ETV Bharat / bharat

Exclusive Interview with Satyapal Malik: ‘ପୁଲଓ୍ବାମାରେ ଫେଲ ମାରିଥିଲା ଗୁଇନ୍ଦା, ଏୟାରଲିଫ୍ଟ ପାଇଁ ମନା କରିଥିଲେ ରାଜନାଥ’ - ପୁଲଓ୍ବାମା ଆକ୍ରମଣ

ପୁଲଓ୍ବାମାରେ ଏୟାରଲିଫ୍ଟ ପାଇଁ ଅନୁମତି ଦେଇନଥିଲେ ରାଜନାଥ ସିଂ । ଘଟଣାରେ ଅଧିକାରୀଙ୍କୁ ଦାୟୀ କରିବା ପରିବର୍ତ୍ତେ ପାକିସ୍ତାନ ମୋଡ ଦିଆଗଲା । ରାହୁଲ ଗାନ୍ଧୀଙ୍କ କ୍ଷେତ୍ରରେ ମଧ୍ୟ ହୋଇନି ସଂସଦୀୟ ପ୍ରକ୍ରିୟାର ଅନୁସରଣ । ଯୋଗୀ ପ୍ରଧାନମନ୍ତ୍ରୀ ହେବା ଦେଶ ପାଇଁ ଭଲ ନୁହେଁ କହିଲେ ସତ୍ୟପାଲ ମଲ୍ଲିକ । ଅଧିକ ପଢନ୍ତୁ

ମଝି ଆକାଶରେ ଭାଙ୍ଗିଲା ଓିଣ୍ଡସିଲ: କୋଲକାତାରେ ଜରୁରୀ ଅବତରଣ କଲା ସାଉଦିଆ ଏୟାର ଲାଇନ୍ସର ବିମାନ

author img

By

Published : Apr 15, 2023, 8:26 PM IST

ହାଇଦ୍ରାବାଦ: ପୁଲଓ୍ବାମା ଆକ୍ରମଣ ନେଇ ବିଜେପି ସରକାର ବିରୋଧରେ ପୁଣି ବଡ ବୟାନ ଦେଇଛନ୍ତି ନିଜ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ପୂର୍ବତନ କାଶ୍ମୀର ଉପରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ପୁଲଓ୍ବାମାରେ ସୁରକ୍ଷା ବ୍ୟବସ୍ଥାରେ ବ୍ୟାପକ ତ୍ରୁଟି ହୋଇଥିଲା । ସେ ସେତେବେଳେ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ଥିଲେ । ସେ ତତ୍କାଳୀନ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଯବାନଙ୍କ ପାଇଁ ବିମାନ ଯୋଗାଇବା ପାଇଁ ନିବେଦନ କରିଥିଲେ । ହେଲେ ରାଜନାଥ ବିମାନ ଯୋଗାଇବା ପାଇଁ ମନା କରିଦେଇଥିବା ସତ୍ୟପାଲ ଅଭିଯୋଗ କରିଛନ୍ତି । ଆଜି 2024 ପାଇଁ ବିଭିନ୍ନ ରାଜନୈତିକ ଦଳ ନିଜର ପ୍ରସ୍ତୁତି ଆରମ୍ଭ କରିସାରିଥିବା ବେଳେ, ବିଭିନ୍ନ ପ୍ରସଙ୍ଗ ଉପରେ ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ସତ୍ୟପାଲ ମଲ୍ଲିକ ଏକାଧିକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବଡ ବୟାନ ଦେଇଛନ୍ତି ।

ଏୟାର ଲିଫ୍ଟ ପାଇଁ ରାଜନାଥଙ୍କୁ କରାଯାଇଥିଲା ନିବେଦନ:-ଇଟିଭି ଭାରତ ସହ ସ୍ବତନ୍ତ୍ର ସାକ୍ଷାତାକାରେ ମଲ୍ଲିକ କହିଛନ୍ତି, ପୁଲଓ୍ବାମା ଆକ୍ରମଣ ଘଟଣା ଗୁଇନ୍ଦା ବିଭାଗ ଫେଲ ମାରିବା କାରଣରୁ ଘଟିଲା । ଘାଟିରେ ସେତେବେଳେ ଆକ୍ରମଣ ହେବାର ଆଶଙ୍କା ମଧ୍ୟ ଥିଲା । ସେଥିପାଇଁ ସିଆରପିଏଫ ଯବାନଙ୍କୁ ଶ୍ରୀନଗର ଏୟାରଲିଫ୍ଟ କରିବାକୁ ଗୃହ ମନ୍ତ୍ରଣାଳୟକୁ ଅବଗତ ମଧ୍ୟ କରାଯାଇଥିଲ । ହେଲେ ଏୟାର ଲିଫ୍ଟକୁ ତତ୍କାଳୀନ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଅନୁମତି ଦେଇନଥିଲେ ।

ଯେଉଁ ଏରିଆରେ ଆକ୍ରମଣ ହେଲା, ସେଠାରେ କୌଣସି ସୁରକ୍ଷା ବ୍ୟବସ୍ଥା ମଧ୍ୟ ନଥିଲା । ସେଥିପାଇଁ କେହି ଦାୟୀ ବୋଲି ଦର୍ଶାଗଲା ନାହିଁ । ରାଜନାଥ ଓ ତାଙ୍କ ମନ୍ତ୍ରଣାଳୟର କେହି ଅଧିକାରୀଙ୍କୁ ଉତ୍ତରଦାୟୀ କରାଗଲା ନାହିଁ ବରଂ ଏହି ପ୍ରସଙ୍ଗରେ ନିଜ ତ୍ରୁଟି ଲଚାଇବାର ପ୍ରୟାସ କରାଗଲା । ଏହାକୁ ପାକିସ୍ତାନ ସହ ସମ୍ପୃକ୍ତ ମୁଦ୍ଦା ବୋଲି ପ୍ରଚାର କରାଯାଇ ଭିନ୍ନ ମୋଡ ଦିଆଗଲା । ପରେ ବିଜେପି ନିର୍ବାଚନ ମଧ୍ୟ ଜିତିଲା ବୋଲି ସତ୍ୟପାଲ କହିଛନ୍ତି ।

ଆଦାନୀ ପ୍ରସଙ୍ଗ ବିଜେପି ପାଇଁ ନିର୍ବାଚନୀ ସମସ୍ୟା ସୃଷ୍ଟି କରିପାରେ:-ସେହିପରି ସେ ଆଦମୀ ଷ୍ଟକକ୍ରାସ ପ୍ରସଙ୍ଗରେ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । 2024 ସାଧାରଣ ନିର୍ବାଚନରେ ବିଜେପି ଏହାକୁ ନେଇ କଠିନ ପରିସ୍ଥିତି ସାମ୍ନା କରିବ । ପ୍ରଧାନମନ୍ତ୍ରୀ ନୀରବତା ଅବଲମ୍ବନ କରିଛନ୍ତି । ଲୋକେ ସବୁ ବୁଝିଛନ୍ତି । ଆଗାମୀ ନିର୍ବାଚନରେ ବିଜେପି ଏହି ପ୍ରସଙ୍ଗକୁ ନେଇ ସମସ୍ୟାର ସାମ୍ନା କରିପାରେ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ମୋଦିଙ୍କ ବିକଳ୍ପ ଗଡକରୀ:-ଭାରତୀୟ ଜନତା ପାର୍ଟିରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ବିକଳ୍ପ ଭାବେ କେହି ନେତା ଅଛନ୍ତି କି ପ୍ରଶ୍ନରେ ଉତ୍ତର ଦେଇ ସତ୍ୟପାଲ କହିଛନ୍ତି, ନୀତିନ ଗଡକରୀ ଜଣେ ଭଲ ନେତା । ତାଙ୍କୁ ସମସ୍ତେ ପସନ୍ଦ କରନ୍ତି । ଅମିତ ଶାହ ମଧ୍ୟ ଜଣେ ଯୋଗ୍ୟବ୍ୟକ୍ତି ବୋଲି କହିଛନ୍ତି ।

ଯୋଗୀ ପ୍ରଧାନମନ୍ତ୍ରୀ ହେବା ଦେଶ ପାଇଁ ଭଲ ହେବନି:-ବର୍ତ୍ତମାନର ଚର୍ଚ୍ଚିତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ହେଲେ ତାହା ସମଗ୍ର ଦେଶ ପାଇଁ ଭଲ ହେବନାହିଁ ବୋଲି ସିଧା କହିଛନ୍ତି ସତ୍ୟପାଲ । ଜଣେ ପ୍ରଧାନମନ୍ତ୍ରୀ ଭାବେ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦିଷ୍ଟ ଗୋଷ୍ଠୀ ପାଇଁ ଭଲ ହୋଇପାରନ୍ତି କିନ୍ତୁ ସମଗ୍ର ଦେଶ ପାଇଁ କେବେ ନୁହେଁ । ସେହିପରି ରାଜନାଥ ସିଂ ଜଣେ ଭଲ ବ୍ୟକ୍ତି ସେ ତାଙ୍କ ସମ୍ପର୍କରେ କିଛି ଟିପ୍ପଣୀ କରିବାକୁ ଚାହୁଁନାହାନ୍ତି ବୋଲି କହି ପ୍ରଶ୍ନକୁ ଏଡାଇ ଯାଇଥିଲେ ସତ୍ୟପାଲ ମଲ୍ଲିକ ।

ମୋଦିଙ୍କ ସାମ୍ନାରେ କେହି ମୁହଁ ଖୋଲନ୍ତି ନାହିଁ:-ବିଜେପିର ସାଙ୍ଗଠନିକ ବୈଠକରେ କେହି ଦଳୀୟ ନେତା ସେମାନଙ୍କ ମତାମତ କିପରି ରଖନ୍ତି ପ୍ରଶ୍ନରେ ସତ୍ୟପାଲ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାମ୍ନାରେ କେହି ମୁହଁ ଖୋଲିପାରନ୍ତି ନାହିଁ । ପ୍ରଧାନମନ୍ତ୍ରୀ ସମ୍ପୂର୍ଣ୍ଣ ବଦଳି ସାରିଲେଣି । ମୁଖ୍ୟମନ୍ତ୍ରୀ ଥିବା ସମୟରେ ଯେପରି ବ୍ୟକ୍ତିତ୍ବ ତାଙ୍କର ଥିଲା ତାହା ବର୍ତ୍ତମାନ ଆଉ ନାହିଁ । ସେ ଅହଂକାରୀ ଏବଂ ପ୍ରତିଶୋଧରେ ପୂର୍ଣ୍ଣ ବ୍ୟକ୍ତି ହୋଇସାରିଛନ୍ତି ।

ରାହୁଲଙ୍କ ସଭ୍ୟ ପଦ ରଦ୍ଦ ଅସାମ୍ବିଧାନିକ:-ସେହିପରି ଅନ୍ୟତମ ସାମ୍ପ୍ରତିକ ଚର୍ଚ୍ଚିତ ପ୍ରସଙ୍ଗ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦକୁ ସତ୍ୟପାଲ ଅଣସାମ୍ବିଧାନିକ କାର୍ଯ୍ୟାନୁଷ୍ଠାନ ବୋଲି ଦର୍ଶାଇଛନ୍ତି । କହିଛନ୍ତି କାର୍ଯ୍ୟାନୁଷ୍ଠାନ ପୂର୍ବରୁ ରାହୁଲଙ୍କୁ ପକ୍ଷ ରଖିବାକୁ ମଧ୍ୟ ବାଚସ୍ପତି ସୁଯୋଗ ଦେଇନାହାନ୍ତି । ଏହି କାର୍ଯ୍ୟାନୁଷ୍ଠାନ ଅଣ ସାମ୍ବିଧାନିକ ପରି ମନେହେଉଛି । ଗଣତନ୍ତ୍ର ଏପରି ଚାଲେ ନାହିଁ ବୋଲି କହିଛନ୍ତି ସତ୍ୟପାଲ ସିଂ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.