ETV Bharat / bharat

ମନ୍ତ୍ରୀପଦ ନେଲା ଦୁର୍ନୀତି: 1% କମିଶନ ମାଗିଲେ ସ୍ୱାସ୍ଥ୍ୟମନ୍ତ୍ରୀ, ବହିଷ୍କାର କଲେ ମାନ୍‌

author img

By

Published : May 24, 2022, 1:44 PM IST

Updated : May 24, 2022, 4:57 PM IST

ପଞ୍ଜାବ ସ୍ବାସ୍ଥ୍ୟମନ୍ତ୍ରୀ ବିଜୟ ସିଙ୍ଗଲାଙ୍କୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌ । ଅଧିକ ପଢନ୍ତୁ

Punjab CM Bhagwant Mann
Punjab CM Bhagwant Mann

ଚଣ୍ଡିଗଡ: ମାନ ସରକାରରେ ଦୁର୍ନୀତିର କୌଣସି ସ୍ଥାନ ନାହିଁ । ଆକ୍ସନ ମୁଡରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ । ନିଜ ସରକାରରେ ଥିବା ମନ୍ତ୍ରୀଙ୍କୁ ଦେଖାଇଛନ୍ତି ବାହାର ରାସ୍ତା । ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ ସ୍ବାସ୍ଥ୍ୟମନ୍ତ୍ରୀ ବିଜୟ ସିଙ୍ଗଲାଙ୍କ ବିରୋଧରେ ଭ୍ରଷ୍ଟାଚାର ପ୍ରମାଣ ମିଳିବା ପରେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବା ସହ ବିଜୟଙ୍କ ବିରୋଧରେ ମାମଲା ରୁଜ୍ଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭଗୱନ୍ତ ମାନ ।

ଭଗୱନ୍ତ ସିଂହ ମାନ ସରକାରରେ ସ୍ବାସ୍ଥ୍ୟ ମନ୍ତ୍ରୀ ଥିଲେ ବିଜୟ ସଙ୍ଗଲା । ତାଙ୍କ ବିରୋଧରେ ଲାଞ୍ଚ ନେଉଥିବା ଏବଂ ଦୁର୍ନୀତି ଅଭିଯୋଗ ଆସିଥିଲା। ପରେ ବିଜୟ ସିଙ୍ଗଲାଙ୍କ ବିରୋଧରେ ପ୍ରମାଣ ମିଳିବା ପରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରି ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ବିପୁଳ ଭୋଟ୍‌ରେ ବିଜୟ ହାସଲ କରିଛି ।

ନୂଆକରି ପଞ୍ଜାବରେ ସରକାର ଗଢିଛି ଆମ ଆଦମୀ ପାର୍ଟି(AAP) । ନିର୍ବାଚନ ପ୍ରଚାର ବେଳେ ଭଗୱନ୍ତ ରାଜ୍ୟରୁ ଭ୍ରଷ୍ଟାଚାରକୁ ମୂଳପୋଛ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଦେଇଥିବା ନିଜ ପ୍ରତିଶ୍ରୁତି ପୂରଣ କରିବାକୁ ଯାଇ ଭ୍ରଷ୍ଟାଚାରରେ ଲିପ୍ତ ଥିବା ମନ୍ତ୍ରୀଙ୍କୁ ବହିଷ୍କାର କରି ପ୍ରତିଶ୍ରୁତି ରଖିଥିବା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 24, 2022, 4:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.