ଚଣ୍ଡିଗଡ: ଆସନ୍ତାକାଲି (ଶନିବାର) ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଟିମ ଶପଥ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀଙ୍କ କ୍ୟାବିନେଟ (Punjab Cabinet Minister) ସକାଳ 11 ଟାରେ ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଶପଥ ପାଠ କରିବେ । ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଥିବା 10 ଜଣ ବିଧାୟକଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମାନ । ମାନଙ୍କ ମନ୍ତ୍ରୀ ମନ୍ତ୍ରୀ ମଣ୍ଡଳରେ 4 ଜଣ ଦଳିତ, 3 ହିନ୍ଦୁ, 3 ଜାଟ ଶିଖ ମନ୍ତ୍ରୀ ହେବାକୁ ଥିବା ବେଳେ ଜଣେ ମହିଳା ମଧ୍ୟ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବେ ।
-
पंजाब का नया मंत्रिमंडल कल शपथ ग्रहण करेगा। पंजाब की AAP सरकार में होने वाले सभी मंत्रियों को बहुत-बहुत शुभकामनाएँ।
— Bhagwant Mann (@BhagwantMann) March 18, 2022 " class="align-text-top noRightClick twitterSection" data="
पंजाब की जनता ने हम सबको बहुत बड़ी ज़िम्मेदारी दी है, हमें दिन-रात मेहनत कर लोगों की सेवा करनी है, पंजाब को एक ईमानदार सरकार देनी है। हमें रंगला पंजाब बनाना है। pic.twitter.com/Z5wDmD9Zpg
">पंजाब का नया मंत्रिमंडल कल शपथ ग्रहण करेगा। पंजाब की AAP सरकार में होने वाले सभी मंत्रियों को बहुत-बहुत शुभकामनाएँ।
— Bhagwant Mann (@BhagwantMann) March 18, 2022
पंजाब की जनता ने हम सबको बहुत बड़ी ज़िम्मेदारी दी है, हमें दिन-रात मेहनत कर लोगों की सेवा करनी है, पंजाब को एक ईमानदार सरकार देनी है। हमें रंगला पंजाब बनाना है। pic.twitter.com/Z5wDmD9Zpgपंजाब का नया मंत्रिमंडल कल शपथ ग्रहण करेगा। पंजाब की AAP सरकार में होने वाले सभी मंत्रियों को बहुत-बहुत शुभकामनाएँ।
— Bhagwant Mann (@BhagwantMann) March 18, 2022
पंजाब की जनता ने हम सबको बहुत बड़ी ज़िम्मेदारी दी है, हमें दिन-रात मेहनत कर लोगों की सेवा करनी है, पंजाब को एक ईमानदार सरकार देनी है। हमें रंगला पंजाब बनाना है। pic.twitter.com/Z5wDmD9Zpg
କିଏ କିଏ ହେବେ ମନ୍ତ୍ରୀ ମଣ୍ଡଳରେ ସାମିଲ?
ହରପାଲ ସିଂ ଚୀମା
ହରପାଲ ସିଂ ଚୀମା ଡିରବା ବିଧାନସଭା ଆସନରୁ ଦ୍ବିତୀୟ ଥର ପାଇଁ ନିର୍ବାଚିତ ହୋଇ ବିଧାନସଭା ପହଞ୍ଚିଛନ୍ତି । ଗତ ସରକାରରେ ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରିଛନ୍ତି ହରପାଲ । ନିର୍ବାଚନ ବେଳେ ଆମ ଆଦମୀ ପାର୍ଟିର ଜଣେ ରାଜ୍ୟସ୍ତରୀୟ ଚେହେରା ଥିଲେ । ସମସ୍ତ ଆପ ପ୍ରାର୍ଥୀ ନିଜ ନିର୍ବାଚନୀ ପୋଷ୍ଟର ବ୍ୟାନରରେ ହରପାଲଙ୍କ ଫଟୋକୁ ସ୍ଥାନ ଦେଇଥିଲେ ।
ଗୁରୁମୀତ ସିଂ ମୀତ
ଗୁରୁମୀତ ସିଂ ମୀତ ବରନାଲ ବିଧାନସଭା ଆସନରୁ ଦ୍ବିତୀୟ ଥର ପାଇଁ ନିର୍ବାଚିତ ହୋଇ ବିଧାନସଭା ପହଞ୍ଚିଛନ୍ତି । ଏହାସହ ଗୁରୁମୀତ ପଞ୍ଜାବ ଆପ ଯୁବଶାଖାର ଅଧ୍ୟକ୍ଷ ମଧ୍ୟ ଅଛନ୍ତି ।
ବଲଜୀତ କୌର
ବଲଜୀତ ମଲୋଟା ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଆସିଛନ୍ତି । ପୂର୍ବତନ ଆମ ଆଦମୀ ସାଂସଦ ତଥା ପ୍ରଫେସର ସାଧୁ ସିଂଙ୍କ ଝିଅ ହେଉଛନ୍ତି ବଲଜୀତ । ପେଶାରେ ଜଣେ ଆଖି ଡାକ୍ତର ।
ହରଭଜନ ସିଂ ଇଟୀଓ
ହରଭଜନ ସିଂ ଇଟୀଓ ଜନ୍ଦିଆଲ ଆସନରୁ ପ୍ରଥମ ଥର ପାଇଁ ଆପ ଟିକେଟରୁ ନିର୍ବାଚନ ଲଢି ବିଧାନସଭା ପହଞ୍ଚିଛନ୍ତି । କଂଗ୍ରେସ ଦିଗଜ୍ଜ ନେତାଙ୍କୁ ପରାସ୍ତ କରି ନିର୍ବାଚିତ ହୋଇଛନ୍ତି ।
ହରଜିତ ସିଂ ବୈନଶ
ହରଜିତ ସିଂ ବୈଶ ଆନନ୍ଦପୁର ସାହିବ ଆସନରୁ ବିଧାୟକ ଅଛନ୍ତି । ଏକାଧିକ ସାମାଜିକ ଆନ୍ଦୋଳନର ନେତୃତ୍ବ ନେଇଥିଲେ । ଏହାସହ 18 ବର୍ଷ ବୟସରେ ପାନ ପଞ୍ଜାବ ୟୁନାଇଟେଡ ଅର୍ଗାନାଇଜେସନ ଗଠନ କରି ଥିଲେ । ଏହାବାଦ India Against Corruption ଆନ୍ଦୋଳନର ଜଣେ ସକ୍ରିୟ ସଦସ୍ୟ ଥିଲେ । ଏହାସହ ପଞ୍ଜାବ ଆପର ସଂସ୍ଥାପକ ସଦସ୍ୟ ଥିଲେ ।
ବ୍ରମ ଶଙ୍କର
ପଞ୍ଜାବ ହୋଶିୟାରପୁର ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ବ୍ରମ ଶଙ୍କର । ଜଣେ ପେଶାଦାର ବ୍ୟବସାୟୀ ଭାବେ ଜଣାଶୁଣା । କଂଗ୍ରେସ ପ୍ରାର୍ଥୀ ତଥା ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ପରାସ୍ତ କରି ବିଧାନସଭା ଆସିଛନ୍ତି ।
ଲାଲଜୀତ ସିଂ ଭୁଲ୍ଲର
ଲାଲଜୀତ ସିଂ ଭୁଲ୍ଲାର ପୂର୍ବତନ ମନ୍ତ୍ରୀ ଆଦେଶ ପ୍ରତାପ ସିଂ କୌରୋଁଙ୍କୁ ପଟ୍ଟି ଆସନରୁ ପରାସ୍ତ କରି ବିଧାନସଭା ପହଞ୍ଚିଛନ୍ତି । ଲାଲଜୀତ ଆଦେଶଙ୍କ ସମ୍ପର୍କିୟୀ । ଲକଡାଉନ ବେଳେ ଲୋକଙ୍କ ଆବଶ୍ୟକତା ପୂରଣ କରିବା ସହ ଅନେକ କ୍ଷେତ୍ରରେ କାମ କରିଛନ୍ତି ।
କୁଳଦୀପ ସିଂ ଧାଲୀୱାଲ
କୁଳଦୀପ ସିଂ ଧାଲୀୱାଲ ଜଣେ ସଫଳ ଚାଷୀ । ଅଜନାଲା ବିଧାନସଭା ଆସନରୁ ନିର୍ବାଚିତ ହୋଇଥିବା କୁଳଦୀପଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ଦଶମ ।
ଲାଲ ଚନ୍ଦ କଟାଋଚକ
ଲାଲ ଚନ୍ଦ କଟାଋଚକ ପଠାନକୋଟ ଭୋଆ ବିଧାନସଭା ଆସନରୁ ବିଧାୟକ ଅଛନ୍ତି । ଭୋଆ ଆସନଟି ଏକ ସମ୍ବେଦନଶୀଳ ଆସନ । ଏହା ପାକିସ୍ତାନ ସୀମା ବର୍ତ୍ତୀ ଆସନ । ବିଜେପି -ଆକାଳୀ ମେଣ୍ଟ ସରକାରରେ ଏହି ଆସନ ବିଜେପି ହାତରେ ଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ