ETV Bharat / bharat

ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ନାହିଁ ନିସ୍ତାର, ସୁରଟରେ ଫାଇନ ଗଣିଲେଣି 18 ଶହ ଖିଲାପକାରୀ

author img

By

Published : Mar 15, 2023, 9:33 PM IST

ସୁରଟରେ ସର୍ବସାଧାରଣ ସ୍ଥାନରେ ଛେପ ପକାଉଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି । ଏବେ ସୁଦ୍ଧା ଫାଇନ ଗଣିଲେଣି 18ଶହ ଖିଲାପକାରୀ । 2 ଲକ୍ଷ ଟଙ୍କା ଫାଇନ ଆଦାୟ । ଅଧିକ ପଢନ୍ତୁ

ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ନାହିଁ ନିସ୍ତାର, 2 ଲକ୍ଷ ଟଙ୍କା ଫାଇନ ଆଦାୟ କଲାଣି ସୁରଟ ପୌର ପ୍ରଶାସନ

ଗାନ୍ଧୀନଗର: ଗୁଜୁରାଟର ସୁରଟରେ ସାର୍ବଜନୀନ ସ୍ଥାନରେ ଛେପ ପକାଇବା ରୋକିବା ପାଇଁ ପୌର ପ୍ରଶାସନ ଆରମ୍ଭ କରିଛି କଡା କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା । ବର୍ତ୍ତମାନ ସୁଦ୍ଧା ସହରର ବିଭିନ୍ନ ସ୍ଥାନରେ ମୋଟ 18,000 ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମୋଟ 2 ଲକ୍ଷ ଟଙ୍କାର ଫାଇନ ଆଦାୟ କରି ସାରିଲାଣି ପୌର ପ୍ରଶାସନ । ସହରର ପରିଚ୍ଛନ୍ନତା ଦିଗରେ ପୌର ପ୍ରଶାସନ ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଉଥିବା ବେଳେ ଲୋକଙ୍କ ଅସଚେତନତା ପାଇଁ ସହରର ପରିମଳ ବ୍ୟବସ୍ଥା ବିଗିଡିବାରେ ଲାଗିଥିବା ମେୟର କହିଛନ୍ତି ।

ସହରରେ ଲଗିଥିବା ସିସିଟିଭି ଫୁଟେଜ ଆଧାରରେ ଏହି ନିୟମ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ସିସିଟିଭି ଫୁଟେଜରୁ ସେମାନଙ୍କୁ ଚିହ୍ନଟ କରି ସେମାନଙ୍କ ଠିକଣାରେ ଇ-ଫାଇନ ଚାଲାଣ ପଠାଉଛି ପୌର ପାଳିକା । ଏବେ ସୁଦ୍ଧା ପ୍ରାୟ 18 ହଜାର ଲୋକେ 2ଲକ୍ଷ ଟଙ୍କାର ଫାଇନ ଦେଇସାରିଲେଣି । ଏଥିରେ ସହଯୋଗ ନକଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି ।

ଏହି ପ୍ରସଙ୍ଗରେ ସୁରଟ ମେୟର ହେମାଲି ବୋଗୱାଲା କହିଛନ୍ତି, ସହରରେ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା ପାଇଁ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଲୋକଙ୍କ ମଧ୍ୟରେ ଏହାକୁ ନେଇ ଜାଗୃତତା ସୃଷ୍ଟି ପାଇଁ ମଧ୍ୟ ପ୍ରୟାସ କରାଯାଉଛି । ତଥାପି କିଛି ଲୋକେ ଏଥିରେ ଖିଲାପ କରୁଛନ୍ତି । ସହରର କୌଣସି ସ୍ଥାନକୁ ଅପରିସ୍କାର କରିବାକୁ ଦିଆଯାଉ ନାହିଁ । ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯାଇଛି । ଖିଲାପକାରୀଙ୍କ ବିରୋଧରେ କ୍ରମାଗତ କାର୍ଯ୍ୟାନୁଷ୍ଠାନ ଜାରି ରହିବ । ସେମାନଙ୍କୁ ଚିହ୍ନଟ ପରେ ସେମାନଙ୍କ ଠିକଣାରେ ଇ-ଚାଲାଣ ପଠାଯାଉଛି ।

ସେମାନେ ଏଥିରେ ସହଯୋଗ ନକଲେ, ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସର ସହାୟତା ମଧ୍ୟ ନିଆଯିବ । ଏବେ ସୁଦ୍ଧା 2ଲକ୍ଷ ଟଙ୍କା ଫାଇନ ବାବଦରେ ଆଦୟ ସରିଲାଣି । ଆଗାମୀ ଦିନରେ ସହରରେ ପରିଚ୍ଛନ୍ନତା ନିଶ୍ଚିତ କରିବା ଦିଗରେ କାର୍ଯ୍ୟ ଜାରି ରହିବ । ଆରଟିଓ ବିଭାଗରୁ ମଧ୍ୟ ସହଯୋଗ ନିଆଯାଉଛି । ଏପରି ଖିଲାପକାରୀଙ୍କୁ ସେମାନଙ୍କ ଗାଡିର ପଞ୍ଜୀକୃତ ନମ୍ବର ଓ ଅନ୍ୟ ସୂଚନା ଆଧାରରେ ସେମାନଙ୍କ ଠିକଣାକୁ ଫାଇନ-ଚାଲାଣ ପଠାଯାଉଛି । କାର୍ଯ୍ୟାନୁଷ୍ଠାନ ସହ ସହରବାସୀଙ୍କୁ ସ୍ବଚ୍ଛତା ଦିଗରେ ପୌରପାଳିକା ବିଭିନ୍ନ ବିଜ୍ଞାପନ ଓ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ ମଧ୍ୟ କରାଯାଉଛି । ଲୋକେ ଏଥିରେ ସହଯୋଗ କଲେ ସହରକୁ ସ୍ବଚ୍ଛ ଓ ରୋଗମୁକ୍ତ ରଖାଯାଇପାରିବା ନେଇ ମେୟର କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.