିକ ପଢନ୍ତୁ

ଆଜି ଚନ୍ନିଙ୍କ ଏକ ଦଳ କରତାରପୁର ଗସ୍ତ କରିବ, ଯୋଗଦେବେନି ସିଦ୍ଧୁ

ଚଣ୍ଡୀଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ଏକ ଜଠ ବା ଦଳ ଆଜି ପାକିସ୍ତାନ କରତାରପୁରର ଗୁରଦ୍ବାର ଦରବାର ସାହିବ ଗସ୍ତ କରିବ । କୋଭିଡ ପରେ କରତାରପୁର ଖୋଲିବା ପରେ ଏହା ଚନ୍ନିଙ୍କ ମନ୍ତ୍ରୀ ମଣ୍ଡଳର ପ୍ରଥମ ଗସ୍ତ । ଚନ୍ନିଙ୍କ ଏହି ଗସ୍ତ ସମୟରେ ତାଙ୍କର କିଛି ବିଧାୟକ ଏବଂ ଅଧିକାରୀ ଉପସ୍ଥିତ ରହିବେ । କିନ୍ତୁ ପିସିସି ସଭାପତି ନବଜୋତ ସିଂହ ସିଦ୍ଧୁ ଉପସ୍ଥିତ ରହିବେ ନାହିଁ ବୋଲି ଜଣାପଡିଛି ।

ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ଏହି ଯାତ୍ରାରେ ସାମିଲ ହେବେ ନାହିଁ ବୋଲି ବୁଧବାର ରାତିରେ ସିଦ୍ଧୁଙ୍କ ଗଣମାଧ୍ୟମ ପରାମର୍ଶଦାତା ସୁରିନ୍ଦର ଡାଲା କରିଛନ୍ତି । ସେ କହିଛନ୍ତି ଯେ, ସିଦ୍ଧୁ ଆନୁଷ୍ଠାନିକ ଭାବେ ନଭେମ୍ବର 18 ପରିବର୍ତ୍ତେ ନଭେମ୍ବର 20 ରେ କରତାରପୁର ଯାଇପାରନ୍ତି ।

ଆସନ୍ତାକାଲି ଶିଖ ଧର୍ମ ପ୍ରତିଷ୍ଠାତା ଗୁରୁ ନାନକଙ୍କ ଜନ୍ମ ବାର୍ଷିକୀ ଅର୍ଥାତ ଗୁରୁପୂର୍ଣ୍ଣିମା । ଏହି ଅବସରରେ କରାଯାଉଥିବା ଗୁରୁପର୍ବର ଗୋଟିଏ ଦିନ ପୂର୍ବରୁ ପ୍ରାୟ 100 ଲୋକ ଏହି ମନ୍ଦିର ପରିଦର୍ଶନ କରିବେ ବୋଲି କଷ୍ଟମ ଅଧିକାରୀଙ୍କ ସୂଚନା ଦେଇଛନ୍ତି ।

ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ ଦେବଙ୍କ ଶେଷ ବିଶ୍ରାମ ସ୍ଥାନ ପାକିସ୍ତାନର ଗୁରୁଦ୍ୱାର ଦରବାର ସାହିବକୁ ଗୁରୁଦାସପୁର ଜିଲ୍ଲାର ଡେରା ବାବା ନାନକଙ୍କ ସହ ସଂଯୋଗ କରୁଥିବା କାରତାରପୁର କରିଡର ଗୁରୁପୂର୍ଣ୍ଣିମା ପାଇଁ ବୁଧବାର ଖୋଲାଯାଇଛି । କୋଭିଡ ପାଇଁ ୨୦୨୦ରୁ କରତାରପୁର କରିଡର ବନ୍ଦ ପଡିଥିଲା । ପାକିସ୍ତାନ ଭିସା ମୁକ୍ତ କରି ଏହି କରିଡରକୁ ପୁନଃ ଖୋଲିଛି ।

ଏହା ଖୋଲିବା ପ୍ରଥମ ଦିନରେ 28 ସଦସ୍ୟ ବିଶିଷ୍ଟ ଜଠ ଗୁରୁଦ୍ୱାର ପରିଦର୍ଶନ କରିଥିଲେ । ଗୁରୁଙ୍କ ପାଞ୍ଚ ଜଣ ପ୍ରିୟଙ୍କୁ ନେଇ ଗଠିତ ଜଠ ସକାଳ 11 ଟାରେ ପାକିସ୍ତାନରେ ପହଞ୍ଚିଥିଲା । ଲ୍ୟାଣ୍ଡ ପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (LPI) ଏବଂ ସୀମା ସୁରକ୍ଷା ବଳ (BSF) ର ଅଧିକାରୀମାନେ ଡେରା ବାବା ନାନକ ଇଣ୍ଟିଗ୍ରେଟେଡ୍ ଚେକ୍ ପୋଷ୍ଟରେ ବସ୍ତ୍ର ଏବଂ ମିଠା ଦେଇ ସମ୍ମାନିତ କରିଥିଲା ।

ଅନ୍ୟପଟେ ବିଜେପି ନେତାଙ୍କ ଏକ ପ୍ରତିନିଧୀ ଦଳ ମଧ୍ୟ ଐତିହାସିକ ଗୁରୁଦ୍ୱାର ପରିଦର୍ଶନ କରିବେ । ସେହିପରି ଆମ୍ ଆଦମୀ ପାର୍ଟି (AAP) ମଧ୍ୟ ଶୁକ୍ରବାର ପୂର୍ଣ୍ଣିମା ଅବସରରେ କରତାରପୁର କରିଡର ଗସ୍ତ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.